1 ଭ୍ରାତୃ ଓ ପିତୃବୃନ୍ଦ, ମୁଁ ଆପଣମାନଙ୍କ ନିକଟରେ ବର୍ତମାନ୍ ଯେଉଁ ଆତ୍ମପକ୍ଷ ସମର୍ଥନର କଥା କହୁଅଛି, ତାହା ଶୁଣନ୍ତୁ |।

2 ସେ ଏବ୍ରୀ ଭାଷାରେ ସେମାନଙ୍କ ନିକଟରେ କଥା କହୁଅଛନ୍ତି ଶୁଣି ସେମାନେ ଅଧିକ ନିରବ ହୋଇ ରହିଲେ |।

3 ସେଥିରେ ସେ କହିଲେ, ମୁଁ ଜଣେ ଯିହୁଦୀ, କିଲାକିଆର ତାର୍ଷରେ ମୋହର ଜନ୍ମ,କିନ୍ତୁ ଏହି ନଗରରେ ମୁଁ ଲାଳିତ ପାଳିତ ହୋଇଅଛି, ଆମ୍ଭମାନଙ୍କ ପିତୃପୁରୁଷଙ୍କ ବ୍ୟବସ୍ଥାର ସୁକ୍ଷ୍ମ ନିୟମ ଅନୁସାରେ ଗମଲୀୟେଲଙ୍କ ଚରଣ ତଳେ ବସି ଶିକ୍ଷା ପାଇଅଛି; ସମସ୍ତେ ଆଜି ଆପଣମାନେ ଯେପରି ଉଦଯୋଗୀ ଅଟନ୍ତି, ଇଶ୍ବରଙ୍କ ପକ୍ଷରେ ମୁଁ ମଧ୍ୟ ସେହିପରି ଉଦଯୋଗୀ ଥିଲି;

4 ମୁଁ ଏହି ମାର୍ଗର ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ବାନ୍ଧି କାରାଗାରରେ ପକାଇ ମୃତ୍ୟୁ ପର୍ଯ୍ୟନ୍ତ ତାଡନା କରୁଥିଲି |।

5 ଏହି ବିଷୟରେ ମହାଜାଯକ ଓ ପ୍ରାଚୀନବର୍ଗ ସମସ୍ତେ ମୋହର ସାକ୍ଷୀ; ମୁଁ ସେମାନଙ୍କଠାରୁ ଭାଇମାନଙ୍କ ନିକଟକୁ ପତ୍ର ଗ୍ରହଣ କରି, ଦମେସକରେ ଥିବା ଲୋକମାନେ ଯେପରି ଶାସ୍ତି ପାଆନ୍ତି, ଏଥିପାଇଁ ସେମାନଙ୍କୁ ସୁଦ୍ଧା ବାନ୍ଧି ଯିରୁସାଲମକୁ ଆଣିବା ନିମନ୍ତେ ସେ ସ୍ଥାନକୁ ଯାଉଥିଲି |।

6 କିନ୍ତୁ ମୁ ଯାଉ ଯାଉ ଦମେସକର ନିକଟବର୍ତୀ ହୁଅନ୍ତେ ଅକସ୍ମାତ୍ ପ୍ରାୟ ମଧ୍ୟାନ ସମୟରେ ମୋହର ଚାରିଆଡେ ଆକାଶରୁ ମହା ଆଲୋକ ଚମକିଉଠି ଲା |।

7 ମୁଁ ସେଥିରେ ଭୁମିରେ ପଡିଗଲି, ଆଉ ମୋ ପ୍ରତି ଉକ୍ତ ଏହି ବାଣୀ ଶୁଣିଲି, ଶାଉଲ, ଶାଉଲ, ଆମ୍ଭଭାମାନଙ୍କୁ କାହିଁକି ତାଡନା କରୁଅଛ।

8 ମୁଁ ଉତ୍ତର ଦେଲି ପ୍ରଭୁ, ଆପଣ କିଏ ସେଥିରେ ସେ ମୋତେ କହିଲେ, ତୁମ୍ଭେ ଯେଉଁ ନାଜରିତୀୟ ଯୀଶୁଙ୍କୁ ତାଡନା କରୁଅଛ, ଆମ୍ଭେ ସେହି |।

9 ଯେଉଁମାନେ ମୋ ସାଙ୍ଗରେ ଥିଲେ, ସେମାନେ ସେହି ଆଲୋକ ଦେଖିଲେ ସତ୍ୟ, କିନ୍ତୁ ଯେ ମୋତେ କଥା କହିଲେ, ସେମାନେ ତାହାଙ୍କ ସ୍ବର ଶୁଣିଲେ ନାହିଁ |।

10 ସେଥିରେ ମୁଁ କହିଲି, ପ୍ରଭୁ ମୁଁ କଅଣ କରିବି ପୁଣି ପ୍ରଭୁ ମୋତେ କହିଲେ, ଉଠ, ଦମେସକକୁ ଯାଅ, ଆଉ ଯେ ସମସ୍ତ କର୍ମ ସାଧନ କରିବା ନିମନ୍ତେ ତୁମ୍ଭ ପାଇଁ ନିରୁପିତ ଅଛି, ସେସବୁ ତୁମ୍ଭକୁ ସେଠାରେ କୁହାଯିବ |।

11 ମୁଁ ସେହି ଆଲୋକର ତେଜ ହେତୁ ଦେଖି ନ ପାରିବାରୁ, ମୋ ସାଙ୍ଗରେ ଥିବା ଲୋକମାନଙ୍କ ଦ୍ବାରା ଚାଳିତ ହୋଇ ଦମ୍ମେସକକୁ ଆସିଲି |।

12 ସେହି ସ୍ଥାନରେ ଥିବା ସମସ୍ତ ଯିହୁଦୀଙ୍କ ନିକଟରେ ସୁକ୍ଷାତିସମ୍ପନ ହନନୀୟ ନାମକ ବ୍ୟବସ୍ଥା ଅନୁସାରେ ଜଣେ ଭକ୍ତ ଲୋକ,

13 ମୋ ନିକଟକୁ ଆସି ପାଖରେ ଠିଆ ହୋଇ ମୋତେ କହିଲେ, ଭାଇ ଶାଉଲ, ଦୃଷ୍ଟିପ୍ରାପ୍ତ ହୁଅ | ମୁଁ ସେହି ମୁହୁର୍ତ୍ତରେ ମୁଁ ତାହାଙ୍କ ପ୍ରତି ଦୃଷ୍ଟିପାତ କଲି |।

14 ପୁଣି ସେ କହିଲେ,ଆମ୍ଭମାଙ୍କର ପିତୃପୁରୁଷରଙ୍କ ଇଶ୍ବର ତାହାଙ୍କ ଇଛା ଜାଣିବା ପାଇଁ ଓ ସେହି ଧାର୍ମିକ ବ୍ୟକ୍ତିଙ୍କି ଦେଖିବା ପାଇଁ ପୁଣି ତାହାଙ୍କ ମୁଖରୁ ବାଣୀ ଶୁଣିବା ପାଇଁ ମୋନନିତ କରିଅଛନ୍ତି,

15 କାରଣ ତୁମ୍ଭେ ଯାହା ଯାହା ଦେଖିଅଛ ଓ ଶୁନିଅଛ, ସେହି ସବୁ ବିଷୟରେ ସମସ୍ତ ଲୋକଙ୍କ ସମ୍ମୁଖରେ ଶାକ୍ଷୀ ହେବ |।

16 ଆଉ ତୁମ୍ଭେ ଏବେ କାହିଁକି ବିଳମ୍ବ କରୁଅଛ ଉଠ, ବାପ୍ତିଜିତ ହୁଅ, ପୁଣି ତାହାଙ୍କ ନାମରେ ପ୍ରାର୍ଥନା କରି ନିଜ ପାପସବୁ ଧୋଇ ପକାଅ |।

17 ଏଥିଉତ୍ତାରେ ମୁଁ ଯିରୁସାଲମକୁ ଫେରିଆସି ମନ୍ଦିରରେ ପ୍ରାର୍ଥନା କରୁଥିବା ସମୟରେ ମୁର୍ଛିତ ହୋଇ ତାହାଙ୍କୁ ଦର୍ଶନ କଲି |।

18 ସେ ମୋତେ କହିଲେ, ବିଳମ୍ବ ନ କରି ଶୀଘ୍ର ଯିରୂସାଲମରୁ ବାହାରିଯାଅ, କାରଣ ସେମାନେ ଆମ୍ଭ ବିଷୟରେ ତୁମ୍ଭର ଶାକ୍ଷ ଗ୍ରହଣ କରିବେ ନାହିଁ |।

19 ସେଥିରେ ମୁଁ କହିଲି, ପ୍ରଭୁ, ମୁଁ ଯେ ଆପଣଙ୍କଠାରେ ବିଶ୍ବାସିମାନଙ୍କୁ ସମାଜଗୃହରେ ଧରି କାରାଗାରରେ ପକାଉଥିଲି ଓ ପ୍ରହାର କରୁଥିଲି, ଏହା ସେମାନେ ନିଜେ ଜାଣନ୍ତି;

20 ଆଉ ଆପଣଙ୍କ ଶାଖୀ ସ୍ତିପାନଙ୍କ ରକ୍ତପାତ ଯେତେବେଳେ ହେଉଥିଲା, ସେତେବେଳେ ମୁଁ ମଧ୍ୟ ପାଖରେ ଠିଆ ହୋଇ ତାହା ସମର୍ଥନ କରୁଥିଲି, ପୁଣି ଘାତକମାନଙ୍କର ବସ୍ତ୍ର ରକ୍ଷା କରୁଥିଲି |।

21 ସେ ମୋତେ ସେଥିରେ କହିଲେ, ଯାଅ, କାରଣ ଆମ୍ଭେ ତୁମ୍ଭକୁ ଦୁରକୁ ବିଜାତିମାନଙ୍କ ନିକଟକୁ ପଠାଇବୁ |।

22 ଲୋକମାନେ ଏହି କଥା ଶୁଣିବା ପରେ ବଡ଼ ପାଟିରେ କହିଲେ, ଏପରି ଲୋକଟାକୁ ପୃଥିବିରୁ ଦୂର କର, କାରଣ ତାହାର ବଂଚି ରହିବାର ଉଚିତ୍ ନୁହେ |।

23 ପୁଣି ଯେତେବେଳେ ସେମାନେ ଚିତ୍କାର କରି ନିଜ ନିଜ ବସ୍ତ୍ର ଫୋପାଡି ଆକାଶ ଆଡ଼କୁ ଧୂଳି ପକାଇବାକୁ ଲାଗିଲେ,

24 ସେତେବେଳେ ସହସ୍ରସେନାପତି ତାହାଙ୍କୁ ଗଡ ଭିତରକୁ ନେଇଯିବାକୁ ଅାଦେଶ ଦେଲେ, ପୁଣି ଲୋକେ କାହିଁକି ତାହାଙ୍କ ବିରୁଦ୍ଧରେ ଏପ୍ରକାର ଚିତ୍କାର କରୁଅଛନ୍ତି, ଏହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ବାରା ତାହାଙ୍କୁ ପରୀକ୍ଷା କରିବା ନିମନ୍ତେ ଆଦେଶ ଦେଲେ |।

25 ସେମାନେ ତାହାଙ୍କୁ ବେତ୍ରାଘାତ କରିବା ପାଇଁ ବାନ୍ଧିଲା ଉତ୍ତାରେ,ସେ ନିକଟରେ ଠିଆ ହୋଇଥିବା ଶତସେନପତିଙ୍କି କହିଲେ, ଜଣେ ରୋମିୟ ପ୍ରଜାର ବିଚାର ନ କରି ତାହାକୁ କୋରଡ଼ା ମାରିବା କି ଆପଣମାନଙ୍କ ପକ୍ଷରେ କି ଆଇନସଙ୍ଗତ।

26 ସେହି ଶତସେନାପତି ଏହା ଶୁଣି ସହସ୍ରସେନାପତିଙ୍କ ନିକଟକୁ ଯାଇ ତାହାଙ୍କୁ ସେହି କଥା ଜଣାଇ କହିଲେ, ଆପଣ କଅଣ କରିବାକୁ ଯାଉଅଛନ୍ତି।

27 ସେଥିରେ ସହସ୍ରସେନା ପତି ଆସି ତାହାଙ୍କୁକହିଲେ, ମୋତେ କୁହ, ତୁମ୍ଭେ କି ଜଣେ ରୋମିୟ ସେ କହିଲେ ହଁ |।

28 ସେଥିରେ ସହସ୍ରସେନାପତି ଉତ୍ତର ଦେଲେ, ଅନେକ ଅର୍ଥ ଦେଇ ମୁ ଏହି ନାଗରିକ ପଦ ପ୍ରାପ୍ତ ହୋଇଅଛି | ପାଉଲ କହିଲେ, କିନ୍ତୁ ମୁଁ ଜନ୍ମରେ ରୋମିୟ |।

29 ତେବେ ଯେଉଁ ଲୋକମାନେ ତାହାଙ୍କୁ ପରୀକ୍ଷା କରିବାକୁ ଚେସ୍ଟିତ ଥିଲେ, ସେମାନେ ସେହିକ୍ଷଣୀ ସେଥିରୁ ନିବୃତ୍ତ ହେଲେ, ସହସ୍ରସେନାପତି ସୁଦ୍ଧା ସେ ଯେ ଜଣେ ରୋମିୟ, ଏହା ବୁଝିବାରୁ ଏବଂ ତାହାଙ୍କୁ ବାନ୍ଧିବାରୁ ଭୟ କଲେ |।

30 କିନ୍ତୁ କାହିଁକି ସେ ଯିହୁଦୀ ମାନଙ୍କ ଦ୍ବାର ଅଭିଯୁକ୍ତ ହୋଇଅଛନ୍ତି, ତାହା ନିଶ୍ଚୟରୁପେ ଜାଣିବା ଇଛାରେ ସେ ପରଦିନ ତାହାଙ୍କର ବନ୍ଧନ ଫିଟାଇ ପ୍ରଧାନ ଜାଯକ ଓ ସମସ୍ତ ମହାସଭାକୁ ଏକତ୍ର ଆସିବା ପାଇଁ ଆଗ୍ନ୍ୟା ଦେଲେ, ପୁଣି ପାଉଲଙ୍କୁ ନେଇ ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ |।