1 ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋ' ନିକଟରେ ଉପସ୍ଥିତ ହେଲା, ଯଥା,

2 ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଆଉ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ହାହାକାର କରି କୁହ, ହାୟ ହାୟ, ସେଦିନ !

3 କାରଣ ସେଦିନ ନିକଟବର୍ତ୍ତୀ, ହଁ, ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ, ସେଦିନ ମେଘାଚ୍ଛନ୍ନ ଦିନନ୍ତ ତାହା ଅନ୍ୟ ଦେଶୀୟମାନଙ୍କର କାଳ ହେବ ।

4 ପୁଣି, ମିସର ବିରୁଦ୍ଧରେ ଖଡ଼୍‍ଗ ଆସିବ ଓ ମିସର ଦେଶରେ ହତ ଲୋକମାନେ ପତିତ ହେଲେ କୂଶ ମଧ୍ୟରେ ଯାତନା ହେବ; ଆଉ, ସେମାନେ ତାହାର ଲୋକାରଣ୍ୟକୁ ଘେନିଯିବେ ଓ ତାହାର ଭିତ୍ତିମୂଳସକଳ ଭଗ୍ନ ହେବ ।

5 କୂଶ୍‍ ଓ ପୂଟ୍‍ ଓ ଲୁଦ୍‍, ଆଉ ମିଶ୍ରିତ ଲୋକ ସମସ୍ତେ, ପୁଣି କୂବ୍‍ ଓ ମିତ୍ରଦେଶୀୟ ଲୋକ ସମସ୍ତେ ସେମାନଙ୍କ ସଙ୍ଗେ ଖଡ଼୍‍ଗରେ ପତିତ ହେବେ ।

6 ସଦାପ୍ରଭୁ ଏହି କଥା କହନ୍ତି, ମିସରର ସହାୟକାରୀମାନେ ପତିତ ହେବେ ଓ ତାହାର ପରାକ୍ରମର ଗର୍ବ ଖର୍ବ ହେବ; ସିବେନୀ ଦୁର୍ଗଠାରୁ ଲୋକ ସମସ୍ତେ ତହିଁ ମଧ୍ୟରେ ଖଡ଼୍‍ଗ ଦ୍ୱାରା ପତିତ ହେବେ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି ।

7 ପୁଣି, ସେମାନେ ଧ୍ୱଂସିତ ନଗରସମୂହ ମଧ୍ୟରେ ଧ୍ୱଂସିତ ହେବେ ଓ ତାହାର ନଗରସକଳ ଉତ୍ସନ୍ନ ନଗରସମୂହର ମଧ୍ୟରେ ଥିବ ।

8 ଆଉ, ଆମ୍ଭେ ମିସରରେ ଅଗ୍ନି ଲଗାଇଲା ଉତ୍ତାରେ ଓ ତାହାର ସହାୟକାରୀ ସମସ୍ତେ ବିନଷ୍ଟ ହେଲା ଉତ୍ତାରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ ।

9 ସେଦିନ ନିଶ୍ଚିନ୍ତ କୂଶୀୟମାନଙ୍କୁ ଭୀତ କରାଇବା ପାଇଁ ଦୂତମାନେ ଆମ୍ଭ ସମ୍ମୁଖରୁ ଜାହାଜରେ ଯିବେନ୍ତ ପୁଣି, ମିସରର ଦିନରେ ଯେପରି ହୋଇଥିଲା, ସେପରି ସେମାନଙ୍କର ଯାତନା ହେବନ୍ତ କାରଣ ଦେଖ, ତାହା ଆସୁଅଛି ।

10 ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ମଧ୍ୟ ବାବିଲର ରାଜା ନବୁଖଦ୍‍ନିତ୍ସରର ହସ୍ତ ଦ୍ୱାରା ମିସରର ଲୋକାରଣ୍ୟ ଶେଷ କରିବା ।

11 ସେ ଓ ଗୋଷ୍ଠୀଗଣ ମଧ୍ୟରେ ଭୟଙ୍କର ତାହାର ଲୋକମାନେ ତାହା ସଙ୍ଗେ ଦେଶ ବିନାଶାର୍ଥେ ଅଣାଯିବେ; ଆଉ, ସେମାନେ ମିସରର ବିରୁଦ୍ଧରେ ଆପଣା ଆପଣା ଖଡ଼୍‍ଗ ନିଷ୍କୋଷ କରି ହତ ଲୋକରେ ଦେଶ ପୂର୍ଣ୍ଣ କରିବେ ।

12 ପୁଣି, ଆମ୍ଭେ ସ୍ରୋତସମୂହ ଶୁଷ୍କ କରିବା ଓ ମନ୍ଦ ଲୋକମାନଙ୍କ ହସ୍ତରେ ଦେଶ ବିକ୍ରୟ କରିବାନ୍ତ ଆଉ, ଆମ୍ଭେ ବିଦେଶୀମାନଙ୍କ ହସ୍ତ ଦ୍ୱାରା ଦେଶ ଓ ତନ୍ମଧ୍ୟସ୍ଥ ଯାବତୀୟ ବିଷୟ ଧ୍ୱଂସ କରିବାନ୍ତ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ।

13 ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଦେବତାଗଣକୁ ହିଁ ବିନାଶ କରିବା ଓ ଆମ୍ଭେ ନୋଫରୁ ପ୍ରତିମାସକଳ ଶେଷ କରାଇବା, ପୁଣି ମିସର ଦେଶରୁ ଆଉ ଅଧିପତି ଉତ୍ପନ୍ନ ନୋହିବ ଓ ଆମ୍ଭେ ମିସର ଦେଶରେ ଭୟ ଜନ୍ମାଇବା ।

14 ପୁଣି, ଆମ୍ଭେ ପଥ୍ରୋଷକୁ ଧ୍ୱଂସ କରିବା ଓ ସୋୟନରେ ଅଗ୍ନି ଲଗାଇବା, ଆଉ ନୋ-ନଗରରେ ଦଣ୍ଡାଜ୍ଞା ସଫଳ କରିବା ।

15 ପୁଣି, ଆମ୍ଭେ ମିସରର ଦୃଢ଼ ଦୁର୍ଗ ସୀନ ଉପରେ ଆପଣା କୋପ ଢାଳି ଦେବା ଓ ଆମ୍ଭେ ନୋ-ନଗରର ଲୋକାରଣ୍ୟକୁ ଉଚ୍ଛିନ୍ନ କରିବା ।

16 ଆଉ, ଆମ୍ଭେ ମିସରରେ ଅଗ୍ନି ଲଗାଇବା; ସୀନ ମହାଯାତନାଗ୍ରସ୍ତ ହେବ ଓ ନୋ-ନଗର ଭଗ୍ନ ହେବ; ଆଉ, ଦିବସ ସମୟରେ ନୋଫର ବିପକ୍ଷମାନେ ଉକ୍ସଊାତ କରିବେ ।

17 ଆବେନ ଓ ପୀବେଶତର ଯୁବାମାନେ ଖଡ଼୍‍ଗରେ ପତିତ ହେବେ ଓ ନଗରସବୁ ବନ୍ଦୀତ୍ୱ ସ୍ଥାନକୁ ଯିବେ ।

18 ଆମ୍ଭେ ଯେତେବେଳେ ତଫନହେଷରେ ମିସରର ଯୁଆଳିସବୁ ଭାଙ୍ଗିବା ଓ ତାହାର ପରାକ୍ରମର ଦର୍ପ ତାହା ମଧ୍ୟରେ ଶେଷ ହେବ, ସେତେବେଳେ ସେଠାରେ ଦିବସ ଆପେ ଅପସରି ଯିବ; ଆଉ, ସେ ନିଜେ ମେଘାଚ୍ଛନ୍ନ ହେବ ଓ ତାହାର କନ୍ୟାଗଣ ବନ୍ଦୀତ୍ୱ ସ୍ଥାନକୁ ଯିବେ ।

19 ଏହିରୂପେ ଆମ୍ଭେ ମିସରରେ ଦଣ୍ଡାଜ୍ଞା ସଫଳ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ ।

20 ଅନନ୍ତର ଏକାଦଶ ବର୍ଷର ପ୍ରଥମ ମାସ, ମାସର ସପ୍ତମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ' ନିକଟରେ ଉପସ୍ଥିତ ହେଲା, ଯଥା,

21 ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ମିସରର ରାଜା ଫାରୋର ବାହୁ ଭାଙ୍ଗିଅଛୁ; ଆଉ ଦେଖ, ଖଡ଼୍‍ଗ ଧରିବା ନିମନ୍ତେ ତାହା ଯେପରି ସବଳ ହେବ, ଏଥିପାଇଁ ସ୍ୱାସ୍ଥ୍ୟଜନକ ଔଷଧ ଦେଇ ପଟି ଲଗାଇ ତାହା ବନ୍ଧାଯାଇ ନାହିଁ ।

22 ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ମିସରର ରାଜା ଫାରୋର ପ୍ରତିକୂଳ ଅଟୁ, ଆଉ ତାହାର ବଳବାନ ଓ ଭଗ୍ନ, ଉଭୟ ବାହୁ ଭାଙ୍ଗି ପକାଇବା ଓ ଆମ୍ଭେ ତାହାର ହସ୍ତରୁ ଖଡ଼୍‍ଗ ଖସାଇ ପକାଇବା ।

23 ପୁଣି, ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରେ ମିସ୍ରୀୟମାନଙ୍କୁ ଛିନ୍ନଭିନ୍ନ କରିବା ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବା ।

24 ଆଉ, ଆମ୍ଭେ ବାବିଲ ରାଜାର ବାହୁଦ୍ୱୟ ସବଳ କରିବା ଓ ତାହା ହସ୍ତରେ ଆମ୍ଭର ଖଡ଼୍‍ଗ ଦେବାନ୍ତ ମାତ୍ର ଆମ୍ଭେ ଫାରୋର ବାହୁଦ୍ୱୟ ଭାଙ୍ଗି ପକାଇବା, ତହିଁରେ ସେ ପ୍ରାଣନାଶକ କ୍ଷତପ୍ରାପ୍ତ ଲୋକର କାତରୋକ୍ତି ତୁଲ୍ୟ କାତରୋକ୍ତି ତାହା ସାକ୍ଷାତରେ କରିବ ।

25 ପୁଣି, ଆମ୍ଭେ ବାବିଲ ରାଜାର ବାହୁଦ୍ୱୟ ଟେକି ଧରିବା ଓ ଫାରୋର ବାହୁଦ୍ୱୟ ତଳକୁ ଓହଳି ପଡ଼ିବନ୍ତ ଆଉ, ଆମ୍ଭେ ଯେତେବେଳେ ବାବିଲ ରାଜାର ହସ୍ତରେ ଆମ୍ଭର ଖଡ଼୍‍ଗ ଦେବା ଓ ସେ ମିସର ଦେଶ ବିରୁଦ୍ଧରେ ତାହା ବିସ୍ତାର କରିବ, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ ।

26 ପୁଣି, ଆମ୍ଭେ ମିସ୍ରୀୟମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବାନ୍ତ ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ ।