1 ସେ ଲୋକମାନଙ୍କ କର୍ଣ୍ଣଗୋଚରରେ ଆପଣାର ସମସ୍ତ କଥା ସମାପ୍ତ କରି କଫର୍ନାହୂମରେ ପ୍ରବେଶ କଲେ।

2 ସେ ସମୟରେ ଜଣେ ଶତସେନାପତିଙ୍କର ଦାସ ପୀଡ଼ିତ ହୋଇ ମୃତପ୍ରାୟ ହୋଇଥିଲା, ସେ ତାହାଙ୍କର ପ୍ରିୟପାତ୍ର ଥିଲେ।

3 ସେ ସମୟରେ ଜଣେ ଶତସେନାପତିଙ୍କର ଦାସ ପୀଡ଼ିତ ହୋଇ ମୃତପ୍ରାୟ ହୋଇଥିଲା, ସେ ତାହାଙ୍କର ପ୍ରିୟପାତ୍ର ଥିଲେ।

4 ସେମାନେ ଯୀଶୁଙ୍କ ନିକଟରେ ଉପସ୍ଥିତ ହୋଇ ତାହାଙ୍କୁ ବିଶେଷ ବିନତି କରି କହିବାକୁ ଲାଗିଲେ, ଆପଣ ଯେ ତାହାଙ୍କ ନିମନ୍ତେ ଏହା କରିବେ, ସେ ସେଥିର ଯୋଗ୍ୟ ଅଟନ୍ତି;

5 କାରଣ ସେ ଆମ୍ଭମାନଙ୍କ ଜାତିକି ପ୍ରେମ କରନ୍ତି ଓ ଆପେ ଆମ୍ଭମାନଙ୍କ ନିମନ୍ତେ ସମାଜଗୃହ ତୋଳିଦେଇଅଛନ୍ତି।

6 ସେଥିରେ ଯୀଶୁ ସେମାନଙ୍କ ସାଙ୍ଗରେ ଗଲେ। ସେ ଘରର ଅଳ୍ପ ଦୂରରେ ଉପସ୍ଥିତ ହୁଅନ୍ତେ, ଶତସେନାପତି ବନ୍ଧୁମାନଙ୍କୁ ପଠାଇ ତାହାଙ୍କୁ କହିଲେ, ପ୍ରଭୁ, କଷ୍ଟ କରନ୍ତୁ ନାହିଁ; କାରଣ ଆପଣ ଯେ ମୋ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ;

7 ଏଣୁ ମୁଁ ଆପଣଙ୍କ ନିକଟକୁ ଯିବାକୁ ନିଜକୁ ଯୋଗ୍ୟ ମଣିଲି ନାହିଁ; କିନ୍ତୁ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ।

8 କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ସୁଦ୍ଧା ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ଆଉ, ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ ତାହା କରେ।

9 ଯୀଶୁ ଏ ସମସ୍ତ କଥା ଶୁଣି ତାହାଙ୍କ ବିଷୟରେ ଚମତ୍କୃତ ହେଲେ, ଆଉ ବୁଲିପଡ଼ି ତାହାଙ୍କ ପଛରେ ଆସୁଥିବା ଲୋକସମୂହକୁ କହିଲେ, ମୁଁ ତୁମ୍ଭମାନଙ୍କୁ କହୁଅଛି, ଇସ୍ରାୟେଲ ମଧ୍ୟରେ ସୁଦ୍ଧା ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ।

10 ଆଉ ପଠାଯାଇଥିବା ଲୋକମାନେ ଘରକୁ ବାହୁଡ଼ିଆସି ଦାସକୁ ସୁସ୍ଥ ଦେଖିଲେ।

11 ଏଥିଉତ୍ତାରେ ସେ ନାଇନ ନାମକ ନଗରକୁ ଗମନ କଲେ, ଆଉ ତାହାଙ୍କ ଶିଷ୍ୟମାନେ ଓ ବହୁସଂଖ୍ୟକ ଲୋକ ତାହାଙ୍କ ସାଙ୍ଗରେ ଯାଉଥିଲେ।

12 ସେ ନଗରଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଲୋକ ଜଣେ ମୃତ ମନୁଷ୍ୟକୁ ବାହାରକୁ ବହି ଆଣୁଥିଲେ, ସେ ଆପଣା ମାତାର ଏକମାତ୍ର ପୁତ୍ର, ପୁଣି ସେହି ସ୍ତ୍ରୀ ବିଧବା; ଆଉ ନଗରର ବହୁସଂଖ୍ୟକ ଲୋକ ତାହାଙ୍କ ସଙ୍ଗରେ ଥିଲେ।

13 ତାହାକୁ ଦେଖି ପ୍ରଭୁ ତାହା ପ୍ରତି ଦୟାରେ ବିଗଳିତ ହୋଇ ତାହାକୁ କହିଲେ, ରୋଦନ କର ନାହିଁ।

14 ଆଉ ସେ ନିକଟକୁ ଯାଇ କୋକେଇ ଛୁଇଁଲେ, ପୁଣି ବାହକମାନ ଠିଆ ହୁଅନ୍ତେ ସେ କହିଲେ, ଯୁବକ, ମୁଁ ତୁମ୍ଭକୁ କହୁଅଛି, ଉଠ।

15 ସେଥିରେ ମୃତ ଲୋକଟି ଉଠି ବସିଲା ଆଉ କଥା କହିବାକୁ ଲାଗିଲା, ପୁଣି ସେ ତାହାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ।

16 ଏଥିରେ ସମସ୍ତେ ଭୟଗ୍ରସ୍ତ ହେଲେ ଆଉ ଈଶ୍ୱରଙ୍କ ମହିମ କୀର୍ତ୍ତନ କରୁଁ କରୁଁ କହିବାକୁ ଲାଗିଲେ, ଆମ୍ଭମାନଙ୍କ ମଧ୍ୟରେ ଜଣେ ମହାନ୍ ଭାବବାଦୀ ଉଥିତ ହୋଇଅଛନ୍ତି ଏବଂ ଈଶ୍ୱର ଆପଣା ଲୋକଙ୍କ ପ୍ରତି କୃପାଦୃଷ୍ଟି କରିଅଛନ୍ତି।

17 ପୁଣି ତାହାଙ୍କ ବିଷୟରେ ଏହି କଥା ସମସ୍ତ ଯିହୂଦା ଦେଶ ଓ ଚତୁର୍ଦିଗସ୍ଥ ସମସ୍ତ ଅଞ୍ଚଳରେ ବ୍ୟାପିଗଲା।

18 ପରେ ଯୋହନଙ୍କ ଶିଷ୍ୟମାନେ ଏହି ସମସ୍ତ ବିଷୟ ତାହାଙ୍କୁ ଜଣାଇଲେ।

19 ସେଥିରେ ଯୋହନ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପାଖକୁ ଡାକି ପ୍ରଭୁଙ୍କ ନିକଟକୁ ଏହା କହି ପଠାଇଲେ, ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ।

20 ସେହି ଲୋକମାନେ ତାହାଙ୍କ ନିକଟରେ ଉପସ୍ଥିତ ହୋଇ କହିଲେ, ବପ୍ତିଜକ ଯୋହନ ଆମ୍ଭମାନଙ୍କୁ ଆପଣଙ୍କ ନିକଟକୁ ଏହା କହି ପଠାଇଅଛନ୍ତି, ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ।

21 ସେହି ସମୟରେ ସେ ଅନେକଙ୍କୁ ରୋଗ, ପୀଡ଼ା ଓ ଦୁଷ୍ଟ ଆତ୍ମାମାନଙ୍କଠାରୁ ସୁସ୍ଥ କଲେ, ପୁଣି ଅନେକ ଅନ୍ଧଙ୍କୁ ଦୃଷ୍ଟି ପ୍ରଦାନ କଲେ।

22 ସେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଯାଇ, ଯାହା ଯାହା ଦେଖିଲ ଓ ଶୁଣିଲ, ସେହିସବୁ ଯୋହନଙ୍କୁ ଜଣାଅ; ଅନ୍ଧମାନେ ଦୃଷ୍ଟି ପାଆନ୍ତି, ଖଞ୍ଜମାନେ ଗମନ କରନ୍ତି, କୁଷ୍ଠୀମାନେ ଶୁଚି ହୁଅନ୍ତି, ବଧିରମାନେ ଶ୍ରବଣ କରନ୍ତି, ମୃତମାନେ ଉଠନ୍ତି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;

23 ଆଉ ଯେ କେହି ମୋଠାରେ ବିଘ୍ନର କାରଣ ନ ପାଏ, ସେ ଧନ୍ୟ।

24 ଯୋହନଙ୍କ ଦୂତମାନେ ପ୍ରସ୍ଥାନ କଲା ଉତ୍ତାରେ ସେ ଯୋହନଙ୍କ ସମ୍ବନ୍ଧରେ ଲୋକସମୁହକୁ କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ଦେଖିବା ପାଇଁ ପ୍ରାନ୍ତରକୁ ବାହାରିଯାଇଥିଲେ କଅଣ ପବନରେ ଦୋହଲୁଥିବ ଗୋଟିଏ ନଳ।

25 ତାହା ନ ହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରିଯାଇଥିଲ କଅନ ସୂକ୍ଷ୍ମବସ୍ତ୍ରପରିହିତ ଜଣେ ବ୍ୟକ୍ତିଙ୍କି ଦେଖ, ଯେଉଁମାନେ ସୁନ୍ଦର ବସ୍ତ୍ର ପରିଧାନ କରି ବିଷୟସୁଖରେ କାଳ କ୍ଷେପଣ କରନ୍ତି, ସେମାନେ ରାଜବାଟିରେ ଥାଆନ୍ତି।

26 ତାହା ନ ହେଲେ କଅଣ ଦେଖିବା ନିମନ୍ତେ ବାହାରିଯାଇଥିଲ କଅଣ ଜଣେ ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କି।

27 ଯାହାଙ୍କ ବିଷୟରେ ଏହା ଲେଖା ଅଛି, ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପ୍ରେରଣ କରୁଅଛୁଁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।

28 ମୁଁ ତୁମ୍ଭମାନଙ୍କୁ କହୁଅଛି, ସ୍ତ୍ରୀଗର୍ଭଜାତସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ମହାନ୍ କେହି ନାହାନ୍ତି; ତଥାପି ଈଶ୍ୱରଙ୍କ ରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ୍।

29 ଏହା ଶୁଣି ଲୋକ, ଏପରିକି କରଗ୍ରାହୀମାନେ ସୁଦ୍ଧା ଯୋହନଙ୍କ ବାପ୍ତିସ୍ମରେ ବାପ୍ତିଜିତ ହୋଇଥିବାରୁ ଈଶ୍ୱରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କଲେ;

30 କିନ୍ତୁ ଫାରୂଶୀମାନେ ଓ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ତାହାଙ୍କ ଦ୍ୱାରା ବାପ୍ତିଜିତ ନ ହୋଇ ନିଜ ନିଜ ସମ୍ବଦ୍ଧରେ ଈଶ୍ୱରଙ୍କ ସଙ୍କଳ୍ପ ଅଗ୍ରାହ୍ୟ କଲେ।

31 ତେବେ ମୁଁ ତାହାସାଙ୍ଗରେ ବର୍ତ୍ତମାନ ପୁରୁଷର ଲୋକମାନଙ୍କୁ ତୁଳନା କରିବି, ପୁଣି ସେମାନେ କାହାରି ତୁଲ୍ୟ।

32 ଯେଉଁ ପିଲାମାନେ ହାଟବଜାରରେ ବସି ପରସ୍ପରକୁ ଡାକି କହନ୍ତି, ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ କାନ୍ଦିଲ ନାହିଁ, ସେମାନେ ସେମାନଙ୍କ ପରି।

33 କାରଣ ବାପ୍ତିଜକ ଯୋହନ ଆସି ରୋଟୀ ଖାଇଲେ ନାହିଁ ଓ ଦ୍ରାକ୍ଷାରସ ପିଇଲେ ନାହିଁ, ଆଉ ତୁମ୍ଭେମାନେ କହୁଅଛ, ସେ ଭୂତଗ୍ରସ୍ତ।

34 ମନୁଷ୍ୟପୁତ୍ର ଆସି ଭୋଜନପାନ କରନ୍ତି, ଆଉ ତୁମ୍ଭେମାନେ କହୁଅଚ୍ଛ, ଦେଖ, ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ।

35 ମାତ୍ର ଜ୍ଞାନ ଆପଣା ସମସ୍ତ ସନ୍ତାନଙ୍କ ଦ୍ୱାରା ଯଥାର୍ଥ ବୋଲି ପ୍ରମାଣିତ ହେଲା।

36 ଆଉ ଫାରୂଶୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଆପଣା ସହିତ ଭୋଜନ କରିବାକୁ ନିମନ୍ତ୍ରଣ କଲେ। ସେଥିରେ ସେ ଫାରୁଶୀଙ୍କ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ।

37 ଆଉ ଦେଖ, ସେହି ନଗରରେ ଜଣେ ପାପିଷ୍ଠା ସ୍ତ୍ରୀ ଥିଲେ; ଯୀଶୁ ସେହି ଫାରୂଶୀଙ୍କ ଗୃହରେ ଭୋଜନରେ ବସିଅଛନ୍ତି, ଏହା ଜାଣି ପାରି ସେ ଗୋଟିଏ ପାତ୍ରରେ ସୁଗନ୍ଧି ତୈଳ ଆଣି,

38 ପଛଆଡ଼େ ତାହାଙ୍କ ପାଦ ପାଖରେ ଠିଆ ହୋଇ ରୋଦନ କରୁ କରୁ ଅଶ୍ରୁଜଳରେ ତାହାଙ୍କ ପାଦ ସିକ୍ତ କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା, ଆଉ ତାହାଙ୍କ ପାଦକୁ ଚୁମ୍ବନ କରୁ କରୁ ସେହି ସୁଗନ୍ଧି ତୈଳ ଲଗାଇ ଦେବାକୁ ଲାଗିଲା।

39 ତାହା ଦେଖି, ଯେଉଁ ଫାରୂଶୀ ତାହାଙ୍କୁ ନିମନ୍ତ୍ରଣ କରିଥିଲେ, ସେ ମନେ ମନେ କହିଲେ, ଏ ଯାଦୀ ଭାବବାଦୀ ହୋଇଥାନ୍ତା, ତାହା ହେଲେ ଏହାକୁ ଯେ ସ୍ପର୍ଶ କରୁଅଛି, ସେ କିଏ ଓ କିପ୍ରକାର ସ୍ତ୍ରୀ, ଅର୍ଥାତ, ସେ ଯେ ପାପିଷ୍ଠା, ଏହା ଜାଣିଥାଆନ୍ତା।

40 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ଶିମୋନ, ତୁମ୍ଭକୁ ମୋହର କିଛି କହିବାର ଅଛି। ସେ କହିଲେ, ଗୁରୁ, କୁହନ୍ତୁ।

41 ଜଣେ ମହାଜନଙ୍କର ଦୁଇ ଜଣ ରାଣୀ ଥିଲେ; ଜଣେ ପାଞ୍ଚଶ ଓ ଆଉ ଜଣେ ପଚାଶ ଟଙ୍କା ଋଣ କରିଥିଲା।

42 ପରିଶୋଧ କରିବାକୁ ସେମାନଙ୍କର କିଛି ନଥିବାରୁ ସେ ଉଭୟଙ୍କର ଋଣ ଛାଡ଼ିଦେଲେ। ଏଣୁ ସେମାନଙ୍କ ମଧ୍ୟରୁ କିଏ ତାହାଙ୍କୁ ଅଧିକ ପ୍ରେମ କରିବ।

43 ଶିମୋନ ଉତ୍ତର ଦେଲେ, ମୋର ବୋଧ ହୁଏ, ସେ ଯାହାର ଅଧିକ ଋଣ ଛାଡ଼ିଦେଲେ, ସେ। ସେ ତାହାଙ୍କୁ କହିଲେ, ତୁମ୍ଭେ ଯଥାର୍ଥ ବିଚାର କଲ।

44 ଆଉ, ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ଶିମୋନଙ୍କୁ କହିଲେ, ଏହି ସ୍ତ୍ରୀକୀ ଦେଖୁଅଚ୍ଛ ମୁଁ ତୁମ୍ଭ ଗୃହକୁ ଆସିଲି, ତୁମ୍ଭେ ମୋ ପାଦ ପାଇଁ ପାଣି ଦେଲନାହିଁ, କିନ୍ତୁ ଏ ଅଶ୍ରୁଜଳରେ ମୋର ପାଦ ସିକ୍ତ କରି ନିଜ କେଶରେ ତାହା ପୋଛିଦେଲା।

45 ତୁମ୍ଭେ ମୋତେ ଚୁମ୍ବନ କଲ ନାହିଁ କିନ୍ତୁ ମୁଁ ଭିତରକୁ ଆସିବା ସମୟଠାରୁ ଏ ମୋହର ପାଦ ଚୁମ୍ବନ କରିବାକୁ କ୍ଷାନ୍ତ ହୋଇ ନାହିଁ।

46 ତୁମ୍ଭେ ମୋହର ମସ୍ତକରେ ତୈଳ ଲଗାଇଲ ନାହିଁ କିନ୍ତୁ ଏ ମୋହର ପାଦରେ ସୁଗନ୍ଧି ତୈଳ ଲଗାଇଲା।

47 ଏଣୁ ମୁଁ ତୁମ୍ଭକୁ କହୁଅଛି, ଏହାର ଅନେକ ପାପ କ୍ଷମା ହୋଇଅଛି, କାରଣ ସେ ବହୁତ ପ୍ରେମ କଲା କିନ୍ତୁ ଯାହାକୁ ଅଳ୍ପ କ୍ଷମା ଦିଆଯାଏ, ସେ ଅଳ୍ପ ପ୍ରେମ କରେ।

48 ଆଉ ସେ ସେହି ସ୍ତ୍ରୀକୀ କହିଲେ, ତୋହର ପାପସବୁ କ୍ଷମା ହୋଇଅଛି।

49 ସେଥିରେ ତାହାଙ୍କ ସାଙ୍ଗରେ ଭୋଜନରେ ବସିଥିବା ଲୋକମାନେ ମନେ ମନେ କହିବାକୁ ଲାଗିଲେ, ପାପ ସୁଦ୍ଧା କ୍ଷମା କରୁଅଛି ଯେ, ଏ କିଏ।

50 କିନ୍ତୁ ସେ ସେହି ସ୍ତ୍ରୀକୀ କହିଲେ, ତୋହର ବିଶ୍ୱାସ ତୋତେ ରକ୍ଷା କରିଅଛି; ଶାନ୍ତିରେ ଚାଲିଯା।