1 ଏଥି ସମୟରେ,ଯେତେବେଳେ ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିଲା,ସେତେବେଳେ ଗ୍ରୀକ୍ ଭାଷାବାଦୀ ଯହୁଦୀମାନେ ଏବ୍ରୀୟମାନଙ୍କ ବିପକ୍ଷରେ ବଚସା କରିବାକୁ ଲାଗିଲେ,କାରଣ ଦୌନିକ ପରିଚର୍ଯ୍ୟାରେ ସେମାନଙ୍କର ବିଧବାମାନଙ୍କୁ ଉପେକ୍ଷା କରାଯାହୁଥିଲା |।
2 ସେଥିରେ ଦ୍ୱାଦଶ,ଶିଷ୍ୟସମୂହକୁ ନିକଟକୁ ଡାକି କହିଲେ,ଈଶ୍ୱରଙ୍କର ବାକ୍ୟ ପ୍ରଚାର ପରିତ୍ୟାଗ କରି ପାରିବେଷଣରେ ଆମ୍ଭମାନଙ୍କର ବ୍ୟସ୍ତ ରହିବା ଉପଯୁକ୍ତ ନୁହେ|।
3 ଅତଏବ ହେ ଭାଇମାନେ,ଯେଉଁମାନଙ୍କୁ ଆମ୍ଭେମାନେ ଏହି କାର୍ଯ୍ୟରେ ନିଯୁକ୍ତ କରି ପାରୁ,ଏପରି ସଖ୍ୟାତିସମ୍ଫନ୍ନ ଏବଂ ଆତ୍ମା ଜ୍ଞାନରେ ପରିପୂର୍ଣ୍ଣ ସାତ ଜଣଙ୍କ ଆପଣମାନଙ୍କ ମଧ୍ୟରୁ ବାଚୀ ସ୍ଥିର କରନ୍ତୁ;
4 କିନ୍ତୁ ଆମ୍ଭେମାନେ ପ୍ରାର୍ଥନାରେ ଓ ବାକ୍ୟ ପରିଚର୍ଯ୍ୟାରେ ଏକାଗ୍ରଭାବେ ଲାଗିରହିବା |।
5 ଏହି କଥା ସମସ୍ତ ସମ୍ପ୍ରଦାୟର ଦୃଷ୍ଟିରେ ଉତ୍ତମ ଦେଖାଗଲା,ଆଉ ସେମାନେ ବିଶ୍ୱାସ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ସ୍ତିଫାନ ନାମକ ଜଣେ ବ୍ୟକ୍ତିଙ୍କି,ପୁଣି ଫିଲିପ୍ପ,ପ୍ରଖର,ନୀକାନୋରେ,ତୀମୋନ,ପାର୍ମନା ଓ ଆନ୍ତିୟଖିଆର ଯିହୁଦୀମତାବଲମ୍ବୀ ନୀକଲାୟଙ୍କୁ ମନୋନିତ କରି,
6 ପ୍ରେରିତମାନଙ୍କ ସମ୍ମୁଖରେ ଉପସ୍ଥିତ କଲେ,ଆଉ ସେମାନେ ପ୍ରାର୍ଥନା କରି ସେମାନଙ୍କ ଉପରେ ହସ୍ତାର୍ପଣ କଲେ |।
7 ଏଥିଉତ୍ତାରେ ଈଶ୍ୱରଙ୍କ ବାକ୍ୟ ଅଧିକ ବ୍ୟାପିଗଲା ଏବଂ ଯିରୂଶାଲମରେ ଶିଷ୍ୟମାନଙ୍କ ସଂଖ୍ୟା ଅତିଶୟ ବୃଦ୍ଧି ପାଇବାକୁ ଲାଗିଲା;ଆଉ,ଯାଜକମାନଙ୍କ ମଧ୍ୟରୁ ଅନେକ ଅନେକ ଲୋକ ବିଶ୍ୱାସମାର୍ଗ ଅବଲମ୍ବନ କରିବକୁ ଲାଗିଲେ |।
8 ସ୍ତିପାନ ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇ ଲୋକମାନଙ୍କ ମଧ୍ୟରେ ମହା ମହା ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧନ କରିବାକୁ ଲାଗିଲେ |।
9 କିନ୍ତୁ ଲିବର୍ତ୍ତିନ,କୁରିଣିୟ ଓ ଅଲେକ୍କେଣ୍ଡ୍ରୀୟମାନଙ୍କ ନାମରେ ଖ୍ୟାତ ସମାଜଗୃହର କେତେକ ଜଣ ପୁଣି କିଲିକିୟା ଓ ଆସିଆ ନିବାସୀ କେତେକ ଲୋକ ଉଠି ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ,
10 ମାତ୍ରା ସେ ଯେଉଁ ଜ୍ଞାନ ଓ ଆତ୍ମାଙ୍କ ଶକ୍ତିରେ କଥା କହୁଥିଲେ,ସେମାନେ ତାହା ପ୍ରତିରୋଧ କରିବାକୁ ସମର୍ଥ ହେଲେ ନାହିଁ |।
11 ସେଥିରେ ସେମାନେ ଲୋକମାନଙ୍କୁ ମତାଇଲେ,ଆଉ ସେମାନେ କହିଲେ,ଆମ୍ଭେମାନେ ଏହାକୁ ମୋଶା ଓ ଈଶ୍ୱରଙ୍କ ବିରୁଦ୍ଧରେ ନିନ୍ଦାକଥା କହିବା ଶୁଣିଅଛୁ |।
12 ଆଉ,ସେମାନେ ଲୋକସାଧାରଣଙ୍କୁ,ପୁଣି ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କୁ ଉତ୍ତେଜିତ କରି ତାହାଙ୍କୁ ଆକ୍ରମଣ କଲେ ଓ ତାହାଙ୍କ ବଳରେ ଧରି ମହାସଭାକୁ ଆଣିଲେ,
13 ଆଉ ମିଥ୍ୟାସାକ୍ଷୀମାନଙ୍କୁ ଠିଆ କରାଇଲେ;ସେମାନେ କହିଲେ,ଏ ଲୋକଟା ଏହି ପବିତ୍ର ସ୍ଥାନ ଓ ବ୍ୟବସ୍ତା ବିରୁଦ୍ଧରେ କଥା କହିବାରୁ କ୍ଷାନ୍ତ ହେଉ ନାହିଁ,
14 କାରଣ ନାଜରିତୀୟ ସେହି ଯୀଶୁ ଏହି ସ୍ଥାନ ଧ୍ୱଂସ କରିବେ,ଆଉ ମୋଶା ଆମ୍ଭମାନଙ୍କୁ ଯେଉଁ ଯେଉଁ ରୀତିନୀତି ଦେଇଅଛନ୍ତି,ସେହିସବୁ ପରିବର୍ତ୍ତନ କରିବେ ବୋଲି ସେ କହୁଥିବା ଆମ୍ଭେମାନେ ଶୁନିଅଛୁ |।
15 ସେତେବେଳେ ମହାସଭାରେ ବସିଥିବା ସମସ୍ତେ ତାହାଙ୍କ ପ୍ରତି ଏକ ଦୃଷ୍ଟିରେ ଚାହିଁ ତାହାଙ୍କ ମୂଖ ଦୂତଙ୍କ ସଦୃଶ ଦେଖିଲେ |।