1 ସେଥିରେ ମହାଯାଜକ ପଚାରିଲେ,ଏହି ସମସ୍ତ କଥା କି ସତ୍ୟ?

2 ସେ କହିଲେ,ହେ ଭ୍ରାତୃ ଓ ପିତୃଗଣ,ଶ୍ରବଣ କରନ୍ତୁ |ଆମ୍ଭମାନଙ୍କର ପିତା ଅବ୍ରାହାମ ହାରୋଣରେ ବାସ କରିବା ପୁର୍ବେ ଯେତେବେଳେ ସେ ମେସପତାମିଆରେ ଥିଲେ,ସେତେବେଳେ ସେ ଗୌରବମୟ ଈଶ୍ୱର ତାହାଙ୍କୁ ଦର୍ଶନ ଦେଇ କହିଲେ,

3 ତୁମ୍ଭେ ସ୍ୱଦେଶରୁ ଓ ଆପଣା ଆତ୍ମୀୟମାନଙ୍କ ମଧ୍ୟରୁ ବାହାରିଆସ,ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଦେଶ ଦେଖାଇବା,ସେହି ଦେଶକୁ ଯାଅ |।

4 ସେଥିରେ କଲଦୀୟମାନଙ୍କ ଦେଶରୁ ବାହାରି ସେ ହାରୋଣରେ ବାସ କଲେ,ପୁଣି ତାହାଙ୍କ ପିତାଙ୍କ ମୃତୁ ଉତ୍ତାରେ ସେଠାରୁ,ଆପଣମାନେ ଏବେ ଯେଉଁ ଦେଶରେ ବାସ କରୁଅଛନ୍ତି,ଏହି ଦେଶକୁ ଇଶ୍ୱର ତାହାଙ୍କୁ ଘେନିଆସିଲେ,

5 ଆଉ,ସେ ତାହାଙ୍କୁ ସେଥିରେ କୌଣସି ଅଧିକାର ଦେଲେ ନାହିଁ,ନା,ଏକ ପାଦ ପରିମିତ ଭୂମି ହିଁ ଦେଲେ ନାହିଁ,ପୁଣି ସେତେବେଳେ ତାହାଙ୍କର ସନ୍ତାନ ନ ଥିଲେ ସୁଦ୍ଧା ସେ ତାହାଙ୍କୁ ଓ ତାହାଙ୍କ ଭବିଷ୍ୟଦ ବଂଶଧରକୁ ତାହା ଅଧିକାର କରିବା ନିମନ୍ତେ ଦେବେ ବୋଲି ପ୍ରତିଜ୍ଞା କଲେ |।

6 ଈଶ୍ୱର ଏହିପରି କହିଲେ,ତାହାଙ୍କ ବଂଶ ବିଦେଶରେ ପ୍ରବାସରେ କରିବେ ଏବଂ ସେ ସ୍ଥାନର ଲୋକେ ସେମାନଙ୍କୁ ଚାରିଶ ବର୍ଷ ପର୍ଯ୍ୟନ୍ତ ଦସତ୍ୱବରେ ରଖି ସେମାନଙ୍କ ପ୍ରତି ଦୌରାତ୍ମ୍ୟା କରିବେ |।

7 ପୁଣି ଇଶ୍ୱର କହିଲେ,ସେମାନେ ଯେଉଁ ଜାତିର ଦାସ ହେବ,ଆମ୍ଭେ ତାହାର ବିଚାର କରିବା;ତତ୍ପରେ ସେମାନେ ବାହାରିଆସି ଏହି ସ୍ଥାନରେ ଆମ୍ଭର ଉପାସନା କରିବେ |।

8 ଆଉ ସେ ତାହାଙ୍କୁ ସୁନ୍ନତବିଧି ପ୍ରଦାନ କଲେ,ପୁଣି ତଦନୁସାରେ ଅବ୍ରାହମ ଇସାକଙ୍କୁ ଜନ୍ମ ଦେଇ ଅଷ୍ଟମ ଦିନରେ ତାହାଙ୍କୁ ସୁନ୍ନତ୍ କଲେ;ଯିସାହକ ଯାକୁବ ଦ୍ୱାଦଶ ପିତୃକୁଳପତିଙ୍କୁ ଜନ୍ମ ଦେଇ ସେପରି କଲେ |।

9 ପିତୃକୁଳପତିମାନେ ଯୋଷେଫଙ୍କୁ ଇର୍ଷା କରି ମିସରକୁ ନିଆଯିବା ନିମନ୍ତେ ତାହାଙ୍କୁ ବିକ୍ରୟ କଲେ;କିନ୍ତୁ ଈଶ୍ୱର ତାହାଙ୍କ ସହିତ ଥିଲେ,

10 ପୁଣି,ତାହାଙ୍କ ସମସ୍ତ କ୍ଲେଶରୁ ତାହାଙ୍କୁ ଉଦ୍ଦାର କରି ମିସରର ରାଜା ଫାରୋଙ୍କ ସାକ୍ଷାତରେ ତାହାଙ୍କୁ ଅନୁଗ୍ରହ ଓ ଜ୍ଞାନ ପ୍ରଦାନ କଲେ;ସେଥିରେ ପାରୋ ତାହାଙ୍କୁ ମିସର ଓ ଆପଣା ସମସ୍ତ ଗୃହର ଶାସନକର୍ତ୍ତାସ୍ୱରୂପେ ନିଯୁକ୍ତ କଲେ |।

11 ପରେ ସମସ୍ତେ ମିସର ଓ କିଣାନରେ ଦୁର୍ଭିକ୍ଷ ପଡ଼ିଲା,ପୁଣି ମହାକ୍ଲେଶ ଘଟିଲା,ଆମ୍ଭମାନଙ୍କ ପିତୃପୁରୁଷମାନେ ଭକ୍ଷ୍ୟ ପାଇ ପାରିଲେ ନାହିଁ |।

12 କିନ୍ତୁ ମିସରରେ ଶସ୍ୟ ଅଛି ବୋଲି ଶୁଣି ଯାକୁବ ଆମ୍ଭେମାନଙ୍କ ପିତୃପୁରୁଷମାନଙ୍କୁ ପ୍ରଥମରେ ପ୍ରେରଣ କଲେ |।

13 ପୁଣି ଦ୍ୱତୀୟ ଥର ଯୋଷେଫ ଆପଣା ଭାଇମାନଙ୍କ ନିକଟରେ ପରିଚିତ ହେଲେ,ଆଉ ଫାରୋ ଯୋଷେଫଙ୍କ ଜାତିର ପରିଚୟ ପାଇଲେ |।

14 ତତ୍ପରେ ଯୋଷେଫ ଆପଣା ପିତା ଯାକୁବ ଓ ପଞ୍ଚସ୍ତରି ଜଣ ଜ୍ଞାତିକୁଟୁମ୍ବ ସମସ୍ତଙ୍କୁ ଡକାଇପଠାଇଲେ |ସେଥିରେ ଯାକୁବ ମିସରକୁ ଗଲେ,

15 ପୁଣି ସେ ନିଜେ ଓ ଆମ୍ଭମାନଙ୍କର ପିତୃପୁରୁଷମାନେ ପ୍ରାଣତ୍ୟାଗ କଲେ,

16 ଆଉ ସେମାନେ ଶିଖେମକୁ ନିଆଯାଇ,ଅବ୍ରାହାମ ସେଠାରହମୋର ସନ୍ତାନମାନଙ୍କଠାରୁ ଯେଉଁ ସମାଧି ରୌପ୍ୟ ମୁଲ୍ୟ ଦେଇ କ୍ରୟ କରିଥିଲେ,ସେଥିରେ ସମାଧିସ୍ଥ ହେଲେ |।

17 କିନ୍ତୁ ଈଶ୍ୱର ଅବ୍ରାହାମଙ୍କ ନିକଟରେ ଯେଉଁ ପ୍ରତିଜ୍ଞା କରିହଥିଲେ,ସେହି ପ୍ରତିଜ୍ଞା ସଫଳ ହେବା ସମୟ ସନ୍ନିକଟ ହୁଅନ୍ତେ ଲୋକମାନେ ମିସରରେ ବୃଦ୍ଧି ପାଇ ବହୁସଂଖ୍ୟାକ ହୋଇ ଉଠିଲେ |।

18 ଅବଶେଷରେ ମିସରରେ ଆଉ ଜଣେ ରାଜ ହେଲେ,ସେ ଯୋଷେଫଙ୍କୁ ଜାଣି ନଥିଲେ |।

19 ସେ ଆମ୍ଭମାନଙ୍କ ଜାତି ପ୍ରତି ଖଳ ବ୍ୟବହାର କଲେ,ପୁଣି ଆମ୍ଭମାନଙ୍କ ପିତୃପୁରୁଷମାନେ ଯେପରି ଆପଣା ଆପଣା ସନ୍ତାନମାନଙ୍କୁ ଜୀବିତ ନ ରହିବା ପାଇଁବାହାରେ ପକାଇଦିଅନ୍ତି,ଏଥିନିମନ୍ତେ ସେମାନଙ୍କ ପ୍ରତି ଦୌରାତ୍ମ୍ୟ କଲେ |।

20 ସେହି ସମୟରେ ମୋଶା ଜନ୍ମ ହେଲେ,ସେ ଦିବ୍ୟ ସୁନ୍ଦର ଥିଲେ ଓ ତିନି ମାସ ପର୍ଯ୍ୟନ୍ତ ଆପଣା ପିତାଙ୍କ ଗୃହରେ ପ୍ରତିପାଳିତ ହେଲେ |।

21 ପରେ ସେ ଯେତେବେଳେ ବାହାରେ ପକାଗଲେ,ସେତେବେଳେ ଫାରୋଙ୍କ କନ୍ୟା ତାହାଙ୍କୁ ଉଠାଇନେଇ ଆପଣା ପୁତ୍ରରୂପେ ପ୍ରତିପାଳନ କଲେ |।

22 ଆଉ ମୋଶା ମିସରୀୟାମାନଙ୍କ ସମସ୍ତ ବିଦ୍ୟାରେ ଶିକ୍ଷିତ ହୋଇ ବାକ୍ୟ ଓ କର୍ମରେ ପରାକ୍ରମୀ ହେଲେ |।

23 ତାହାଙ୍କଚାଳିଶ ବର୍ଷ ପୂର୍ଣ୍ଣ ହେଉଥିବା ସମୟରେ ଆପଣା ଭାଇମାନେଙ୍କୁ,ଅର୍ଥାତ୍ ଇସ୍ରାୟେଲ ସନ୍ତାନମାନଙ୍କୁ,ସଂଖୋଳିବା ନିମନ୍ତେ ତାହାଙ୍କ ଇଚ୍ଛା ଜାତ ହେଲା |।

24 ସେତେବେଳେ ଜଣକ ପ୍ରତି ଅନ୍ୟାୟ କରାଯାଉଥିବା ଦେଖି ସେ ତାହାର ସପକ୍ଷ ହେଲେ ଓ ସେହି ମିସରୀୟଲୋକକୁ ବଧ କରି ଉପଦ୍ରବ ପାଉଥିବା ଲୋକ ପ୍ରତି ଅନ୍ୟାୟର ପ୍ରତିକାର କଲେ |।

25 ତାହାଙ୍କ ହସ୍ତ ଦ୍ୱାରା ଈଶ୍ୱର ଯେ ତାହାଙ୍କ ଭାଇମାନଙ୍କୁ ଉଦ୍ଦାର କରୁ ଅଛନ୍ତି,ଏହା ସେମାନେ ବୁଝିବେ ବୋଲି ସେ ମନେ କରିଥିଲେ,କିନ୍ତୁ ସେମାନେ ବୁଝିଲେ ନାହିଁହେଉଥିବା ସମୟରେ ସେ ଦେଖା ଦେଇ ସେମାନଙ୍କୁ |।

26 ପରଦିନ ସେମାନେ ମରାମାରୀ ହେଉଥିବା ସମୟରେ ସେ ଦେଖା ଦେଇ ସେମାନଙ୍କୁ ମିଳିନ କରିବା ଉଦ୍ଦେଶ୍ୟରେ କହିଲେ,ଆହେ,ତୁମ୍ଭେମାନେ ପରସ୍ପର ଭାଇ,କାହିଁକି ଏକ ଆରେକ ପ୍ରତି ଅନ୍ୟାୟ କରୁଅଛ।

27 କିନ୍ତୁ ଯେଉଁ ଜଣକ ପ୍ରତିବାସୀ ପ୍ରତି ଅନ୍ୟାୟ କରୁଥିଲା,ସେ ତାହାଙ୍କୁ ପେଲିଦେଇ କହିଲା,କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ଶାସନ କର୍ତ୍ତା ଓ ବିଚାରକସ୍ୱରୂପେ ନିଯୁକ୍ତ କଲା।

28 କଲି ଯେପରି ସେହି ମିସରିୟକୁ ବଧ କରିଥିଲ,ସେପରି କି ମୋତେ ବଧ କରିବାକୁ ଇଚ୍ଛା କରୁଅଛ।

29 ଏହି କଥା ଶୁଣି ମୋଶା ପଳାଇଯାଇ ମିଦିୟାନ ଦେଶରେ ପ୍ରବାସୀ ହେଲେ;ସେଠାରେ ତାହାଙ୍କର ଦୁଇ ପୁତ୍ର ଜନ୍ମ ହେଲେ|।

30 ପରେ ଚାଳିଶ ବର୍ଷ ପୂର୍ଣ୍ଣ ହୁଅନ୍ତେ ସିନୟ ପର୍ବତରେ ପ୍ରାନ୍ତରରେ ଜଣେ ଦୂତ ଗୋଟିଏ ବୁଦାର ଅଗ୍ନିଶିଖାରେ ତାହାଙ୍କୁ ଦର୍ଶନ ଦେଲେ |।

31 ମୋଶାସେହିଦୃଶ୍ୟ ଦେଖି ଚମତ୍କୃତ ହେଲେ,ପୁଣି ଭଲରୂପେ ଦେଖିବା ନିମନ୍ତେ ନିକଟକୁ ଯାଉଥିବା ସମୟରେ ପ୍ରଭୁଙ୍କର ଏହି ବାଣୀ ହେଲା,

32 ଆମ୍ଭେ ତୁମ୍ଭେ ପିତୃପୁରୁଷମାନଙ୍କ ଈଶ୍ୱର,ଅବ୍ରାହାମ,ଇସାକ ଓ ଯାକୁବର ଈଶ୍ୱର|ସେଥିରେ ମୋଶା କମ୍ଫି ଉଠି ଭଲରୂପେ ଦେଖିବାକୁ ସାହାସ କଲେ ନାହିଁ |।

33 ତତ୍ପରେ ପ୍ରଭୁ ତାହାଙ୍କ କହିଲେ,ତୁମ୍ଭ ପଦରୁ ପାଦୁକା କାଡ଼ିଅ,କାରଣ ତୁମ୍ଭେ ଯେଉଁ ସ୍ଥାନରେ ଠିଆ ହୋଇଅଛ,ତାହା ପବିତ୍ର ଭୁମି |।

34 ମିସରରେ ଆମ୍ଭର ଯେଉଁ ଲୋକମାନେ ଅଛନ୍ତି,ଆମ୍ଭେ ସେମାନଙ୍କର କ୍ଲେଶ ନିଶ୍ଚୟ ଦେଖିଅଛୁ ଓ ସେମାନଙ୍କର ଆର୍ତ୍ତନାଦ ଶୁଣିଛୁ,ପୁଣି ସେମାନଙ୍କୁ ଉଦ୍ଦାର କରିବା ନିମନ୍ତେ ଅବତରଣ କରିଅଛୁ,ଆଉ ଏବେ ଆସ,ଆମ୍ଭେ ତୁମ୍ଭକୁ ମିସରକୁ ପ୍ରେରଣ କରିବା |।

35 କିଏ ତୁମ୍ଭକୁ ଶାସନକର୍ତ୍ତା ଓ ବିଚାରକସ୍ୱରୂପେ ନିଯୁକ୍ତ କଲା ବୋଲେ କହି ଏହି ଯେଉଁ ମୋଶାଙ୍କୁ ସେମାନେ ହଗ୍ରହ୍ୟ କଲେ,ତାହାଙ୍କୁ ଈଶ୍ୱର ବୁଦାରେ ଦର୍ଶନ ଦେଇଥିବା ଦୂତଙ୍କ ସହାୟତାରେ ଶାସକ ଓ ଉଦ୍ଦାରକର୍ତ୍ତା କରି ପ୍ରେରଣ କଲେ |।

36 ଏହି ବ୍ୟକ୍ତିମିସର ଦେଶ, ସୂଫ ସାଗର ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ନାନା ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧନ କରି ସେମାନଙ୍କୁ ବାହାର କରି ଆଣିଲେ |।

37 ଏହି ମୋଶା ଇସ୍ରାୟେଲର ସନ୍ତାନମାନଙ୍କୁ କହିଲେ,ଈଶ୍ୱରତୁମ୍ଭେମାନଙ୍କର ଭ୍ରାତୃଗଣଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ମୋହର ସଦୃଶ ଜଣେ ଭାବବାଦୀଙ୍କୀ ଉତ୍ପନ୍ନ କରିବେ |।

38 ଏହି ବ୍ୟକ୍ତି ପ୍ରନ୍ତରସ୍ଥ ମଣ୍ଡଳୀ ମଧ୍ୟରେ ସୀନୟ ପର୍ବତରେ ତାହାଙ୍କ ସହିତ କଥା କହୁଥିବା ଦୂତଙ୍କ ଓ ଆମ୍ଭମାନଙ୍କ ପିତୃପୁରୁଷମାନଙ୍କ ମଧ୍ୟରେ ମଧ୍ୟସ୍ଥ ଥିଲେ;ସେ ତୁମ୍ଭମାନଙ୍କୁ ଦାନ କରିବା ନିମନ୍ତେ ଜୀବନ୍ତ ବକ୍ୟସମୁହ ପ୍ରାପ୍ତ ହେଲେ |।

39 ଆମ୍ଭମାନଙ୍କର ପିତୃପୁରୁଷମାନେ ତାହାଙ୍କର ଆଜ୍ଞାବହ ହେବାକୁ ଇଚ୍ଛା ନ୍ କରି ତାହାଙ୍କୁ ଅଗ୍ରାହ୍ୟ କଲେ,ପୁଣି ଆପଣା ଆପଣା ହୃଦୟରେ ମିସରକୁ ବାହୁଡ଼ିଯାଇ ହାରୋଣଙ୍କୁ କହିଲେ,

40 ଆମ୍ଭମାନଙ୍କ ଆଗେ ଆଗେ ଯିବା ନିମନ୍ତେ ଆମ୍ଭମାନଙ୍କ ପାଇଁ ଦେବତାମାନଙ୍କୁ ନିର୍ମାଣ କର,କାରଣ ଏହି ଯେଉଁ ମୋଶା ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ,ତାହାଙ୍କ ପ୍ରତି କଅଣ ଘଟିଆଛି ତାହା ଆମ୍ଭେମାନେ ଜାଣୁ ନାହୁଁ |।

41 ଆଉ ସେହି ସମୟରେ ସେମାନେ ଗୋଟିଏ ଗୋବତ୍ସ ନିର୍ମାଣ କଲେ ଏବଂ ସେହି ପ୍ରତିମା ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରି ଆପଣା ଆପଣା ହସ୍ତନିର୍ମିତ ବସ୍ତୁରେ ଆନନ୍ଦ କରିବାକୁ ଲାଗିଲେ|।

42 କିନ୍ତୁ ଈଶ୍ୱର ବିମୁଖ ହୋଇ ସେମାନଙ୍କୁ ଆକାଶବାହିନୀର ଉପାସନା କରିବାକୁ ଛାଡ଼ିଦେଲେ,ଯେପରି ଭାବବାଦୀମାନଙ୍କ ଶାସ୍ତ୍ରରେ ଲେଖା ଅଛି,ହ ଇସ୍ରାୟେଲ ବଂଶ,ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ କଅଣ ଆମ୍ଭ ଉଦ୍ଦେଶ୍ୟରେ ପଶୁବଳୀ ଓ ନୈବେଦ୍ୟ ଉତ୍ସରର୍ଗ କରିଥିଲ?

43 ବରଂ ତୁମ୍ଭେମାନେ ପୂଜା କରିବା ନିମନ୍ତେ ଯେଉଁ ମୁର୍ତ୍ତିଗୁଡ଼ିକ ଗଢ଼ିଥିଲ,ସେହି ମୋଲଖର ତମ୍ବୁ ଓ ରମ୍ଭା ଦେବତାର ନକ୍ଷତ୍ରକୁ ତୁମ୍ଭେମାନେ ଘେନି ବହନ କଲ |ଏଣୁ ଆମ୍ଭେ ତୁମ୍ଭମାନଙ୍କୁ ବାବିଲର ଆର ପାଖକୁ ନିର୍ବାସିତ କରିବା |।

44 ତୁମ୍ଭେ ଯେଉଁ ଆଦର୍ଶ ଦେଖିଅଚଛ,ତଦନୁସାରେ ସାକ୍ଷ୍ୟତମ୍ବୁ ନିର୍ମାଣ କର ବୋଲି ମୋଶାଙ୍କୁ ଯେ କହିଥିଲେ,ତାହାଙ୍କ ଆଦେଶଅନୁଯାୟୀ ଆମ୍ଭମାନଙ୍କ ପିତୃପୁରୁଷମାନେ ପ୍ରାନ୍ତରରେ ସାକ୍ଷ୍ୟତମ୍ବୁ ପାଇଥିଲେ |।

45 ଆଉ ଆମ୍ଭମାନଙ୍କ ପିତୃପୁରୁଷମାନେ ତାହା ପ୍ରାପ୍ତ ହୋଇ,ଈଶ୍ୱର ସେମାନଙ୍କ ସମ୍ମୁଖରୁ ଯେଉଁ ଜାତିମାନଙ୍କୁବାହାର କରିଦେଲେ,ସେହି ଜାତିମାନଙ୍କ ଅଧିକାରରେ ସେମାନେ ଯିହୋଶୂୟଙ୍କ ନେତୃତ୍ୱରେ ପ୍ରବେଶ କରି ତାହା ଦାଉଦଙ୍କ ସମୟ ପର୍ଯ୍ୟନ୍ତ ରଖିଲେ |।

46 ଦାଉଦ ଈଶ୍ୱରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯକୁବଙ୍କର ଈଶ୍ୱରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ |।

47 କିନ୍ତୁ ଶଲମୋନ ତାହାଙ୍କ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କଲେ |।

48 ତଥାପି ଯେ ପରାତ୍ପର,ସେ ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ,ଯେପରି ଭାବବାଦୀ କହନ୍ତି।

49 ,ସ୍ୱର୍ଗ ଆମ୍ଭର ସିଂହାସନ,ପୃଥିବୀ ଆମ୍ଭର ପାଦପୀଠ;ପ୍ରଭୁ କହନ୍ତି,ତୁମ୍ଭେମାନେ ଆମ୍ଭ ନିମନ୍ତେ କିପ୍ରକାର ଗୃହ ନିର୍ମାଣ କରିବକିମ୍ବା ଆମ୍ଭର ବିଶ୍ରାମସ୍ଥାନ କାହିଁ?

50 ଆମ୍ଭର ହସ୍ତ କ'ଣ ଏହି ସମସ୍ତ ବିଷୟ ସୃଷ୍ଟି କରି ନାହିଁ।

51 ହେ ଶକ୍ତଗ୍ରିରିବ ପୁଣି ଅସୁନ୍ନତି ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକ,ଆପଣମାନେ ସର୍ବଦ ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି;ଆପଣମାନଙ୍କର ପିତୃପୁରୁଷମାନେ ଯେପରି ଆପଣମାନେ ମଧ୍ୟମଧ୍ୟ ସେହିପରି |।

52 ଭାବବାଦୀମାନଙ୍କ ମଧ୍ୟରୁ କାହାକୁ ଆପଣମାନଙ୍କର ପିତୃପୁରୁଷମାନେମାନେ ତାଡ଼ନା କରି ନ ଥିଲେଯେଉଁମାନେ ସେହି ଧାର୍ମିକ ବ୍ୟକ୍ତିଙ୍କୁ ଆଗମନ ବିଷୟରେ ପୁର୍ବରୁ ଜଣାଇଥିଲେ,ସେମାନଙ୍କୁ ସେମାନେ ବଧ କଲେ;ଏବେ ଆପଣମାନେ ତାହାଙ୍କ ଶତ୍ରୁହସ୍ତରେ ସମର୍ପଣ କରି ବଧ କରିଅଛନ୍ତି;

53 ଆପଣମାନେ ଦୂତମାନଙ୍କ ଦ୍ୱାରା ଆଦିଷ୍ଟ ବ୍ୟବସ୍ଥା ପାଇଥିଲେ,କିନ୍ତୁ ତାହା ପାଳନ କଲେ ନାହିଁ |।

54 ଏହି ସମସ୍ତେ କଥା ଶୁଣି ସେମାନେ ମର୍ମାହତ ହେଲେ,ପୁଣି ତାହାଙ୍କ ପ୍ରତି ଦାନ୍ତ କଡ଼ମଡ଼ କରିବାକୁ ଲାଗିଲେ |।

55 କିନ୍ତୁ ସେ ପବିତ୍ର ଆତ୍ମାରେ ପୂର୍ଣ୍ଣହୋଇ ସ୍ୱର୍ଗ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଲେ,ଆଉ ଈଶ୍ୱରଙ୍କ ମହିମା ଓ ଯୀଶୁଙ୍କୁ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖି କହିଲେ,

56 ଦେଖନ୍ତୁ,ମୁଁ ସ୍ୱର୍ଗକୁ ଉନ୍ମକ୍ତ ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱରେ ଠିଆ ହୋଇଥିବା ଦେଖୁଅଛି |।

57 କିନ୍ତୁ ସେମାନେ ଉଚ୍ଛ ସ୍ୱରରେ ଚିତ୍କାର କରି ଆପଣା କର୍ଣ୍ଣ ରୁଦ୍ଧ କଲେ କଲେ ଆଉଏକଯୋଗରେ ତାହାଙ୍କ ଉପରେ ମାଡ଼ିପଡ଼ିଲେ,

58 ପୁଣି ସେମାନେ ତାହାଙ୍କ ନଗରରୁ ବାହାର କରିଦେଇ ପଥର ଫୋପାଡ଼ି ମାରିବାକୁ ଲାଗିଲେ;ଆଉ ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକଙ୍କ ପାଦ ପାଖରେ ଆପଣା ଆପଣା ବସ୍ତ୍ର ରଖିଲେ |।

59 ଯେତେବେଳେ ସେମାନେ ସ୍ତିପାନଙ୍କୁ ପଥର ଫୋପାଡ଼ି ମାରୁଥିଲେ,ସେତେବେଳେ ସେ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ଯୀଶୁ,ମୋହର ଆତ୍ମା ଗ୍ରହଣ କର |।

60 ପୁଣି ସେ ଆଣ୍ଠୋଇପଡ଼ି ଉଚ୍ଛ ସ୍ୱରରେ ଡାକି କହିଲେ,ହେ ପ୍ରଭୁ, ଏହି ପାପ ଏମାନଙ୍କ ବିରୁଦ୍ଧ ଗଣନା କର ନାହିଁ |ସେ ଏହା କହିଲେ ମହାନିଦ୍ରା ପ୍ରାପ୍ତ ହେଲେ |।