1 ସେମାନେ ଲୋକମାନଙ୍କ ନିକଟରେ କଥା କହୁଥିବା ସମୟରେ ଯାଜକମାନେ,ମନ୍ଦିର ସେନାପତି ଓ ସାଦ୍ଦୂକିମାନେ*ସେମାନଙ୍କ ନିକଟରେ ଉପସ୍ଥିତ ହେଲେ;

2 ସେମାନେ ବିରକ୍ତ ହୋଇଥିଲେ,କାରଣ ପ୍ରେରିତମାନେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଓ ଯୀଶୁଙ୍କ କଥା ଧରି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ବିଷୟ ପ୍ରଚାର କରୁଥିଲେ |।

3 ପୁଣି,ସେମାନେ ସେମାନଙ୍କୁ ଧରି ପରଦିନ ପର୍ଯ୍ୟନ୍ତ କାରାଗାରରେ ରଖିଲେ,କାରଣ ସେତେବେଳେ ସନ୍ଧ୍ୟା ହୋଇଥିଲା |।

4 ତଥାପି ବାକ୍ୟ ଶୁଣିବା ଲୋକମାନଙ୍କ ମଧ୍ୟରୁ ଅନେକେ ବିଶ୍ୱାସ କଲେ,ଆଉ ପୁରୁଷମାନଙ୍କର ସଂଖ୍ୟା ପାଞ୍ଚ ସହସ୍ର ହେଲେ |।

5 ପରଦିନ ଲୋକମାନଙ୍କର ଅଧ୍ୟକ୍ଷ,ପ୍ରାଚୀନ ଓ ଶାସ୍ତ୍ରୀମାନେ ଯିରୁଶାଲମରେ ଏକତ୍ରିତ ହେଲେ;

6 ସେଠାରେ ମହାଯାଜକ ହାନାନ*,କୟାଫ,ଯୋହନ,ଆଲେକଜଣ୍ଡର,ପୁଣି ମହାଜାଯକୀୟ ବଂଶର ସମସ୍ତ ଲୋକ ଉପସ୍ଥିତ ଥିଲେ |।

7 ସେମାନେ ପ୍ରେରିତମାନଙ୍କୁ ମଧ୍ୟସ୍ଥାନରେ ଠିଆ କରାଇ ପଚାରିବାକୁ ଲାଗିଲେ,କି ଶକ୍ତିରେ ବା କେଉଁ ନାମରେ ତୁମ୍ଭେମାନେ ଏହା କରିଅଛ*?

8 ସେଥିରେ ପିତର ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ସେମାନଙ୍କୁ କହିଲେ*,ହେ ଲୋକମାନଙ୍କର ଅଧ୍ୟକ୍ଷ ଓ ପ୍ରଚିନମାନେ,

9 ଆଜି ଯଦି ଜଣେ ରୋଗୀ ପ୍ରତି କରାଯାଇଥିବା ଉତ୍ତମ କାର୍ଯ୍ୟ ବିଷୟରେ ଆମ୍ଭମାନଙ୍କୁ ପଚରାଯାଏ ଯେ,ଏହି ଲୋକ କି ଉପାୟରେ ସୁସ୍ଥ ହୋଇଅଛି,

10 ତାହାହେଲେ ଆପଣମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲ ଲୋକ ଜ୍ଞାତ ହେଉନ୍ତୁ,ଯେଉଁ ନାଜରିତୀୟା ଯୀଶୁଙ୍କୁ ଆପଣମାନେ କ୍ରୃଶରେବଧ କରିଅଛନ୍ତି,ଯାହାଙ୍କୁ ଈଶ୍ୱର ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି*,ତାହାଙ୍କ ନାମରେ,ହଁ,ତାହାଙ୍କ ଦ୍ୱାରା ଏହି ଲୋକଟି ସୁସ୍ଥ ହୋଇ ଆପଣମାନଙ୍କ ସାକ୍ଷାତରେ ଠିଆ ହୋଇଅଛି |।

11 ଗୃହନିର୍ମାଣକାରି ଯେ ଆପଣମାନେ,ଆପଣମାନଙ୍କ ଦ୍ୱାରା ଯେଉଁ ପ୍ରସ୍ତର ଅବଜ୍ଞତ ହୋଇଥିଲେ,ଯାହା କୋଣର ପ୍ରଧାନ ପ୍ରସ୍ତର ହେଲେ*,ସେ ସେହି ପ୍ରସ୍ତର |।

12 ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ;କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ,ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦେଆଯାଇ ନାହିଁ |।

13 ସେମାନେ ପିତର ଓ ଯୋହନଙ୍କ ଙସହାସ ଦେଖି ଏବଂ ସେମାନେ ଯେ ଅଶିକ୍ଷିତ ଓ ଅଜ୍ଞାନ ଲୋକ,ଏହା ବୁଝି*ଚମତ୍କୃତ ହେଲେ,ପୁଣି ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ ବୋଲି ସେମାନଙ୍କୁ ଚିହ୍ନିଲେ,

14 ଆଉ ସେହି ସୁସ୍ଥ ହୋଇଥିବା ଲୋକଟିକି ସେମାନଙ୍କୁ ସାଙ୍ଗରେ ଠିଆ ହୋଇଥିବାର ଦେଖି ବିରୁଦ୍ଦରେ କିଛି କହି ପାରିଲେ ନାହିଁ |।

15 ପରେ ସେମାନଙ୍କୁ ସଭାରୁ ବାହାରିଯିବାକୁ ଆଜ୍ଞା ଦେଇ ସେମାନେ ପରସ୍ପରରମଧ୍ୟରେ ପରାମର୍ଶ କରି ବାକୁ ଲାଗିଲେ ଏ ଲୋକଗୋଡ଼ାକ ପ୍ରତି କଅଣ କରିବା।

16 କାରଣ ଏମାନଙ୍କ ଦ୍ୱାରା ଯେ ଗୋଟିଏ ମହାଆଶ୍ଚକାର୍ଯ୍ୟକର୍ମ ସାଧିତ ହୋଇଅଛି ଏହା ଯିରୁଶାଲାମ ନିବାସୀସମସ୍ତେଙ୍କ ନିକଟରେ ପ୍ରକାଶିତ ହୋଇଅଛି ଆଉ ଆମ୍ଭେମାନେ ତାହା ଅସ୍ୱୀକାର କରି ନ ପାରୁ।

17 କିନ୍ତୁ କଥାଟାଯେପରି ଲୋକମାନଙ୍କ ମଧ୍ୟରେ ଆହୁରି ଅଧିକ ବ୍ୟାପି ନ ଯାଏ ଏଥିପାଇଁ ଏହି ନାମରେ କୌଣସି ଲୋକକୁ ଆଉ କିଛି ନ କହିବାକୁ ସେମାନଙ୍କୁ ଭୟ ଦେଖାଇବା |।

18 ପରେ ସେମାନଙ୍କୁ ଡ଼ାକି ଯୀଶୁଙ୍କ ନାମରେ ଆଦୌକଥା ନ କହିବାକୁ ବା ଶିକ୍ଷା ନ ଦେବାକୁ ଦୃଢ଼ ରୂପେ ଅାଜ୍ଞା ଦେଲେ |।

19 କିନ୍ତୁ ପିତର ଓ ଯୋହନ ସେମାନଙ୍କୁ ଉତ୍ତର ଦେଲେ, ଇଶ୍ୱରଙ୍କ କଥା ଶୁଣିବା ଅପେକ୍ଷା ଆପଣମାନଙ୍କ କଥା ଶୁଣିବା ଇଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କି ନା, ତାହା ଆପଣମାନେ ବିଚାର କରନ୍ତୁ।

20 କାରଣ ଆମ୍ଭେମାନେ ଯାହା ଯାହା ଦେଖିଅଛୁ ଓ ଶୁଣିଅଛୁ, ସେହିସବୁ ନ କହି ରହି ନ ପାରୁ |।

21 ସେଥିରେ ସେମାନେ ଲୋକମାନଙ୍କ ହେତୁ ସେମାନଙ୍କୁ ଦଣ୍ଡ ଦେବାର କୌଣସି ବାଟ ନ ପାଇବାରୁ ସେମାନଙ୍କୁ ଅଧିକ ଭୟ ଦେଖାଇ ଛାଡିଦେଲେ, ଯେଣୁ ଯାହା ଘଟିଥିଲା, ସେଥି ନିମନ୍ତେ ଲୋକସମସ୍ତେ ଇଶ୍ୱରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲେ,

22 କାରଣ ଯେଉଁ ଲୋକଠାରେ ସେହି ଆରୋଗ୍ୟର ଆଶ୍ଚର୍ଯ୍ୟକର୍ମ କରାଯାଇଥିଲା, ତାହାର ବୟସ ଚାଳିଶ ବର୍ଷରୁ ଉର୍ଦ୍ଧଥିଲା |।

23 ସେମାନେ ମୁକ୍ତ ହୋଇ ଆପଣା ସଙ୍ଗୀମାନଙ୍କ ନିକଟକୁ ଗଲେ ଏବଂ ପ୍ରଧାନ ଜାଯକ ଓ ପ୍ରାଚୀନମାନେ ସେମାନଙ୍କୁ ଯାହା ଯାହା କହିଥିଲେ, ସେହିସବୁ ଜଣାଇଲେ |।

24 ସେମାନେ ତାହା ଶୁଣି ଏକଚିତ୍ତରେ ଇଶ୍ୱରଙ୍କ ନିକଟରେ ଉଚ୍ଚ ସ୍ୱରରେ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଏବଂ ସେସବୁ ମଧ୍ୟରେ ଥିବା ସମସ୍ତ ବିଷୟ ସୃଷ୍ଟି କରିଅଚ୍ଛ |।

25 ତୁମ୍ଭେ ଆପଣା ଦାସ ଆମ୍ଭମାନଙ୍କ ପିତା ଦାଉଦଙ୍କ ମୁଖ ଦେଇ ପବିତ୍ର ଆତ୍ମାଙ୍କ ଦ୍ୱାରା ଏହି କଥା କହିଅଚ୍ଛ, ବିଜାତିମାନେ କାହିଁକି କଳହ କଲେ, ଆଉ ଲୋକମାନେ କାହିଁକି ଅନର୍ଥକ ବିଷୟ କଳ୍ପନା କଲେ।

26 ପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତଙ୍କ ବିରୁଦ୍ଧରେ, ପୃଥିବୀର ରାଜାମାନେ ଠିଆ ହେଲେ, ପୁଣି ଶାସନକର୍ତ୍ତାମାନେ ଏକତ୍ର ହେଲେ |।

27 କାରଣ ତୁମ୍ଭର ଯେଉଁ ବପିତ୍ରା ଦାସ ଯୀଶୁଙ୍କୁ ତୁମ୍ଭେ ଅଭିଷିକ୍ତ କଲ,ପ୍ରକୃତରେ ତାହାଙ୍କ ବିରୁଦ୍ଧରେ ହେରୋଦ ଏବଂ ପନ୍ତିୟ ପିଲାତ ଉବୟ ବିଜାତି ଓ ଇସ୍ରାଏଲୟ ଲୋକମାନଙ୍କ ସହିତ ଏହି ନଗରରେ,

28 ତୁମ୍ଭର ସକଳ୍ପ ଦ୍ୱାରାଯେସମସ୍ତ ବିଷୟ ଘଟିବ ବୋଲି ପୂର୍ବରୁ ଣିରୂପିତ ହୋଇଥିଲା,ତାହା କରିବାକୁ ଏକତ୍ର ହେଲେ|।

29 ଆଉ ଏବେ,ହେ ପ୍ରଭୁ,ସେମାନଙ୍କ ତର୍ଜନଗର୍ଜନ ପ୍ରତି ଦୃଷ୍ଟିପାତ କର;ପୁଣି,ତୁମ୍ଭର ଦାସମାନଙ୍କୁୁ ପୂର୍ଣ୍ଣ ସାହସ ସହ ତୁମ୍ଭର ବାକ୍ୟ କହିବାକୁ ଶକ୍ତି ଦିଅ,

30 ଆଉ ସେଥି ସଙ୍ଗେ ସଙ୍ଗେ ତୁମ୍ଭର ପବିତ୍ର ଦାସ ଯୀଶୁଙ୍କ ନାମରେ ଆରୋଗ୍ୟର କରିବା ନିମନ୍ତେ ଏବଂ ଲକ୍ଷଣ ଓ ଅଦ୍ଭୁତ କର୍ମମାନ ସାଧନ କରିବା ପାଇଁ ତୁମ୍ଭର ହସ୍ତ ବିସ୍ତାର କର |।

31 ସେମାନେ ପ୍ରାର୍ଥନା କଲ ଉତ୍ତାରେ,ଯେଉ ସ୍ଥାନରେ ଏକତ୍ର ହୋଇଥିଲେ,ତାହା କମ୍ଫିଉଠିଲା ପୁଣି ସମସ୍ତେ ପବିତ୍ରଆତ୍ମରେ ପରିପୂର୍ଣ ହୋଇ,ସାହାସରେ ଈଶ୍ୱରଙ୍କ ବାକ୍ୟ କହିବାକୁ ଲାଗିଲେ |।

32 ବିଶ୍ୱସକାରୀ ଲୋକସମୁହ ଏକଚିତ୍ତ ଓ ଏକପ୍ରାଣ ଥିଲେ; ସେମାନଙ୍କ ମଧ୍ୟରୁ କେହିହେଲେ ଆପାଣା ସମ୍ପତି ମଧ୍ୟରୁ କିଛି ନିଜର ବୋଲି କହୁ ନ ଥିଲେ, କିନ୍ତୁ ସେମାନଙ୍କର ସମସ୍ତ ବିଷୟ ସାଧାରଣ ଥିଲା |।

33 ପ୍ରେରିତମାନେ ମହା ଶକ୍ତି ସହିତ ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନ ବିଷୟରେ ସାକ୍ଷ୍ୟ ଦେବାକୁ ଲାଗିଲେ, ପୁଣି ସମସ୍ତଙ୍କ ଉପରେ ମହା ଉନୁଗ୍ରହ ଥିଲା |।

34 ଯେଣୁ ସେମାନଙ୍କ ମଧ୍ୟରେ କାହାରି କୌଣସି ଅଭାବ ନ ଥିଲା, କାରଣ ଯେତେ ଲୋକଙ୍କର ଭୁମି ବା ଗୃହ ଥିଲା, ସେମାନେ ତାହା ବିକ୍ରୟ କରି ବିକ୍ରିତ ସମ୍ପତିର ମୁଲ୍ୟ ଆଣି ପ୍ରେରିତମାନଙ୍କର ପାଦତଳେ ଥୋଇଥିଲେ,

35 ଆଉ ପ୍ରତ୍ୟେକ ଜଣକୁ ତା'ର ଅଭାବ ଅନୁସାରେ ବିତରଣ କରାଯାଉଥିଲା |।

36 ପୁଣି, ଯୋଷେଫ, ଯେ ଲେବୀ ବଂଶଜାତ ଜଣେ କୁପ୍ରିୟ ଜାତିର ଲୋକ, ଯାହାଙ୍କୁ ପ୍ରେରିତମାନେ ବର୍ଣ୍ଣବ୍ବା ବୋଲି ଉପନାମ ଦେଇଥିଲେ (ଅନୁବାଦ କଲେ ଏହାର ଅର୍ଥ ସାନ୍ତ୍ୱନାର ପୁତ୍ର),

37 ତାଙ୍କର ଖଣ୍ଡେ କ୍ଷେତ୍ର ଥିଲା; ସେ ତାହା ବିକ୍ରୟ କରି ସେଥିର ଟଙ୍କା ଆଣି ପ୍ରେରିତମାନଙ୍କର ପାଦ ତଳେ ଥୋଇଲେ |।