1 ଦର୍ଶନ - ଚାରୋଟି ରଥ ଅନନ୍ତର ମୁଁ ପୁନର୍ବାର ଚକ୍ଷୁ ଟେକି ଅନାଇଲି, ଆଉ ଦେଖ, ଦୁଇ ପର୍ବତ ମଧ୍ୟରୁ ଚାରିଗୋଟି ରଥ ନିର୍ଗତ ହେଲା ସେହି ପର୍ବତ ପିତ୍ତଳମୟ ପର୍ବତ ଥିଲା।
2 ପ୍ରଥମ ରଥରେ ରକ୍ତବର୍ଣ୍ଣ ଅଶ୍ୱଗଣ ଓ ଦ୍ୱିତୀୟ ରଥରେ କୃଷ୍ଣବର୍ଣ୍ଣ ଅଶ୍ୱଗଣ।
3 ଆଉ, ତୃତୀୟ ରଥରେ ଶେ୍ୱତବର୍ଣ୍ଣ ଅଶ୍ୱଗଣ, ପୁଣି ଚତୁର୍ଥ ରଥରେ ବିନ୍ଦୁଚିତ୍ରିତ ପାଣ୍ଡୁରବର୍ଣ୍ଣ ଅଶ୍ୱଗଣ ଥିଲେ।
4 ସେତେବେଳେ ଯେଉଁ ଦୂତ ମୋ' ସଙ୍ଗେ କଥା କହୁଥିଲେ, ମୁଁ ତାଙ୍କୁ ଉତ୍ତର କରି କହିଲି, ହେ ମୋର ପ୍ରଭୁ, ଏସବୁ କଅଣ।
5 ତହିଁରେ ସେ ଦୂତ ମୋତେ ଉତ୍ତର କରି କହିଲେ, ଏମାନେ ସ୍ୱର୍ଗର ଚାରି ବାୟୁ, ଏମାନେ ସମୁଦାୟ ପୃଥିବୀର ପ୍ରଭୁଙ୍କ ଛାମୁରେ ଉଭା ଥାଇ ସେଠାରୁ ନିର୍ଗତ ହେଉଅଛନ୍ତି।
6 ଯେଉଁ ରଥରେ କୃଷ୍ଣବର୍ଣ୍ଣ ଅଶ୍ୱଗଣ ଅଛନ୍ତି, ତାହା ଉତ୍ତର ଦେଶ ଆଡ଼େ ଗମନ କରୁଅଛିନ୍ତ ଶ୍ଵେତବର୍ଣ୍ଣ ଅଶ୍ୱଗଣ ସେମାନଙ୍କ ପଶ୍ଚାଦ୍ଗମନ କଲେନ୍ତ ଆଉ, ବିନ୍ଦୁଚିତ୍ରିତ ଅଶ୍ୱଗଣ ଦକ୍ଷିଣ ଦେଶ ଆଡ଼େ ଗମନ କଲେ।
7 ପୁଣି, ପାଣ୍ଡୁରବର୍ଣ୍ଣ ଅଶ୍ୱଗଣ ବାହାର ହେଲେ ଓ ପୃଥିବୀର ଏଣେତେଣେ ଗମନାଗମନ କରିବା ପାଇଁ ଅନୁମତି ଚାହିଁଲେ ତହିଁରେ ସେ କହିଲେ, ତୁମ୍ଭେମାନେ ଏଠାରୁ ଯାଅ, ପୃଥିବୀର ଏଣେତେଣେ ଗମନାଗମନ କର ତହୁଁ ସେମାନେ ପୃଥିବୀର ଏଣେତେଣେ ଗମନାଗମନ କଲେ।
8 ସେତେବେଳେ ସେ ମୋତେ ଡାକି କହିଲେ, ଦେଖ, ଯେଉଁମାନେ ଉତ୍ତର ଦେଶ ଆଡ଼େ ଗମନ କରୁଅଛନ୍ତି, ସେମାନେ ଉତ୍ତର ଦେଶରେ ଆମ୍ଭର ଆତ୍ମାକୁ ସୁସ୍ଥିର କରିଅଛନ୍ତି।
9 ଅନନ୍ତର ସଦାପ୍ରଭୁଙ୍କର ଏହି ବାକ୍ୟ ମୋ' ନିକଟରେ ଉପସ୍ଥିତ ହେଲା,
10 ନିର୍ବାସିତ ଲୋକମାନଙ୍କରୁ, ଅର୍ଥାତ୍, ହିଲ୍ଦୟ, ଟୋବୀୟ ଓ ଯିଦାୟଠାରୁ ଗ୍ରହଣ କରନ୍ତ ଆଉ, ସେମାନେ ଯେଉଁ ସିଫନୀୟର ପୁତ୍ର ଯୋଶୀୟର ଗୃହକୁ ବାବିଲଠାରୁ ଆସିଅଛନ୍ତି, ତୁମ୍ଭେ ଏହି ଦିନ ଆସି ସେଠାକୁ ଯାଅ।
11 ହଁ, ସେମାନଙ୍କଠାରୁ ରୂପା ଓ ସୁନା ଗ୍ରହଣ କର ଓ ମୁକୁଟମାନ ନିର୍ମାଣ କରି ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମହାଯାଜକଙ୍କ ମସ୍ତକରେ ଦିଅ।
12 ପୁଣି, ତାଙ୍କୁ କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଶାଖା ନାମରେ ବିଖ୍ୟାତ ପୁରୁଷଙ୍କୁ ଦେଖ ସେ ଆପଣା ସ୍ଥାନରୁ ବଢ଼ି ଉଠିବେ ଓ ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ।
13 ହଁ, ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ ଓ ସେ ମହିମାପ୍ରାପ୍ତ ହେବେ, ଆଉ ଆପଣା ସିଂହାସନରେ ବସି ରାଜତ୍ୱ କରିବେ ଓ ସେ ଆପଣା ସିଂହାସନରେ ବସି ଯାଜକ ହେବେ ଆଉ, ସେ ଉଭୟ ମଧ୍ୟରେ ଶାନ୍ତିର ମନ୍ତ୍ରଣା ହେବ।
14 ପୁଣି, ସଦାପ୍ରଭୁଙ୍କ ମନ୍ଦିରରେ ସ୍ମରଣାର୍ଥେ ଏହି ମୁକୁଟମାନ ହେଲେମର ଓ ଟୋବୀୟର ଓ ଯିଦାୟର, ଆଉ ସିଫନୀୟର ପୁତ୍ର ହେନର ନିମନ୍ତେ ରହିବ।
15 ଆଉ, ଯେଉଁମାନେ ଦୂରରେ ଅଛନ୍ତି, ସେମାନେ ଆସି ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ, ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ମୋତେ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେମାନେ ଜାଣିବ ପୁଣି, ତୁମ୍ଭେମାନେ ଯେବେ ଯନିପୂର୍ବକ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କରିବ, ତେବେ ଏହା ଘଟିବ।