1 ଏନିମନ୍ତେ ମୁଁ ପାଉଲ, ବିଜାତି ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ସକାଶେ ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ-।

2 ତୁମ୍ଭମାନଙ୍କ ନିମନ୍ତେ ପ୍ରଦତ୍ତ ଈଶ୍ୱରଙ୍କ ଅନୁଗ୍ରହ ସମ୍ବନ୍ଧିୟ ସେବକ କାର୍ଯ୍ୟ ବିଷୟରେ ତୁମ୍ଭେମାନେ ତ ଶୁଣିଥିବ,

3 ଅର୍ଥାତ ପ୍ରତ୍ୟାଦେଶ ଦ୍ୱାରା ସେହି ନିଗୁଢ଼ ତତ୍ୱ ମୋତେ ଜ୍ଞାତ କରାଗଲା, ଯେପରି ମୁ ପୁର୍ବେ ସକ୍ଷିପ୍ତ ଭାବେରେ ଲେଖିଅଛି।

4 ତାହା ପଢି ଖ୍ରୀଷ୍ଟଙ୍କ ନିଗୁଢ଼ତତ୍ତ୍ୱରେ ମୋର ଜ୍ଞାନର ପରିଚୟ ପାଇପାର;

5 ସେହି ନିଗୁଢ଼ ତତ୍ତ୍ୱ ଏବେ ଆତ୍ମାଙ୍କ ଦ୍ୱାରା ତାହାଙ୍କ ପବିତ୍ର ପ୍ରେରିତ ଓ ଭାବବାଦୀ ମାନଙ୍କ ନିକଟରେ ଯେପରି ପ୍ରକାଶିତ ହୋଇଅଛି, ପୁର୍ବ କାଳର ମନୁଷ୍ୟ ସନ୍ତାନ ମାନଙ୍କ ନିକଟରେ ପ୍ରକାଶିତ ହୋଇ ନ ଥିଲା,

6 ଅର୍ଥାତ ସୁସମାଚାର ଦ୍ବାରା ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବିଜାତିମାନେ ମଧ୍ୟ ଅଂଶାଧିକାରି, ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି;

7 ଈଶ୍ୱରଙ୍କ କାର୍ଯା ସାଧକ ଶକ୍ତି ଅନୁସାରେ ମୋତେ ପ୍ରଦତ୍ତ ତାହାଙ୍କ ଅନୁଗ୍ରହର ଦାନ ପ୍ରମାଣେ ସେହି ସୁସମାଚାରର ମୁଁ ଜଣେ ସେବକ ହେଲି।

8 ସମସ୍ତ ସାଧୁଙ୍କ ମଧ୍ୟରେ କ୍ଷୁଦ୍ରତମ ଠାରୁ କ୍ଷୁଦ୍ର ଯେ ମୁଁ, ମୋତେ ବିଜାତିମାନଙ୍କ ନିକଟରେ ବୋଧର ଅଗମ୍ୟ ଖ୍ରୀଷ୍ଟଙ୍କ ନିଧିର ସୁସମାଚାର ପ୍ରଚାର କରିବା ପାଇଁ,

9 ପୁଣି ସର୍ବସୃଷ୍ଟିକର୍ତ୍ତା ଈଶ୍ୱରଙ୍କଠାରେ ଅନାଦିକାଳରୁ ଗୁପ୍ତ ହୋଇ ରହିଥିବା ନିଗୁଢ଼ତତ୍ତ୍ୱ ସମ୍ବନ୍ଧରେ ତାହାଙ୍କ ସଂକଳ୍ପ କଣ, ତାହା ଆଲୋକରେ ପ୍ରକାଶ କରିବା ପାଇ ଅନୁଗ୍ରହ ପ୍ରଦତ୍ତ ହୋଇଅଛି,

10 ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଈଶ୍ୱର ଯେଉ ଚିରନ୍ତନ ସଂକଳ୍ପ କରିଥିଲେ,

11 ତଦନୁସାରେ ମଣ୍ଡଳୀ ଦ୍ୱାରା ଯେପରି ତାହାଙ୍କର ବହୁବିଧ ଜ୍ଞାନ ସ୍ୱର୍ଗରେ କର୍ତ୍ତାପଣ ଓ ଆଧିକାର ପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଯାଏ;

12 ସେହି ପ୍ରଭୁଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ଆମ୍ଭେମାନେ ତାହାଙ୍କଠାରେ ସାହସ ପୁଣି ଈଶ୍ୱରଙ୍କ ନିକଟକୁ ନିର୍ଭୟରେ ଯିବା ପାଇଁଁ ପଥ ପାଇଅଛୁ।

13 ଅତଏବ ମୁଁ ଅନୁରୋଧ କରେ, ତୁମ୍ଭମାନଙ୍କ ନିମନ୍ତେ ମୋହର ଯେଉଁ କ୍ଲେଶ ଭୋଗ, ସେଥି ସକାଶେ ହତାଶ ହୁଅ ନାହି, ତାହା ତ ତୁମ୍ଭ ମାନଙ୍କ ଗୌରବ।

14 ଏଥିନିମନ୍ତେ ଯେଉଁ ପିତାଙ୍କ ଠାରୁ ସ୍ବର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପିତୃକୁଳ ନାମ ପ୍ରାପ୍ତ ହୁଏ,

15 ତାହାଙ୍କ ଛାମୁରେ ମୁଁ ଜାଣୁ ପାତି ପ୍ରାର୍ଥନା କରୁଅଛି,

16 ଯେପରି ସେ ଆପଣା ଗୌରବରୁପ ନିଧି ଅନୁସାରେ ଆପଣା ଆତ୍ମାଙ୍କ ଦ୍ୱାରାତୁମ୍ଭମାନଙ୍କୁ ଆନ୍ତରିକ ପୁରୁଷରେ ଶକ୍ତି ପ୍ରାପ୍ତ ହୋଇ ବଳବାନ ହେବାକୁ ଦିଅନ୍ତି,

17 ପୁଣି ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରନ୍ତି,

18 ଯେପରି ତୁମ୍ଭେମାନେ ପ୍ରେମରେ ବଦ୍ଧମୁଳ ଓ ଦୃଢରୁପେ ସ୍ଥାପିତ ହୋଇ ବୋଧର ଅଗମ୍ୟ ଯେ ଖ୍ରୀଷ୍ଟଙ୍କ ପ୍ରେମ, ତାହା ଜ୍ଞାତ ହୁଅ ଏବଂ ସମସ୍ତ ସାଧୁଙ୍କ ସହିତ ସେଥିର ଦୈୖଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ବୁଝିବାକୁ ଶକ୍ତି ପ୍ରାପ୍ତ ହୁଅ,

19 ଆଉ ସେହିପ୍ରକାରେ ଈଶ୍ୱରଙ୍କ ସମସ୍ଥ ପୁର୍ଣ୍ଣତାରେ ପରିପୁର୍ଣ୍ଣ ହୁଅ।

20 ଯେଉ ଈଶ୍ୱର ଅାମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ ସାଧନ କରୁଥିବା ଆପଣା ଶକ୍ତି ଅନୁସାରେ ଆମ୍ଭମାନଙ୍କ ମାଗିବା ବା ଭାବିବା ଠାରୁ ଅତ୍ୟଧିକ ପରିମାଣରେ ସାଧନ କରି ପାରନ୍ତି,

21 ଯୁଗେ ଯୁଗେ ପୁରୁଷାନୁକ୍ରମରେ ମଣ୍ଡଳୀ ଓ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତାହାଙ୍କର ଗୌରବ ହେଉ। ଆମେନ୍।