1 ଏହି ସଂସାରର ଭାବାନୁସାରେ ପୁଣି ଆକାଶ ମଣ୍ଡଳ ରାଜ୍ୟର ଅଧିପତି,

2 ଅର୍ଥାତ ଯେଉଁ ଆତ୍ମା ଏବେହେଁ ଅନାଜ୍ଞା ସନ୍ତାନ ମାନଙ୍କ ଠାରେ କାର୍ଯ୍ୟ ସାଧନ କରୁଅଛି, ତାହାର ଇଛାନୁସାରେ ତୁମଭେମାନେ ମଧ୍ୟ ପୁର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ;

3 ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଲାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମାନସିକ କାମନା ପୁର୍ଣ୍ଣ କରୁଥିଲୁଁ, ପୁଣି ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତଃ କ୍ରୋଧର ପାତ୍ର ଥିଲୁ;

4 ମାତ୍ରା ଏପରି ଅପରାଧରେ ମୃତ ହେଲେ ହେଁ ଦୟା ସାଗର ଯେ ଈଶ୍ୱର, ସେ ଆମ୍ଭମାନଙ୍କୁ ଯେଉଁ ମହା ପ୍ରେମରେ ପ୍ରେମ କଲେ, ସେଥି ସକାଶ ଆମ୍ଭମାନଙ୍କ ଖ୍ରୀଷ୍ଟ ସହିତ ସଜୀବ କରିଅଛନ୍ତି - ଅନୁଗରାହରେ ତୁମ୍ଭେମାନେ ପରିତ୍ରାଣ ପାଇଅଛ -।

5 ପୁଣି ତାହାଙ୍କ ସହିତ ଆମ୍ଭମାନଙ୍କ ଉଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇ ଅଛନ୍ତି,

6 ଯେପରି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆମ୍ଭମାନଙ୍କୁ ଉଥାପିତ କରି ଖ୍ରୀଷ୍ଟଯୀଶୁଙ୍କ ଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇଅଛନ୍ତି,

7 ଯେପରି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ସେ ଆମ୍ଭମାନଙ୍କ ପ୍ରତି କରୁଣା କରି ଆଗାମୀ ଯୁଗରେ ଆପଣା ଅନୁଗ୍ରହର ଅତ୍ୟଧିକ ଧନ ପ୍ରକାଶ କରନ୍ତି।

8 କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; ତାହା ତୁମ୍ବମାନଙ୍କ ନିଜ ଠାରୁ ହୋଇ ନାହିଁ, ତାହା ଈଶ୍ୱରଙ୍କ ଦାନ,

9 କ୍ରିୟା କର୍ମରୁ ନୁହେ, ଯେପରି କେହି ଦର୍ପ ନ କରେ।

10 କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତକାର୍ଯ୍ୟ ଆମ୍ଭେମାନେ କରିବୁ ବୋଲି ଈଶ୍ୱର ପୁର୍ବରୁ ଆୟୋଜନ କରିଥିଲେ, ଆଚରଣରେ ସେହି ସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ସୃଷ୍ଟ।

11 ଅତଏବ ତୁମ୍ଭେମାନେ ପୁର୍ବରେ ଯେତେବେଳେ ଶରୀର ସମ୍ବନ୍ଧରେ ବିଜାତି ଥିଲ ଓ ଶାରୀରିକ ଭାବେ ହସ୍ତକୃତ ସୁନ୍ନତି ଲୋକମାନଙ୍କ ଦ୍ୱାରା ଅସୁନ୍ନତି ବୋଲି ଖ୍ୟାତ ହେଉ ଥିଲ,

12 ସେତେବେଳେ ତୁମ୍ଭେମାନେ ଯେ ଖ୍ରୀଷ୍ଟଙ୍କ ଠାରୁ ପୃଥକ, ଇସ୍ରାୟେଲର ପ୍ରଜାସତ୍ୱରହିତ, ଭରସାହୀନ ଓ ଈଶ୍ୱର ବିହିନ ହୋଇଥିଲ, ଏହା ସ୍ମରଣ କର।

13 କିନ୍ତୁ ପୁର୍ବେ ଦୁରରେ ଥିଲ ଯେ ତୁମ୍ଭେମାନେ ତୁମ୍ଭେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ତାହାଙ୍କ ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ।

14 କାରଣ ସେ ତ ଆମ୍ଭମାନଙ୍କ ଶାନ୍ତି, ସେ ଶତୃତାରୁପ ମଧ୍ୟବର୍ତ୍ତି ବିଛେଦପ୍ରାଚୀର ଭଗ୍ନ କରି ଉଭୟକୁ ଏକ କରିଅଛନ୍ତି,

15 ପୁଣି ବିଧିବିଧାନଯୁକ୍ତ ଆଜ୍ଞାମୁଳକ ବ୍ୟବସ୍ଥାକୁ ଆପଣା ଶରୀରରେ ରହିତ କରିଅଛନ୍ତି, ଯେପରି ସେ ଶାନ୍ତି ସ୍ଥାପନ କରି ଉଭୟକୁ ଆପଣା ଠାରେ ଜଣେ ନୁଆ ଲୋକ ସ୍ୱରୁପେ ସୃଷ୍ଟି କରନ୍ତି,

16 ଆଉ କୃଶ ଦ୍ବାରା ଶତ୍ରୁତା ବିନାଶ କରି ତଦ୍ୱାରା ଉଭୟକୁ ଏକ ଶରୀର ସ୍ୱରୁପ ଗଠନ କରି ଈଶ୍ୱରଙ୍କ ସହିତ ମିଳିତ କରନ୍ତି।

17 ଆଉ ଦୁରରେ ଥିଲ ଯେ ତୁମ୍ଭେମାନେ, ଉଭୟଙ୍କ ନିକଟରେ ସେ ଆସି ଶାନ୍ତିର ସୁସମାଚାର ପ୍ରଚାର କଲେ;

18 କାରଣ ତାହାଙ୍କ ଦେଇ ଆମ୍ଭେମାନେ ଉଭୟ ଏକ ଆତ୍ମାଙ୍କ ଦ୍ୱାରା ପିତା ନିକଟକୁ ଯିବା ପାଇଁ ପଥ ପାଇ ଅଛୁଁ।

19 ଅତଏବ ତୁମ୍ଭେମାନେ ଆଉ ବିଦେଶୀ ବା ପ୍ରବାସୀ ନୁହ,କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ୱରଙ୍କ ପରିବାରଭୁକ୍ତ ଅଟ;

20 ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୁଳ ଉପରେ ନିର୍ମିତ ହୋଇଅଛ, ଖ୍ରୀଷ୍ଟ ଯୀଶୁ ସ୍ୱଂୟ କୋଣର ପ୍ରଧାନ ପ୍ରସ୍ତର;

21 ତାହାଙ୍କ ଠାରେ ପ୍ରତ୍ୟେକ ଗୃହ ଏକତ୍ର ସଂଲଗ୍ନ ହୋଇ ପ୍ରଭୁଙ୍କ ଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ବରୁପେ ବୃଦ୍ଧି ପାଉଅଛି;

22 ତାହାଙ୍କ ଠାରେ ତୁମ୍ଭେମାନେ ମଧ୍ୟ ଈଶ୍ୱରଙ୍କ ଆତ୍ମିକ ନିବାସ ନିମନ୍ତେ ଏକତ୍ର ନିର୍ମିତ ହେଉଅଛ।