1 ସେମାନଙ୍କଠାରୁ ବିଦାୟ ଘେନି ଆମ୍ଭେମାନେ ଯାହାଜରେ ଚଡି ସିଧା ବାଟରେ କୋସ୍ କୁ ଆସିଲୁ, ପରଦିନ ରୋଦାକୁ, ପୁଣି ସେ ସ୍ଥାନରୁ ପାତାରା କୁ ଆସିଲୁ |।
2 ସେଠାରେ ଆମ୍ଭେମାନେ ଫୈନୀକିଆକୁ ପାର ହୋଇ ଯାଉଥିବା ଗୋଟିଏ ଜାହାଜ ପାଇ ସେଥିରେ ଚଡି ଯାତ୍ରା କଲୁ |।
3 ପରେ କୁପ୍ର ଦେଖିବା ମାତ୍ରେ ଆମ୍ଭେମାନେ ବାମ ଛାଡ଼ି ସୁରିଆକୁ ଯାତ୍ରା କରି ସୋରରେ ଉପସ୍ଥିତ ହେଲୁ, କାରଣ ସେଠାରେ ଜାହାଜରୁ ମାଲପତ୍ର ଖଲାସ କରିବାର ଥିଲା |।
4 ସେଠାରେ ଶିଷ୍ୟମାନଙ୍କୁ ଖୋଜି, ସେମାନଙ୍କ ସାକ୍ଷାତ ପାଇ ସାତ ଦିନ ରହିଲୁ; ପୁଣି ଯେପରି ପାଉଲ ଯିରୁସାଲେମରେ ପଦାର୍ପଣ ନ କରନ୍ତି, ଏଥିପାଇଁ ସେମାନେ ଆତ୍ମାଙ୍କ ଦ୍ବାରା ତାହାଙ୍କୁ କହିଲେ |।
5 ଆମ୍ଭେମାନେ ସାତ ଦିନ ରହିଲା ଉତାରେ, ସେହି ସ୍ଥାନରୁ ଯାତ୍ରା କଲୁ, ପୁଣି ସେମାନେ ସମସ୍ତେ ସ୍ତ୍ରୀ ଓ ପିଲାପିଲିଙ୍କ ସହିତ ଆମ୍ଭମାନଙ୍କୁ ନଗରର ବାହାର ପର୍ଯ୍ୟନ୍ତ ଛାଡିବା ନିମନ୍ତେ ଆସିଲେ,
6 ଆଉ ଆମ୍ଭେମାନେ ସମୁଦ୍ରକୁଳରେ ଜାନୁପାତ କରି ପ୍ରାର୍ଥନା କଲୁ, ପୁଣି ପରସ୍ପରଠାରୁ ବିଦାୟ ନେଲୁ; ପରେ ଆମ୍ଭେମାନେ ଜାହାଜରେ ଚଡ଼ିଲୁ, ଆଉ ସେମାନେ ଘରକୁ ବାହୁଡିଗଲେ |।
7 ସୋରରୁ ଆମ୍ଭେମାନେ ଜଳଯାତ୍ରା ଶେଷ କରି ପତଲମାଇରେ ପହନ୍ଚିଥିଲୁ ଓ ଭାଇମାନଙ୍କୁ ନମସ୍କାର କରି, ଗୋଟିଏ ଦିନ ସେମାନଙ୍କ ସହିତ ରହିଲୁ |।
8 ପରଦିନ ଆମ୍ଭେମାନେ କାଇସରିଆକୁ ପ୍ରସ୍ଥାନ କଲୁ | ଆଉ ସାତଜଣଙ୍କ ମଧ୍ୟରେ ଅନ୍ତର୍ଗତ, ସୁସମାଚାରକ ଫିଲିପଙ୍କ ଗୃହରେ ପ୍ରବେଶ କରି ତାହାଙ୍କ ସାଂଗରେ ରହିଲୁ |।
9 ତାହାଙ୍କର ଚାରି ଜଣା କୁମାରୀ କନ୍ୟା, ଭାବବାଦିନୀ ଥିଲେ |।
10 ଆମ୍ଭେମାନେ ସେହି ସ୍ଥାନରେ ଅନେକ ଦିନ ରହିଲା ପରେ ଆଗାବ ନାମକ ଜଣେ ଭାବବାଦୀ ଯିହୁଦା ପ୍ରଦେଶରୁ ଆସିଲେ |।
11 ସେ ପାଉଲଙ୍କ କଟିବନ୍ଧନ ଘେନି ଆପଣା ହସ୍ତପାଦ ବନ୍ଧନ କରି ଆମ୍ଭମାନଙ୍କୁ କହିଲେ, ପବିତ୍ର ଆତ୍ମା ଏହା କହନ୍ତି, ଏହି କଟିବନ୍ଧନର ଅଧିକାରୀଙ୍କିି ଯିରୁସାଲେମନିବାସୀ ଯିହୁଦିମାନେ ଏହିପରି ବାନ୍ଧି ବିଜାତିମାନଙ୍କ ହସ୍ତରେ ସମର୍ପଣ କରିବେ |।
12 ଏହି ସମସ୍ତ କଥା ଶୁଣି ଆମ୍ଭେମାନେ ଓ ସେହି ସ୍ଥାନର ଲୋକମାନେ ତାହାଙ୍କୁ ଯିରୁସାଲେମକୁ ନ ଯିବା ପାଇଁ ବିନତି କଲୁ |।
13 ପାଉଲ ସେଥିରେ ଉତର ଦେଲେ, ତୁମ୍ଭେମାନେ କ୍ରନ୍ଦନ କରି ଓ ମୋହର ହୃଦୟକୁ ବିଦୀର୍ଣ କରି କଅଣ କରୁଅଛ? କାରଣ ମୁଁ ପ୍ରଭୁ ଯୀଶୁଙ୍କ ନାମ ନିମନ୍ତେ ଯିରୁସାଲେମରେ କେବଳ ବନ୍ଧା ହେବାକୁ ପ୍ରସ୍ତୁତ, ତାହା ନୁହେ, ମାତ୍ର ମରିବାକୁ ସୁଦ୍ଧା ପ୍ରସ୍ତୁତ ଅଛି |।
14 ସେ ନ ମାନିବାରୁ ଆମ୍ଭେମାନେ କ୍ଷାନ୍ତ ହୋଇ କହିଲୁ, ପ୍ରଭୁଙ୍କର ଇଛା ସଫଳ ହେଉ |।
15 ଆମ୍ଭେମାନେ ଏହି ସମସ୍ତ ଦିନ ଉତାରେ ଜିନିଷପତ୍ର ନେଇ ଜିରୁସାଲେମକୁ ଯାତ୍ରା କଲୁ |।
16 ପୁଣି ଆମ୍ଭମାନଙ୍କ ସାଙ୍ଗରେ କାଇସରିଆରୁ ମଧ୍ୟ କେତେକ ଜଣ ଶିଷ୍ୟ ଗଲେ; ସେମାନେ କୁପ୍ରର ମନାସୋନ ନାମକ ଜଣେ ଆଦିମ ଶିଷ୍ୟଙ୍କୁ ସାଙ୍ଗରେ ଆଣିଲେ,ତାହାଙ୍କ ଘରେ ଆମ୍ଭମାନଙ୍କର ରହିବାର ଥିଲା |।
17 ଆମ୍ଭେମାନେ ଯିରୁସାଲେମରେ ପହଚନ୍ତେ ଆମ୍ଭମାନଙ୍କୁ ଭାଇମାନେ ଆନନ୍ଦରେ ଗ୍ରହଣ କଲେ |।
18 ତହିଁ ଆରଦିନ ପାଉଲ ଆମ୍ଭମାନଙ୍କ ସହିତ ଯାକୁବଙ୍କ ଗୃହକୁ ଗଲେ, ଆଉ ସେ ସ୍ଥାନରେ ସମସ୍ତ ପ୍ରାଚୀନ ଉପସ୍ଥିତ ହେଲେ |।
19 ସେ ସେମାନଙ୍କୁ ନମସ୍କାର୍ କଲା ଉତାରେ, ଇଶ୍ବର ବିଜାତିମାନଙ୍କ ମଧ୍ୟରେ ଯେଉଁ ସବୁ କାର୍ଯ୍ୟ ତାହାଙ୍କ ସେବା ଦ୍ବାରା ସାଧନ କରିଥିଲେ,ଗୋଟି ଗୋଟି କରି ସେହିସବୁ ସେମାନଙ୍କ ନିକଟରେ ବର୍ଣନା କଲେ |।
20 ସେମାନେ ତାହା ଶୁଣି ଇଶ୍ବରଙ୍କ ମହିମା ଗୁନାନୁବାଦ କରିବାକୁ ଲାଗିଲେ, ପୁଣି ତାହାଙ୍କୁ କହିଲେ, ହେ ଭାଇ, ଯିହୁଦୀମାନଙ୍କ ମଧ୍ୟରେ ଯେ କେତେ ସହସ୍ର ବିଶାସୀ ଅଛନ୍ତି, ଏହା ତୁମ୍ଭେ ଦେଖୁଅଚ୍ଛ, ସେ ସମସ୍ତେ ବ୍ୟବସ୍ଥା ପକ୍ଷରେ ଉଦଯୋଗୀ |।
21 ପୁଣି ବିଜାତିମାନଙ୍କ ମଧ୍ୟରେ ବାସକାରୀ ସମସ୍ତ ଯିହୁଦୀଙ୍କି ନିଜ ନିଜ ଶିଶୁମାନଙ୍କୁ ସୁନ୍ନତ ନକରିବାକୁ ଓ ବିଧିବିଧାନ ଅନୁସାରେ ନ ଚଳିବାକୁ କହି, ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବା ନିମନ୍ତେ ତୁମ୍ଭେ ଯେ ସେମାନଙ୍କୁ ଶିକ୍ଷା ଦେଇଥାଅ, ତୁମ୍ଭ ବିଷୟରେ ଏହି ସମ୍ବାଦ ସେମାନେ ପାଇଅଛନ୍ତି |।
22 ତେବେ କଅଣ କରାଯାଏ ସେମାନେ ଅବଶ୍ୟ ତୁମ୍ଭେ ଆସିଅଚ୍ଛ ବୋଲି ସୁଣିବେ |।
23 ଏଣୁ ଆମ୍ଭେମାନେ ତୁମ୍ଭଙ୍କୁ ଯାହା କହୁଅଛୁ,ତାହା କର | ଆମ୍ଭମାନଙ୍କ ପାଖରେ ଚାରି ଜଣ ଲୋକ ଅଛନ୍ତି, ସେମାନେ ଗୋଟିଆ ବ୍ରତ ନେଇ ଅଛନ୍ତି;
24 ସେମାନଙ୍କୁ ନେଇ ସେମାନଙ୍କ ସହିତ ଆପଣାକୁ ସୁଚୀ କର, ଆଉ ସେମାନଙ୍କ ମସ୍ତକ ମୁନଦନର ବ୍ୟୟ ଭାର ବହନ କର,ତାହା ହେଲେ ସେମାନେ ତୁମ୍ଭ ବିଷୟରେ ଯେଉଁ ସବୁ ସମ୍ବାଦ ପାଇଅଛନ୍ତି, ସେଥିରେ ଯେ କିଛି ସତ୍ୟ ନାହି, ବରଂ ତୁମ୍ଭେ ଯେ ନିଜେ ସୁଦ୍ଧା ବ୍ୟବସ୍ଥା ପାଳନ କରି ଆଚରଣ କରୁଅଛି, ଏହା ସମସ୍ତେ ଜାଣିବେ |।
25 କିନ୍ତୁ ଯେଉଁ ବିଜାତିମାନେ ବିଶ୍ବାସୀ ହୋଇ ଅଛନ୍ତି, ସେମାନଙ୍କ ସମ୍ବନ୍ଧରେ ପ୍ରତିମା ନିକଟରେ ଉସ୍ଚର୍ଗିକୃତ ପ୍ରସାଦ, ରକ୍ତ, ଶ୍ବାସରୋଧ ଦ୍ବାରା ମୃତ ପ୍ରାଣୀର ମାଂସ ଆଉ ପରଦାରଠାରୁ ନିଜ ନିଜକୁ ଦୁରେଇ ରଖିବା ଯେ ଉଚିତ୍, ଆମ୍ଭେମାନେ ଏହା ବିଚାର କରି ଲେଖି ଅଛୁ |।
26 ପାଉଲ ସେଥିରେ ସେହି ଲୋକମାନଙ୍କୁ ନେଇ ପରଦିନ ସେମାନଙ୍କ ସହିତ ଆପଣାକୁ ସୁଚୀ କରି ମନ୍ଦିର ଭିତରେ ପ୍ରବେଶ କଲେ, ପୁଣି ସେମାନଙ୍କ ପ୍ରତ୍ୟକ ନିମନ୍ତେ ନୈବେଦ ଉସ୍ଚର୍ଗ ହେବ ପର୍ଯ୍ୟନ୍ତ ଶୌଚକର୍ମରେ କେତେ ଦିନ ଲାଗିବ, ତାହା ଜଣାଇ ଦେଲେ |।
27 ସେହି ସାତ ଦିନ ପ୍ରାୟ ସମ୍ପୁର୍ଣ ହୁଅନ୍ତେ, ଆସିଆର ଜିହୁଦିମାନେ ମନ୍ଦିରରେ ତାହାଙ୍କୁ ଦେଖି ଲୋକସମୁହକୁ ଉତ୍ତେଜିତ କଲେ, ପୁଣି ତାହାଙ୍କୁ ଧରି ଚିତ୍କାର କରିବାକୁ ଲାଗିଲେ,
28 ହେ ଇସ୍ରାୟେଲୀୟ ଲୋକମାନେ, ସାହାଯ୍ୟ କର; ସବୁ ସ୍ଥାନରେ ଯେଉଁ ଲୋକଟା ଆମ୍ଭମାନଙ୍କର ଜାତି,ବ୍ୟବସ୍ଥା ଓ ଏହି ସ୍ଥାନ ବିପକ୍ଷରେ ସମସ୍ଥଙ୍କୁ ଶିକ୍ଷା ଦିଏ, ସେ ଏହି; ସେ ଆହୁରି ମଧ୍ୟ ଗ୍ରୀକମାନଙ୍କୁ ସୁଦ୍ଧା ମନ୍ଦିର ଭିତରକୁ ଆଣି ଏହି ପବିତ୍ର ସ୍ଥାନକୁ ଅସୁଚୀ କରୁଅଛି |।
29 କାରଣ ପୁର୍ବେ ସେମାନେ ନଗର ମଧ୍ୟରେ ପାଉଲଙ୍କ ସାଙ୍ଗରେ ଏଫିସର ତ୍ରଫିମଙ୍କୁ ଦେଖିଥିଲେ, ଆଉ ପାଉଲ ହିଁ ତାହାଙ୍କୁ ମନ୍ଦିର ଭିରରକୁ ଆଣିଥିବେ ବୋଲି ଅନୁମାନ କରୁଥିଲେ |।
30 ଏଥିରେ ନଗରସାରା ଚହଳ ପଡିଗଲା, ଲୋକମାନେ ଏକାଠି ଦୌଡ଼ିଲେ, ପୁଣି ସେମାନେ ପାଉଲଙ୍କୁ ଧରି ମନ୍ଦିର ବାହାରକୁ ଟାଣି ଆଣିଲେ; ଆଉ ସେହିକ୍ଷଣୀ ଦ୍ବାରସବୁ ବନ୍ଦ କରାଗଲା |।
31 ପୁଣି ତାହାଙ୍କୁ ସେମାନେ ମାରିପକାଇବା ପାଇଁ ଚେସ୍ଟା କରନ୍ତେ ସମସ୍ତ ଯିରୁସାଲେମ୍ ଗଣ୍ଡଗୋଳରେ ପରିପୁର୍ଣ ହୋଇଅଛି ବୋଲି ସୈନଦଳର ସହସ୍ର ସେନାପତିଙ୍କ ନିକଟକୁ ସମ୍ବାଦ ଆସିଲା |।
32 ଏଥିରେ ସେ ସେହିକ୍ଷଣୀ ସୈନ୍ୟ ଓ ଶତସେନା ପତିମାନଙ୍କୁ ନେଇ ସେମାନଙ୍କ ନିକଟକୁ ଦୌଡିଗଲେ |ସେମାନେ ସହସ୍ର ସେନାପତି ଓ ସୈନ୍ୟମାନଙ୍କୁ ଦେଖି ପାଉଲଙ୍କୁ ପ୍ରହାର କରିବା ବନ୍ଦ କଲେ |।
33 ସହସ୍ରସେନାପତି ସେତେବେଳେ ପାଖକୁ ଆସି ତାହାଙ୍କୁ ବାନ୍ଧିବା ପାଇଁ ଆଗ୍ନ୍ୟା ଦେଲେ, ପୁଣି ସେ କିଏ ଓ କଅଣ କରିଅଛି ବୋଲି ପଚାରିଲେ |।
34 ସେଥିରେ ଲୋକମାନଙ୍କ ମଧ୍ୟରୁ କେହି ଏ କଥା, କେହି କେହି ସେ କଥା କହି ଚିତ୍କାର କରିବାକୁ ଲାଗିଲେ | ଆଉ ସେ ଗଣ୍ଡଗୋଳର କାରଣ ନିସ୍ଚୟରୁପେ କିଛି ଜାଣି ନ ପାରିବାରୁ, ତାହାତାହାଙ୍କୁ ଗଡକୁ ନେଇଯିବା ପାଇଁ ଆଦେଶ ଦେଲେ |।
35 ପୁଣି ଯେତେବେଳେ ସେ ସୋପାନ ଉପରକୁ ଆସିଲେ, ସେତେବେଳେ ଲୋକସମୁହର ଉଗ୍ରତା ହେତୁ ସୈନ୍ୟମାନଙ୍କୁ ତାହାତାହାତାହାଙ୍କୁ ବୋହି ନେଇ ଯିବାକୁ ପଡିଲା,
36 କାରଣ ତାହାଙ୍କୁ ବଧ କର ବୋଲି ଅସଂଖ୍ୟ ଲୋକ ପଛରେ ଯାଉ ଯାଉ ଚିତ୍କାର କରୁଥିଲେ |।
37 ସେମାନେ ପାଉଲଙ୍କୁ ଗଡ ଭିତରକୁ ନେଇଯିବା ପାଇଁ ଚେସ୍ଟା କରିବା ସମୟରେ, ସେ ସହସ୍ରସେନପତିଙ୍କିି କହିଲେ, ମୁ ଆପଣଙ୍କୁ କିଛି କହି ପାରେ କି ସେଥିରେ ସେ କହିଲେ ତୁମ୍ଭେ କି ଗ୍ରୀକ୍ ଜାଣ।
38 ତେବେ ଏଥିପୁର୍ବେ ଯେଉଁ ମିସରୀୟ ଲୋକ ବିଦ୍ରୋହ ଲଗାଇ ଚାରିହଜାର ଡକାଇତମାନଙ୍କୁ ପ୍ରାନ୍ତରରୁ ଘେନିଯାଇଥିଲେ, ତୁମ୍ଭେ କି ସେହି ନୁହଁ।
39 ସେଥିରେ ପାଉଲ କହିଲେ, ମୁଁ ତ ଜଣେ ଜିହୁଦୀ, ତାର୍ଷ ନଗରର ଲୋକ, କିଲିକିଆର ଏକ ଅସାମାନ୍ୟ ନଗରର ନାଗରିକ; ଏହି ଲୋକମାନଙ୍କୁ କଥା କହିବା ପାଇଁ ମୋତେ ଅନୁମତି ଦେବା ନିମନ୍ତେ ମୁଁ ଆପଣଙ୍କୁ ନିବେଦନ କରୁଅଛି |।
40 ସେ ଅନୁମତି ଦେବାରୁ ପାଉଲ ସୋପାନରେ ଠିଆ ହୋଇ ଲୋକମାନଙ୍କୁ ହସ୍ତ ଦ୍ବାରା ସଂକେତ କଲେ; ଆଉ ସମସ୍ତେ ନିରବ ହେଲା ଉତ୍ତାରେ ସେ ଏବ୍ରୀ ଭାଷାରେ ସେମାନଙ୍କୁ କହିବାକୁ ଲାଗିଲେ,