1 କିନ୍ତୁ ଶାଉଲ ଏପର୍ଯ୍ୟନ୍ତ ସୁଦ୍ଧା ପ୍ରଭୁଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ଭୟ ଓ ପ୍ରାଣନାଶର କଥା କହି ମହାଯାଜକଙ୍କ ନିକଟକୁ ଗଲେ,
2 ପୁଣି ଏହି ମାର୍ଗର ଯେ କୌଣସି ପୁରୁଷ କି ସ୍ତ୍ରୀର ଦେଖା ପାଆନ୍ତି,ସେମାନଙ୍କୁ ଯେପରି ବାନ୍ଧି ଯିରୂଶାଲେମକୁ ଆଣି ପାରନ୍ତି,ଏଥିସକାଶେ ଦମ୍ମେସକର ସମସ୍ତ ସମାଜଗୃହ ନିକଟକୁ ତାହାଙ୍କଠାରୁ ପତ୍ର ମାଗିଲେ |।
3 ପରେ ସେ ଯାଉ ଯାଉ ଦମ୍ମେସକର ନିକଟବର୍ତ୍ତୀ ହୁଅନ୍ତେ ଅକସ୍ମାତ୍ ଆକାଶରୁ ଆଲୋକ ତାହାଙ୍କ ଚାରିଆଡ଼େ ଚମକିଉଠିଲା |।
4 ସେଥିରେ ସେ ଭୂମିରେ ପଡ଼ିଯାଇ ତାହାଙ୍କ ପ୍ରତି ଉକ୍ତ ଏହି ବାଣୀ ଶୁଣିଲେ,ହେ ଶାଉଲ,ହେ ଶାଉଲ କାହିଁକି ଆମ୍ଭକୁ ତାଡ଼ନା କରୁଅଛ।
5 ସେ କହିଲେ,ହେ ପ୍ରଭୁ,ଆପଣା କିଏଆଉ ସେ କହିଲେ,ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଅଛ,ଆମ୍ଭେ ସେହି ଯୀଶୁ |।
6 କିନ୍ତୁ ଉଠ,ନଗରରେ ପ୍ରବେଶ କର,ଆଉ ତୁମ୍ଭକୁ କଅଣ କରିବାକୁ ହେବ,ତାହା କୁହାଯିବ |।
7 ଯେଉଁ ଲୋକମାନେ ତାହାଙ୍କ ସାଙ୍ଗରେ ଯାତ୍ରା କରୁଥିଲେ,ସେମାନେ ସେହି ଶବ୍ଦ ଶୁଣି କାହାରିକି ନ ଦେଖିବାରୁ ଅବାକ୍ ହୋଇ ରହିଲେ |।
8 ପୁଣି,ଶାଉଲ ଭୂମିରୁ ଉଠି ଯେତେବେଳେ ଆପଣା ଆଖି ଫିଟାଇଲେ,ସେତେବେଳେ ସେ କିଛି ଦେଖି ପାରିଲେ ନାହିଁ |ଏଣୁ ସେମାନେ ତାହାଙ୍କ ହାତ ଧରି ତାହାଙ୍କୁ ଦମ୍ମେସକକୁ ଘେନିଗଲେ |।
9 ଆଉ ସେ ତିନି ଦିନ ପର୍ଯ୍ୟନ୍ତ ଦୃଷ୍ଟିହୀନ ହୋଇ ରହିଲେ,ପୁଣି କିଛି ଖାହିଲେ ନାହିଁ କି ପିଇଲେ ନାହିଁ |।
10 ଦମ୍ମେସକରେ ହନନିୟ ନାମକ ଜଣେ ଶିଷ୍ୟ ଥିଲେ;ପ୍ରଭୁ ତାହାଙ୍କୁ ଦର୍ଶନ ଦେଇ କହିଲେ,ହନନିୟ |ସେ କହିଲେ,ହେ ପ୍ରଭୁ,ଆଜ୍ଞା କରିବା ହେଉନ୍ତୁ |।
11 ସେଥିରେ ପ୍ରଭୁ ତାହାଙ୍କୁ କହିଲେ,ଉଠ,ସଳଖ ନାମକ ପଥକୁ ଯାଇ ଯିହୂଦାର ଗୃହରେ ତର୍ଷ ନଗରର ଶାଉଲ ନାମକ ଜଣେ ବ୍ୟକ୍ତିର ଅନୁସନ୍ଦାନ କର;କାରଣ ଦେଖ,ସେ ପ୍ରାର୍ଥନା କରୁଅଛି;
12 ଆଉ ସେ ଯେପରି ଦୃଷ୍ଟିପ୍ରାପ୍ତ ହୁଏ,ଏଥିନିମତେ ହନନିୟ ନାମକ ଜଣେ ଲୋକ ଆସି ତାହା ଉପରେ ହସ୍ତାର୍ପଣ କରୁଅଛି ବୋଲି ସେ ଦର୍ଶନ ପାଇଅଛି |।
13 କିନ୍ତୁ ହନନିୟ ଉତ୍ତର ଦେଲେ,ପ୍ରଭୋ,ଯିରୂଶାଲମରେ ଆପଣଙ୍କ ସାଧୁମାନଙ୍କ ପ୍ରତି ଏହି ଲୋକ ଯେ କେତେ ଉପଦ୍ରବ କରିଅଛି,ତାହା ମୁଁ ଅନେକଙ୍କଠାରୁ ଏହି ଲୋକ ବିଷୟରେ ଶୁଣିଅଛି |।
14 ଆଉ ଏହି ସ୍ଥାନରେ ଯେତେ ଲୋକ ଆପଣଙ୍କ ନାମରେ ପ୍ରାର୍ଥନା କରନ୍ତି,ସେମାନଙ୍କୁ ବାନ୍ଧିବା ନିମନ୍ତେ ସେ ପ୍ରଧାନ ଯାଜକମାନଙ୍କ ପାଖରୁ କ୍ଷମତା ପାଇଅଛି |।
15 କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ,ଯାଅ;କାରଣ ସେ ବିଜାତି,ରାଜା ଓ ଇସ୍ରାୟେଲର ସନ୍ତାନମାନଙ୍କ ସମ୍ମୁଖରେ ଆମ୍ଭର ନାମ ବହନ କରିବା ନିମନ୍ତେ ଆମ୍ଭର ଜଣେ ମନୋନିତ ପାତ୍ର ଅଟେ;
16 ଯେଣୁ ଆମ୍ଭର ନାମ ସକାଶେ ତାହାକୁ ଯେ କେତେ ଦୁଃଖ ଭୋଗ କରିବାକୁ ହେବ,ତାହା ଆମ୍ଭେ ଜଣାଇବା |।
17 ସେଥିରେ ହନନିୟ ପ୍ରସ୍ଥାନ କରି ସେହି ଗୃହରେ ପ୍ରବେଶ କଲେ,ପୁଣି ତାହାଙ୍କ ଉପରେ ହସ୍ତର୍ପଣ କରି କହିଲେ,ଶାଉଲ ଭାଇ,ପ୍ରଭୁ,ଅର୍ଥାତ୍ ଯେଉଁ ଯୀଶୁ ତୁମ୍ଭର ଆସୁଥିବା ପଥରେ ତୁମ୍ଭକୁ ଦର୍ଶନ ଦେଲେ,ତୁମ୍ଭେ ଯେପରି ଦୃଷ୍ଟିପ୍ରାପ୍ତ ହୁଅ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅ,ଏଥିନିମନ୍ତେ ସେ ମୋତେ ପ୍ରେରଣ କରିଅଛନ୍ତି |।
18 ସେହିକ୍ଷଣି ତାହାଙ୍କ ଆଖିରୁ କାତି କଅଣ ଖାସିପଡ଼ିଲା ଓ ସେ ଦୃଷ୍ଟି ପାଇଲେ;ପୁଣି ସେ ଉଠି ବାପ୍ତିଜିତ ହେଲେ,
19 ଆଉ ସେ ଭୋଜନ କରି ବଳ ପାଇଲେ |ଏଥିଉତ୍ତାରେ ସେ ଦମ୍ମେସକରେ ଥିବା ଶିଷ୍ୟମାନଙ୍କ ସହିତ କେତେକ ଦିନ ରହିଲେ,
20 ପୁଣି ଯୀଶୁ ଯେ ଈଶ୍ୱରଙ୍କର ପୁତ୍ର,ଏହା ସେ ଅବିଳମ୍ବରେ ସମାଜଗୃହ ସମୁହରେ ଗୋଷଣା କରିବାକୁ ଲାଗିଲେ |।
21 ଆଉ ଯେଉଁମାନେ ତାହାଙ୍କ କଥା ଶୁଣିଲେ,ସେମାନେ ସମସ୍ତେ ଆଚମ୍ବିତ ହୋଇ କହିବାକୁ ଲାଗିଲେ,ଏହି ନାମ ଧରି ପ୍ରାର୍ଥନା କରୁଥିବା ଲୋକମାନଙ୍କୁ ଯେ ଯିରୂଶାଲମରେ ଉଚ୍ଛିନ୍ନ କରୁଥିଲା,ଆଉ ଯେପରି ସେମାନଙ୍କୁ ବାନ୍ଧି ପ୍ରଧାନ ଯାଜକମାନଙ୍କ ଘେନିଯାଇ ପାରେ,ସେହିଅଭିପ୍ରାୟରେ ଏହି ସ୍ଥାନକୁ ଆସିଥିଲା,ଏ କି ସେହି ନୁହେ।
22 କିନ୍ତୁ ଅଧିକତର ଶକ୍ତିଶାଳୀ ହୋଇ ଉଠିଲେ,ପୁଣି ଏ ଯେ ଖ୍ରୀଷ୍ଟ,ଏହା ପ୍ରମାଣ କରି ଦମ୍ମେସକନିବାସୀ ଯିହୁଦୀମାନେଙ୍କୁ ନିରୁତ୍ତର କରିଦେଉଥିଲେ |।
23 ଅନେକ ଦିନ ଗତ ହେଲା ଉତ୍ତରେ ଯିହୁଦୀମାନେ ତାହାଙ୍କୁ ବଧ କରିବା ପାଇଁ ଏକତ୍ର ମନ୍ତ୍ରଣା କଲେ;
24 କିନ୍ତୁ ସେମାନଙ୍କର ଚକ୍ରାନ୍ତ ଶାଉଲଙ୍କର କର୍ଣ୍ଣଗୋଚର ହେଲା |ଆଉ,ସେମାନେ ଯେପରି ତାହାଙ୍କୁ ବଧ କରି ପାରନ୍ତି,ଏଥିନିମନ୍ତେ ଦିବାରାତ୍ରମଧ୍ୟ ନଗରଦ୍ୱାରସବୁ ଜଗି ରହିଲେ,
25 କିନ୍ତୁ ତାହାଙ୍କର ଶିଷ୍ୟମାନେ ରାତ୍ରୀକାଳରେ ତାହାଙ୍କୁ ଘେନି ଗୋଟିଏ ବେତାରେ ପ୍ରାଚୀର ଦେଇ ତଳକୁ ଓହ୍ଲାଇଦେଲେ |।
26 ପରେ ସେ ଯିରୂଶାଲମକୁ ଯାଇ ଶିଷ୍ୟମାନଙ୍କ ସହିତ ମିଶିବାକୁ ଚେଷ୍ଟା କରୁଥିଲେ;ମାତ୍ରା ସେ ଯେ ଜଣେ ଶିଷ୍ୟ,ଏହା ବିଶ୍ୱାସ ଣ କରି ସମସ୍ତେ ତାହାଙ୍କୁ ଭୟ କରୁଥିଲେ |।
27 କିନ୍ତୁ ବର୍ଣ୍ଣବବା ତାହାଙ୍କୁ ସଙ୍ଗରେ ଘେନି ପ୍ରେରିତମାନଙ୍କ ନିକଟକୁ ଆଣିଲେ,ପୁଣି ବାଟରେ ସେ ଯେ ତାହାଙ୍କ ସହିତ କଥା କହିଥିଲେ,ଆଉ କିପ୍ରକାରେ ସେ ଦମ୍ମେସକରେ ଯୀଶୁଙ୍କ ନାମରେ ସାହସପୂର୍ବକ ପ୍ରଚାର କରିଥିଲେ,ଏହିସବୁ ସେ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ |।
28 ଆଉ,ସେ ସେମାନଙ୍କ ସହିତ ଯିରୁଶାଲମରେ ଗମନାଗମନ କରି,
29 ପ୍ରଭୁଙ୍କର ନାମ ସାହସପୂର୍ବକ ପ୍ରଚାର କରିବାକୁ ଲାଗିଲେ,ପୁଣି ସେ ଗ୍ରୀକ୍ ଭାଷାବାଦୀ ଯିହୁଦୀମାନଙ୍କ ସହିତ କଥାବାର୍ତ୍ତା ଓ ତର୍କବିତର୍କ କରୁଥିଲେ,କିନ୍ତୁ ସେମାନେ ତାହାଙ୍କୁ ବଧ କରି ସକାଶେ ଚେଷ୍ଟା କରିବାକୁ ଲାଗିଲେ |।
30 ତାହା ଜାଣି ପରି ଭାଇମାନେ ତାହାଙ୍କୁ କାଇସରିୟାକୁ ଘେନିଯାଇ ତାର୍ଷକୁ ପଠାଇଦେଲେ |।
31 ଏହିପ୍ରକାରେ ସମୁଦାୟ ଯିହୂଦୀ ପ୍ରଦେଶ,ଗାଲିଲି ଓ ଶମିରୋଣ ମଣ୍ଡଳୀ ନିଷ୍ଠା ପ୍ରାପ୍ତ ହୋଇ ଓ ପ୍ରଭୁଙ୍କର ଭୟରେ ଆଚରଣ କରି ଶାନ୍ତି ଭୋଗ କଲେ,ପୁଣି ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ବୃଦ୍ଧି ପାଇବାକୁ ଲାଗିଲେ |।
32 ଇତିମଧ୍ୟରେ ପିତର ସମସ୍ତ ଅଞ୍ଚଳ ଭ୍ରମଣ କରୁ କରୁ ଲୂଦନିବାସୀ ସାଧୁମାନଙ୍କ ନିକଟକୁ ମଧ୍ୟ ଆସିଲେ |।
33 ସେ ସ୍ଥାନରେ ସେ ଏନିୟ ନାମକ ଜଣେ ଲୋକଙ୍କର ଦେଖା ପାଇଲେ,ସେ ଆଠ ବର୍ଷ ପର୍ଯ୍ୟନ୍ତ ଶଯ୍ୟାଶାୟୀ ଥିଲେ;ତାହାଙ୍କୁ ପକ୍ଷାଘାତ ହୋଇଥିଲା |।
34 ପିତର ତାହାଙ୍କୁ କହିଲେ,ଏନିୟ,ଯୀଶୁ ଖ୍ରୀଷ୍ଟ ତୁମ୍ଭାକୁ ସୁସ୍ଥ କରୁଅଛନ୍ତି;ଉଠ,ତୁମ୍ଭର ଶେଯ ସଜାଡ଼ |ସେ ତତ୍ କ୍ଷଣାତ୍ ଉଠିଲେ |।
35 ଆଉ ଲୂଦ ଓ ଶାରୋଣନିବାସୀ ସମସ୍ତେ ତାହାଙ୍କୁ ଦେଖି ପ୍ରଭୁଙ୍କ ପ୍ରତି ଫେରିଲେ |।
36 ଯାଫୋରେ ଟାବୀଥା ନାମରେ ଜଣେ ଶିଷ୍ୟା ଥିଲେ,ଅନୁବାଦ କଲେ ଏହି ନାମର ଅର୍ଥ ଦର୍କା |ସେ ନନ ସତ୍ କର୍ମ ଓ ଦାନକ୍ରିୟାରେ ପୂର୍ଣ୍ଣ ଥିଲେ |।
37 ସେହି ସମୟରେ ସେ ପୀଡ଼ିତା ହୋଇ ପ୍ରାଣତ୍ୟାଗ କଲେ,ସେଥିରେ ସେମାନେ ତାହାଙ୍କୁ ସ୍ନାନ କରାଇ ଗୋଟିଏ ଉପର କୋଠରୀରେ ଶୁଆଇଦେଲେ |।
38 ପୁଣି ଲୂଦ ଯାଫୋର ନିକଟବର୍ତ୍ତୀ ଥିବାରୁ ଶିଷ୍ୟମାନେ ପିତର ସେଠାରେ ଅଛନ୍ତି ବୋଲି ଶୁଣି ଦୁଇ ଜଣ ଲୋକଙ୍କୁ ତାହାଙ୍କ ନିକଟକୁ ପଠାଇ ଏହା ନିବେଦନ କଲେ,ଆମ୍ଭମାନଙ୍କ ନିକଟକୁ ଆସିବା ପାଇଁ ବିଳମ୍ବ କରନ୍ତୁ ନାହିଁ |।
39 ଏଣୁ ପିତର ଉଠି ସେମାନଙ୍କ ସାଙ୍ଗରେ ଗଲେ |ସେ ଆସନ୍ତେ ସେମାନେ ତାହାଙ୍କୁ ସେହି ଉପର କୋଠରୀକୁ ଘେନିଗଲେ,ଆଉ ବିଧବାମାନେ ସମସ୍ତେ ତାହାଙ୍କୁ ଘେରୀ ବିଳାପ କରୁ କରୁ,ଦର୍କା ସେମାନଙ୍କ ସାଙ୍ଗରେ ଥିବା ସମୟରେ ଯେଉଁ ସବୁ ଅଙ୍ଗରଖା ଓ ବସ୍ତ୍ରଗୁଡ଼ିକ ବନାଇଥିଲେ,ସେହିସବୁ ଦେଖାଇବାକୁ ଲାଗିଲେ |।
40 କିନ୍ତୁ,ପିତର ସମସ୍ତଙ୍କୁ ବାହାର କରିଦେଇ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲେ,ପୁଣି ଶବ ଆଡ଼କୁ ବୁଲିଡ଼ି କହିଲେ,ତାବିଥା,ଉଠ |ସେଥିରେ ସେ ଆଖି ମେଲା କଲେ,ଆଉ ପିତରକୁ ଦେଖି ଉଠି ବସିଲେ |।
41 ପୁଣି ସେ ହାତ ଦେଇ ତାହାଙ୍କୁ ଉଠାଇଲେ ଏବଂ ସାଧୁମାନଙ୍କୁ ଓ ବିଧବାମାନଙ୍କୁ ଡାକି ତାହାଙ୍କୁ ଜୀବିତ ଦେଖିଲେ |।
42 ଏହି କଥା ଯାଫୋର ସବୁଆଡ଼େ ଜଣାଡ଼ିଲା ଓ ଅନେକେପ୍ରଭୁଙ୍କଠାରେ ବିଶ୍ୱାସ କଲେ |।
43 ପୁଣି,ପିତର ଅନେକ ଦିନ ଯାଫୋରେ ଶିମୋନ ନାମକ ଜଣେ ଚର୍ମକାରକ ସହିତ ବାସ କଲେ |।