1 ଅତଏବ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉ ଆହ୍ବାନରେ ଅାହୁତ ହୋଇଅଛ, ସେଥିର ଯୋଗ୍ୟ ଆଚରଣ କର,
2 ଅର୍ଥାତ୍ ସର୍ବପ୍ରକର୍ ନମ୍ରତା, ମୃଦୁତ ଓ ଦୀର୍ଘ ସହିଶ୍ନନୁତା ପ୍ରେମରେ ପରସ୍ପର ପ୍ରତି ସହନଶୀଲ ହୁଆ;
3 ଶାନ୍ତରୁପ ବନ୍ଧନରେ ଆତ୍ମଙ୍କ ଐକ୍ୟ ରକ୍ଷା କରିବା ନିମନ୍ତେ ଯତ୍ନବାନ୍ ହୁଆ।
4 ଏକ ଶରୀର ଓ ଏକ ଆତ୍ମ,ଯେଉଁ ରୁପେ ତୁମ୍ଭେମାନେ ତୁମ୍ଭମାନଙ୍କ ଆହ୍ୱାନର ଏକ ଭରସାରେ ମଧ୍ୟ ଆହୁତ ହୋଇ ଅଛ;
5 ଏକ ପ୍ରଭୁ, ଏକ ବିଶ୍ୱାସ, ଏକ ବାପ୍ତିସ୍ମ, ସମସ୍ତଙ୍କ ଏକ ଇଶ୍ବର ଓ ପିତା;
6 ସେ ସମସ୍ତଙ୍କ ଉପରେ, ସମସ୍ତଙ୍କ ମଧରେ ଏବଂ ସମସ୍ତଙ୍କ ଅନ୍ତରରେ ଅଛନ୍ତି।
7 କିନ୍ତୁ ଖ୍ରୀଷ୍ଟଙ୍କ ଦାନରେ ପରିମାଣ ଅନୁସାରେ ଅମ୍ଭମାନଙ୍କ ପ୍ରତ୍ୟେକକୁ ଅନୁଗ୍ରହ ଦତ୍ତ ହୋଇଅଛି।
8 ଏଥି ନିମନ୍ତେ ଉକ୍ତ ଅଛି, ସେ ଉର୍ଦ୍ଧକୁ ଆରୋହଣ କରି ବନ୍ଦିମାନଙ୍କୁ ବନ୍ଦୀ କରି ନେଇ ଗଲେ, ଆଉ ମନୁଷ୍ୟମାନଙ୍କୁ ନାନା ବରଦାନ କଲେ।
9 (ସେ ଆରୋହଣ କଲେ ବୋଲି କହିଲେ ଅର୍ଥ କଅଣ? ନା, ସେ ମଧ୍ୟ ନିଚସ୍ଥ ପୃଥିବୀକୁ ଅବତରଣ କରିଥିଲେ।
10 ଯେ ଅବତରଣ କରିଥିଲେ, ସେ ଯେପରି ସମସ୍ତ ବିଷୟ ପୁର୍ଣ୍ଣ କରନ୍ତି, ଏଥିପାଇଁ ସେ ମଧ୍ୟ ସମସ୍ତ ସ୍ୱର୍ଗର ଉର୍ଦ୍ଧକୁ ଆରୋହଣ କଲେ।)।
11 ସେ କାହା କାହାକୁ ପ୍ରେରିତ, କାହା କାହାକୁ ଭାବବାଦୀ, କାହା କାହାକୁ ସୁସମାଚାର ପ୍ରଚାରକ, ପୁଣି କାହା କାହାକୁ ପାଳକ ଓ ଶିକ୍ଷକ ରୁପେ ନିଯୁକ୍ତ କରି ଦାନ କରିଛନ୍ତି,
12 ଯେପରି ସାଧୁମାନେ ସେବା କାର୍ଯ୍ୟ ନିମନ୍ତେ ସିଦ୍ଧି ଲାଭ କରନ୍ତି ଓ ଖ୍ରୀଷ୍ଟଙ୍କ ଶରୀର ନିଷ୍ଠାପ୍ରାପ୍ତ ହୁଏ,
13 ଶେଷରେ ଯେପରି ଆମ୍ଭମାନେ ସମସ୍ତେ ବିଶ୍ୱାସରେ ଓ ଈଶ୍ୱରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହେଉ, ଅର୍ଥାତ ଖ୍ରୀଷ୍ଟଙ୍କ ପୁର୍ଣ୍ଣତାର ପରିମାଣନୁସାରେ ପୁର୍ଣ୍ଣ ବୟସ୍କ ପୁରୁଷ ହେଉଁ,
14 ଯେପରି ଆମ୍ଭେମାନେ ଆଉ ଶିଶୁ ପରି ନ ହୋଇ ମନୁଷ୍ୟମାନଙ୍କ ଶଠତା ଓ ଭ୍ରାନ୍ତି ଯୁକ୍ତ କଳ୍ପନା ଅନୁସାରେ ଧୃତ୍ତତା ଦ୍ୱାରା ବିଭିନ୍ନ ଶିକ୍ଷା ରୁପ ବାୟୁରେ ଇତସ୍ତତଃ ଚାଳିତ ନ ହେଉଁ।
15 କିନ୍ତି ସତ୍ୟ ଅବଲମ୍ବନ କରି ମସ୍ତକ ସ୍ଵରୁପ ଯେ ଖ୍ରୀଷ୍ଟ, ତାହାଙ୍କ ଉଦ୍ଦେଶ୍ୟରେ ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଉ;
16 ତାହାଙ୍କ ଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ୱାରା ପୁଣି ପ୍ରତ୍ୟେକ ଅଂଶର କାର୍ଯ୍ୟ ସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରୁଅଛି।
17 ଅତଏବ ମୁଁ ପ୍ରଭୁଙ୍କ ନାମରେ ବିଶେଷ ଅନୁରୋଧ କରି କହୁଅଛି, ବିଜାତିମାନେ ଯେପରି ଆପଣା ଆପଣା ମନର ଅସାରତାରେ ଆଚରଣ କରନ୍ତି, ତୁମ୍ଭେମାନେ ସେହିପରି ଆଚରଣ କର ନାହି;
18 ସେମାନେ ଆପଣା ମାନଙ୍କ ଠାରେ ଥିବା ଅଜ୍ଞାନତା ହେତୁ ଓ ନିଜ ନିଜ ହୃଦୟର ଜଡତା ହେତୁ ଆପଣା ଆପଣା ବୁଦ୍ଧିରେ ଅନ୍ଧକାରାଚ୍ଛନ୍ନ ପୁଣି ଈଶ୍ବରଙ୍କ ଜୀବନରୁ ବିଛିନ୍ନ ହୋଇଅଛନ୍ତି;
19 ସେମାନେ ଜଦବତ ହୋଇ ଧନଲୋଭରେ ଆସକ୍ତ ହେବା ସଙ୍ଗେ ସଙ୍ଗେ ସର୍ବ ପ୍ରକାର ଅଶୁଚି କର୍ମ କରିବା ନିମନ୍ତେ ଆପଣା ଆପଣାକୁ କାମୁକତାରେ ସମର୍ପଣ କରିଅଛନ୍ତି।
20 କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ସେ ପ୍ରକାରେ ଶିକ୍ଷା କରି ନାହଁ;
21 ତୁମ୍ଭେମାନେ ତ ତାହାଙ୍କ ବିଷୟ ଶୁଣିଅଛ, ପୁଣି ଯୀଶୁଙ୍କ ସମ୍ଭନ୍ଧିୟ ସତ୍ୟ ଅନୁସାରେ ତାହାଙ୍କ ସହଭାଗିତାରେ ଥାଇ ଶିକ୍ଷିତ ହୋଇଅଛ,
22 ଅର୍ଥାତ ତୁମ୍ଭେମାନେ ତୁମ୍ଭମାନଙ୍କ ପୁରାତନ ଆଚରଣ ସମ୍ବନ୍ଧରେ,ଯେଉ ପୁରାତନ ସ୍ବଭାବ ପ୍ରବଞ୍ଚନାର ବିଳାସିତା ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହେଉଅଛି, ତାହାକୁ ପରିତ୍ୟାଗ କରିବାକୁ,
23 ପୁଣି ତୁମ୍ଭମାନଙ୍କ ମନରେ ନୁତନୀକୃତ ହୋଇ,
24 ଯେଉ ନୁତନ ସ୍ବଭାବ ଈଶ୍ବରଙ୍କ ପ୍ରତିମୁର୍ତ୍ତୀରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟି ହୋଇଅଛ।
25 ଅତଏବ ମିଥ୍ୟା ପରିତ୍ୟାଗ କରି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀ ସହିତ ସତ୍ୟ ଆଳାପ କର, କାରଣ ଆମ୍ଭେମାନେ ପରସ୍ବରର ଅଙ୍ଗପ୍ରତ୍ୟଙ୍ଗ।
26 କୃଦ୍ଧ ହେଲେ ପାପ କର ନାହି; ସୁର୍ଯ୍ୟ ଅସ୍ତ ନ ହେଉଣୁ କୃଦ୍ଧ ପରିତ୍ୟାଗ କର, ପୁଣି ଶୟତାନକୁ ସ୍ଥାନ ଦିଅ ନାହି।
27 ଚୋର ଆଉ ଚୋରି ନ କରୁ,
28 ବରଞ୍ଚ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଜେପପରି ତାହା ପାଖରେ କିଛି ଥାଇ ପାରେ, ଏଥି ନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ।
29 ତୁମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଞ୍ଚ ଆବଶ୍ୟକାନୁସାରେ ନିଷ୍ଠା ଜନକ ବାକ୍ୟ ନିର୍ଗତ ହେଉ, ଯେପରି ତାହା ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହୁଏ।
30 ଆଉ ଈଶ୍ୱରଙ୍କ ଯେଉ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଆ ନାହିଁ।
31 ସମସ୍ତ ପ୍ରକାର କଟୁ ଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କ ଠାରୁ ଦୁର ହେଉ;
32 ଆଉ ପରସ୍ପର ପ୍ରତି ସଦୟ ହୁଅ, ପୁଣି ଈଶ୍ୱର ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର।