1 କିନ୍ତୁ ହନନିୟ ନାମକ ଜଣେ ବ୍ୟକ୍ତି ଆପଣା ଭାର୍ଯ୍ୟା ଶଫିରାର ସମ୍ମତିରେ କିଛି ସମ୍ପତି ବିକ୍ରୟ କଲା,

2 ପୁଣି ଭାର୍ଯ୍ୟାର ଜ୍ଞାତସାରରେ ସେଥିର ମୁଲ୍ୟରୁ କିଛି ଲୁଛାଇ ରଖିବାକୁ ରଖି ଅଂଶମାତ୍ର ଆଣି ପ୍ରେରିତମାନେଙ୍କ ଚରଣ ତଳେ ଥୋଇଲା |।

3 ସେଥିରେ ପିତର କେହିଲେ,ହେ ହନନିୟ,ପବିତ୍ର ଆତ୍ମାଙ୍କ ନିକଟରେ ମିଥ୍ୟା କହିବାକୁ ଓ ଭୂମିର ମୁଲ୍ୟରୁ କିଛି ଲୁଚାଇ ରଖିବାକୁ କାହିଁକି ଶୟତାନ ତୁମ୍ଭ ହୃଦୟ ସମ୍ପୁର୍ଣ୍ଣ ଅଧିକାର କରିଅଛନ୍ତି।

4 ବିକ୍ରୟ ନ ହେବା ପୂର୍ବେ ତାହା କଅଣ ତୁମ୍ଭ ନିଜର ହୋଇ ରହି ନ ଥିଲାଆଉ ବିକ୍ରୟ ହେବା ଉତ୍ତାରେ ସେଥିର ମୁଲ୍ୟ କି ତୁମ୍ଭ ନିଜ ଅଧିକାରରେ ନ ଥିଲା ତେବେ ତୁମ୍ଭେ କିପରି ଆପଣା ହୃଦୟରେ ଏହି ବିଷୟ ଭାବିଲ?ତୁମ୍ଭେ ଯେ ମନୁଷ୍ୟ ନିକଟରେ ମିଥ୍ୟା କହିଲ ତାହା ନୁହେ,ମାତ୍ର ଈଶ୍ୱରଙ୍କ ନିକଟରେ ମିଥ୍ୟା କହିଲ |।

5 ଏହି ସବୁ କଥା ଶୁଣି ହନନିୟ କଚାଡ଼ି ହୋଇ ପଡ଼ି ହୋଇ ପ୍ରାଣତ୍ୟାଗ କଲା |ସେଥିରେ ଯେତେ ଲୋକ ଏହା ଶୁଣିଲେ,ସମସ୍ତେ ଅତିଶୟ ଭୟ ପାଇଲେ |।

6 ଆଉ,ଯୁବକମାନେ ଉଠି ତାହାକୁ ଲୁଗାରେ ଗୁଡ଼ାଇଲେ ଏବଂ ବାହାରକୁ ଘେନିଯାଇ ସମାଧି ଦେଲେ |।

7 ପ୍ରାୟ ତିନି ଘଣ୍ଟା ପରେ ତାହାର ଭାର୍ଯ୍ୟା ଆସିଲା,କିନ୍ତୁ କଅଣ ଘଟିଅଛି,ତାହା ସେ ଜାଣି ନ ଥିଲା |।

8 ଆଉ ପିତର ତାହାକୁ ଉତ୍ତର ଦେଲେ,କୁହ ତ,ତୁମ୍ଭେମାନେ କଅଣ ଏତିକି ଟଙ୍କାରେ ଭୂମି ବିକ୍ରୟ କଲ?ସେ କହିଲା,ହଁ,ସେତିକିରେ |।

9 ସେଥିରେ ପିତର ତାହାକୁ କହିଲେ,ପ୍ରଭୁଙ୍କ ଆତ୍ମାଙ୍କୁ ପରୀକ୍ଷା କରିବା ନିମନ୍ତେ ତୁମ୍ଭେମାନେ କହିଁକି ଏକ ପରାମର୍ଶ ହେଲ?ଦେଖ,ଯେଉଁମାନେ ତୁମ୍ଭ ସ୍ୱାମିକୁ ସମାଧି ଦେଇଛନ୍ତି,ସେମାନେ ଦ୍ୱାର ପାକରେ ଉପସ୍ଥିତ ହେଲେଣି,ଆଉ ସେମାନେ ତୁମ୍ଭକୁ ବାହାରକୁ ବହିନେଇଯିବେ |।

10 ତତକ୍ଷଣାତ୍ ସେ ତାହାଙ୍କ ପାଦ ତଳେ କଚାଡ଼ି ହୋଇ ପଡ଼ି ପରିତ୍ୟାଗ କଲା,ପୁଣି,ଯୁବକମାନେ ଭିତରକୁ ଆସି ତାହାକୁ ମୃତ ଦେଖି ବାହାରକୁ ବହିନେଇଗଲେ ଏବଂ ତାହାର ସ୍ୱାମୀ ପାଖରେ ତାହାକୁ ସମାଧି ଦେଲେ |।

11 ସେଥିରେ ସମୁଦାୟ ମଣ୍ଡଳି ଓ ଯେତେ ଲୋକ ଏହି ସବୁ ବିଷୟ ଶୁଣିଲେ,ସେମାନେ ସମସ୍ତେ ଅତିଶୟ ଭୟ ପାଇଲେ |।

12 ପ୍ରେରିତମାନଙ୍କ ହସ୍ତେ ଦ୍ୱାରା ଲୋକମାନଙ୍କ ମଧ୍ୟରେ ଅନେକ ଅନେକ ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧିତ ହେବାକୁ ଲାଗିଲା,ଆଉ ସମସ୍ତ ମଣ୍ଡଳୀ ଏକଚିତ୍ତରେ ଶଲମୋନଙ୍କ ମଣ୍ଡପରେ ଉପସ୍ଥିତ ହେଉଥିଲେ,

13 କିନ୍ତୁ ଅନ୍ୟ ଲୋକମାନଙ୍କ ମଧ୍ୟରୁ କେହି ସେମାନଙ୍କ ସହିତ ଯୋଗ ଦେବାକୁ ସାହସ କରୁ ନ ଥିଲେ;ତଥାପି ଲୋକମାନେ ସେମାନଙ୍କର ପ୍ରଶଂସା କରୁଥିଲେ,

14 ପୁଣି ଆହୁରି ଅଧିକ ଅନେକ ପୁରୁଷ ଓ ସ୍ତ୍ରୀ ବିଶ୍ୱାସ କରି ପ୍ରଭୁଙ୍କ ସହିତ ସଂଯୁକ୍ତ ହେବାକୁ ଲାଗିଲେ,

15 ଏପରି କି,ପିତର ଆସିବା ସମୟରେ ଅନ୍ତତଃ ତାହାଙ୍କ ଛାୟା ଯେପରି ରୋଗିମାନଙ୍କ ମଧ୍ୟରୁ କାହାରି କାହାରି ଉପରେ ପଡ଼େ,ଏଥିନିମନ୍ତେ ଲୋକମାନେ ସେମାନଙ୍କୁ ଦାଣ୍ଡକୁ ବୋହିନେଇ ଆସି ଶେଯ ଓ ଖଟିଆ ରଖିଦେଉଥିଲେ |।

16 ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ନଗରସମୁହରୁ ଲୋକସମୁହ ମଧ୍ୟ ରୋଗୀମାନଙ୍କୁ ଓ ଅଶୁଚି ଆତ୍ମା ଦ୍ୱାରା ଆକ୍ରାନ୍ତଲୋକମାନଙ୍କୁ ଆଣି ଏକତ୍ର ହେଉଥିଲେ, ଆଉ ସେମାନେ ସମସ୍ତେ ସୁସ୍ଥ ହେଲେ |।

17 ପରେ ମହାଯାଜକ ଓ ତାହାଙ୍କ ସଙ୍ଗୀସମସ୍ତେ,ଅର୍ଥାତ ସାଦ୍ଧୁକୀ ଦଳ,ଇର୍ଷାରେ ପ୍ରଜ୍ଜ୍ୱଳିତ ହୋଇ ଉଠିଲେ।

18 ଓ ପ୍ରେରିତମାନଙ୍କୁ ଧରି ସାଧାରଣ କାରାଗାରରେ ରଖିଲେ |।

19 କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରତ୍ରିକାଳରେ କାରାଗାରର ଦ୍ୱାରସବୁ ପିଟାଇଦେଲେ ଓ ସେମାନଙ୍କୁ ବାହାର କରି ଆଣି କହିଲେ,

20 ଯାଅ,ମନ୍ଦିରର ମଧ୍ୟରେ ଠିଆ ହୋଇ ଲୋକମାନଙ୍କୁ ଏହି ଜୀବନ ସମ୍ବନ୍ଧିୟ ସମସ୍ତ କଥା କୁହ |।

21 ଏହା ଶୁଣି ସେମାନେ ପ୍ରଭାତ ସମୟରେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ |ଇତିମଧ୍ୟରେ ମହାଯାଜକ ଓ ତାହାଙ୍କ ସଙ୍ଗୀମାନେ ଆସି ମହାସଭା ଓ ଇସ୍ରାଏଲ ସନ୍ତାନମାନଙ୍କର ପ୍ରାଚିନବର୍ଗଙ୍କୁ ଡାକି ଏକତ୍ର କଲେ,ପୁଣି ସେମାନଙ୍କୁ ଆଣିବା ନିମନ୍ତେ କାରାଗାରକୁ ଲୋକ ପଠାଇଲେ |।

22 କିନ୍ତୁ କର୍ମଚାରିମାନେ ଯାଇ କାରାଗାରରେ ସେମାନଙ୍କୁ ନ ପାଇ ଫେରି ଆସି କହିଲେ,

23 ଆମ୍ଭେମାନେ ଦେଖିଲୁ,କାରାଗାର ଦୃଢ଼ରୂପେ ରୁଦ୍ଧ ହୋଇଅଛି ଓ ଦ୍ୱାରଗୁଡ଼ିକରେ ରକ୍ଷକମାନେ ଠିଆହୋଇଅଛନ୍ତି,କିନ୍ତୁ ଦ୍ୱାର ଫିଟାନ୍ତେ ଭିତରେ ଆମ୍ଭେମାନେ କାହାକୁ ପାଇଲୁ ନାହିଁ |।

24 ଏହି ସବୁ କଥା ଶୁଣି ମନ୍ଦିରର ସେନାପତି ଓ ପ୍ରଧାନ ଯାଜକମାନେ ଏଥିର ପରିଣାମ କଅଣ ହେବ ଭାବି ସେମାନଙ୍କ ବିଷୟରେ ହତବୁଦ୍ଧି ହେବାକୁ ଲାଗିଲେ |।

25 ଏପରି ସମୟରେ ଜଣେ ଆସି ସେମାନଙ୍କୁ ସମ୍ବାଦ ଦେଲା,ଦେଖନ୍ତୁ,ଆପଣମାନେ ଯେଉଁ ଲୋକମାନଙ୍କୁ କାରାଗାରରେ ରଖିଥିଲେ,ସେମାନେ ମନ୍ଦିରରେ ଠିଆ ହୋଇ ଲୋକମାନଙ୍କୁ ଶିକ୍ଷା ଦେଉଅଛନ୍ତି |।

26 ସେତେବେଳେ ସେନାପତି କର୍ମଚାରୀମାନଙ୍କ ସହିତ ଯାଇ ସେମାନଙ୍କୁ ଆଣିଲେ,କିନ୍ତୁ ବଳ ପୁର୍ବକ ନୁହେଁ,କାରଣ କାଳେ ଲୋକେ ସେମାନଙ୍କୁ ପଥର ଫୋପାଡ଼ିବେ,ଏହା ଭୟ କରୁଥିଲେ |।

27 ସେମାନେ ସେମାନଙ୍କୁ ଆଣି ମହାସଭା ସମ୍ମୁଖ ରେ ଠିଆ କରାଇଲେ |।

28 ସେଥିରେ ମହଯାଜକ ସେମାନଙ୍କୁ ପଚାରିଲେ,ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ନାମରେ ଶିକ୍ଷା ଦେବାକୁ ଅତି ଦୃଢ଼ରୂପେ ନିଷେଧ କରିଥିଲୁୁ,ତଥାପି ଦେଖ,ତୁମ୍ଭେମାନେ ତୁମ୍ଭ ମାନଙ୍କ ଶିକ୍ଷାରେ ଜିରୁଶାଲାମ ପୁର୍ଣ୍ଣ କରି ସେହି ଲୋକର ରକ୍ତପାତର ଦୋଷ ଆମ୍ଭମାନଙ୍କ ଉପରେ ବର୍ତ୍ତାଇବାକୁ ଚାହୁଁଅଛ|।

29 କିନ୍ତୁ ପିତର ଓ ଅନ୍ୟ ପ୍ରେରିତମାନେ ଉତ୍ତର ଦେଲେ,ମନୁଷ୍ୟମାନଙ୍କର ଆଜ୍ଞା ଅପେକ୍ଷା ବରଂ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ |।

30 ଯେଉଁ ଯୀଶୁଙ୍କୁ ଆପଣମାନେ କୃଶରେ ଟଙ୍ଗାଇ ବଧ କରିଥିଲେ,ଆମ୍ଭମାନଙ୍କ ପିତୃପୁରୁଷଙ୍କ ଈଶ୍ୱର ତାହାଙ୍କୁ ଉଠାଇଅଛନ୍ତି |।

31 ପୁଣି ସେ ଯେପରି ଇସ୍ରାଏଲକୁ ମନପରିବର୍ତ୍ତନ ଓ ପାପକ୍ଷମା ଦାନ କରନ୍ତି,ଏଥି ନିମନ୍ତେ ଈଶ୍ୱର ଆପଣା ଦକ୍ଷିଣ ହସ୍ତ ଦ୍ୱାରା ଅଧିପତି ଓ ତ୍ରାଣକର୍ତ୍ତାସ୍ୱରୁପେଉନ୍ନତ କରିଅଛନ୍ତି |।

32 ପୁଣି ଆମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ,ଆଉ ଯେଉଁ ପବିତ୍ର ଆତ୍ମାଙ୍କୁ ଈଶ୍ୱର ଆପଣା ଆଜ୍ଞା ପାଳନକାରୀମାନଙ୍କୁ ଦେଇଅଛନ୍ତି,ସେ ମଧ୍ୟ ସାକ୍ଷୀ |।

33 ଏହି କଥା ଶୁଣି ସେମାନେ ମର୍ମାହତ ହେଲେ ଓ ସେମାନଙ୍କୁ ବଧ କରିବା ନିମନ୍ତେ ମନ୍ତ୍ରଣା କରିବାକୁ ଲାଗିଲେ |।

34 କିନ୍ତୁ ଗମାଲିଏଲ୍ନାମକ ଜଣେ ଫାରୁଶୀ,ଯେ କି ବ୍ୟବସ୍ଥା -ଅଧ୍ୟାପକ ଓ ସମସ୍ତଙ୍କ ନିକଟରେ ସମ୍ମାନପାତ୍ର ଥିଲେ,ସେ ମହା ସଭାରେ ଠିଆ ହୋଇ ପ୍ରେରିତ ମାନଙ୍କୁ କିଛି ସମୟ ନିମନ୍ତେ ବାହାର କରିଦେବାକୁ ଆଜ୍ଞା ଦେଲେ,

35 ପୁଣି ସେ ସେମାନଙ୍କୁ କହିଲେ,ହେ ଇସ୍ରାଏଲୀୟ ଲୋକମାନେ,ଏମାନଙ୍କ ପ୍ରତି ଆପଣମାନେ କଣ କରିବାକୁ ଉଦ୍ୟତ ହେଉଅଛନ୍ତି,ସେ ବିଷୟରେ ସାବଧାନ ହେଉନ୍ତୁ |।

36 କାରଣଏଥିପୁର୍ବେ ଥିଉଦା ଉଠି ନିଜକୁ ଜଣେ ମହାପୁରୁଷ ବୋଲି କହିଲା,ଆଉ ପ୍ରାୟ ଚାରିଶ ଲୋକ ତାହା ସହିତ ଯୋଗ ଦେଲେ;ସେ ହତ ହେଲା,ପୁଣି ଯେତେ ଲୋକ ତାହାର ଅନୁଗତ ହୋଇଥିଲେ,ସେମାନେ ସମସ୍ତେ ଛିନ୍ନଭିନ୍ନ ହେଲେ ଓ ଅକୃତ,କାର୍ଯ୍ୟ ହେଲେ |।

37 ସେହି ଲୋକ ଉତ୍ତାରେ ଜନଗଣନା ସମୟରେ ଗାଲିଲିୟ ଯିହୁଦା ଉଠି ଲୋକମାନଙ୍କୁ ଆପାଣା ପଛରେ ଟାଣିନେଇ ବିପ୍ଳବ କରାଇଲା;ସେ ମଧ୍ୟ ବିନଷ୍ଟ ହେଲା,ପୁଣି ଯେତେଲୋକ ତାହାର ଅନୁଗତ ହୋଇଥିଲେ,ସେମାନେ ସମସ୍ତେ ଛିନ୍ନଭିନ୍ନ ହୋଇଗଲେ |।

38 ଏବେ ମୁଁ ଆପଣମାନଙ୍କୁ କହୁଅଛି,ଆପଣମାନେ ଏହି ଲୋକ ମାନଙ୍କ ପ୍ରତି କିଛି ନ କରି ସେମାନଙ୍କୁ ଛାଡ଼ିଦିଅନ୍ତୁ,କାରଣ ଏହି ମନ୍ତ୍ରଣା ବା ଏହି କର୍ମ ଯଦି ମନୁଷ୍ୟଠାରୁ ହୋଇଥାଏ,ତାହାହେଲେ ତାହା ଉଛିନ୍ନ ହୋଇଯିବ;

39 କିନ୍ତୁ ଯଦି ତାହା ଈଶ୍ୱରଙ୍କଠାରୁ ହୋଇଥାଏ,ତାହା ହେଲେ ଆପଣମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବେ ନାହିଁ,କାଳେ ଆପଣମାନେ ଈଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି ବୋଲି ଦେଖାଯିବେ |।

40 ସେମାନେ ତାହା ଙ୍କ କଥାରେ ସମ୍ମତ ହେଲେ,ପୁଣି ପ୍ରେରିତମାନଙ୍କୁ ନିକଟକୁ ଡାକି ସେମାନଙ୍କୁ ପ୍ରହାର କଲେ ଓ ଯୀଶୁଙ୍କ ନାମରେ କଥା ନ କହିବାକୁ ଆଜ୍ଞା ଦେଇ ଛାଡ଼ିଦେଲେ |।

41 ସେଥିରେ ସେମାନେ ଯେ ସେହି ନାମ ସକାଶେ ଅପମାନ ଭୋଗିବାକୁ ଯୋଗ୍ୟ ବୋଲି ଗଣିତ ହୋଇଥିଲେ,ସେଥିନିମନ୍ତେ ସେମାନେ ଆନନ୍ଦ କରୁ କରୁ ମହାସଭାରୁ ବାହାରିଗଲେ;

42 ଆଉ ସେମାନେ ପ୍ରତିଦିନ ମନ୍ଦିରରେ ଓ ଘରେ ଘରେ ଶିକ୍ଷା ଦେବାରୁ ଓ ଯୀଶୁ ଯେ ଖ୍ରୀଷ୍ଟ,ଏହି ସୁସମାଚାର ପ୍ରଚାର କରିବାରୁ କ୍ଷାନ୍ତ ହେଲେ ନାହିଁ |।