1 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
2 ତୁମ୍ଭେ ହାରୋଣକୁ କୁହ, ତୁମ୍ଭେ ପ୍ରଦୀପ ଜାଳିବା ସମୟରେ ସେହି ସପ୍ତ ପ୍ରଦୀପ ଦୀପବୃକ୍ଷର ସମ୍ମୁଖ ଭାଗରେ ଆଲୁଅ ଦେବ।
3 ତହିଁରେ ହାରୋଣ ସେହିରୂପ କଲେନ୍ତ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ, ଯେପରି ଦୀପବୃକ୍ଷର ସମ୍ମୁଖ ଭାଗରେ ଆଲୁଅ ହେବ, ସେ ସେହିପରି ଦୀପମାନ ଜ୍ୱଳାଇଲେ।
4 ସେହି ଦୀପବୃକ୍ଷର କର୍ମ ସ୍ୱର୍ଣ୍ଣର ପିଟାକର୍ମ ଥଲାନ୍ତ ତହିଁର ଗଣ୍ଡି ଓ ପୁଷ୍ପ ପର୍ଯ୍ୟନ୍ତ ପିଟାକର୍ମ ଥିଲାନ୍ତ ସଦାପ୍ରଭୁ ମୋଶାଙ୍କୁ ଯେଉଁ ଆଦର୍ଶ ଦେଖାଇଥିଲେ, ତଦନୁସାରେ ସେ ଦୀପବୃକ୍ଷ ନିର୍ମାଣ କଲେ।
5 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
6 ତୁମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ନେଇ ଶୁଚି କର।
7 ତୁମ୍ଭେ ସେମାନଙ୍କୁ ଶୁଚି କରିବା ନିମନ୍ତେ ଏହିରୂପ କରିବ ସେମାନଙ୍କ ଉପରେ ପାପାର୍ଥକ ଜଳ ପ୍ରକ୍ଷେପ କର ଓ ସେମାନେ ଆପଣା ଆପଣାର ସମସ୍ତ ଶରୀରରେ କ୍ଷୁର ଚଳାନ୍ତୁ ଓ ସେମାନେ ଆପଣା ଆପଣା ବସ୍ତ୍ର ଧୋଇ ଆପଣା ଆପଣାକୁ ଶୁଚି କରନ୍ତୁ।
8 ତହିଁ ଉତ୍ତାରେ ସେମାନେ ଏକ ଗୋବତ୍ସ ଓ ତହିଁର ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟନୈବେଦ୍ୟ ଆଣନ୍ତୁ, ପୁଣି ତୁମ୍ଭେ ଆଉ ଏକ ଗୋବତ୍ସ ପାପାର୍ଥକ ବଳି ନିମନ୍ତେ ନେବ।
9 ତହୁଁ ତୁମ୍ଭେ ଲେବୀୟମାନଙ୍କୁ ସମାଗମ-ତମ୍ବୁ ସମ୍ମୁଖରେ ଉପସ୍ଥିତ କରାଇବ ପୁଣି ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକି ଏକତ୍ର କରିବ।
10 ଆଉ ତୁମ୍ଭେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବ ତହୁଁ ଇସ୍ରାଏଲ-ସନ୍ତାନଗଣ ଲେବୀୟମାନଙ୍କ ଉପରେ ଆପଣାମାନଙ୍କ ହସ୍ତ ନିର୍ଭର ଦେବେ।
11 ଆଉ ହାରୋଣ ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ଉପହାର ରୂପେ ଉତ୍ସର୍ଗ କରିବ, ତହିଁରେ ସେମାନେ ସଦାପ୍ରଭୁଙ୍କର ସେବା କରି ପାରିବେ।
12 ତହିଁ ଉତ୍ତାରେ ଲେବୀୟମାନେ ସେହି ଦୁଇ ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତର ନିର୍ଭର ଦେବ ତହୁଁ ତୁମ୍ଭେ ଲେବୀୟମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିକି ପାପାର୍ଥକ ବଳି ରୂପେ ଓ ଅନ୍ୟଟିକି ହୋମାର୍ଥକ ବଳି ରୂପେ ଉତ୍ସର୍ଗ କରିବ।
13 ପୁଣି ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣ ସମ୍ମୁଖରେ ଲେବୀୟମାନଙ୍କୁ ଉପସ୍ଥିତ କରାଇ ଦୋଳନୀୟ ନୈବେଦ୍ୟ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।
14 ଏହିରୂପେ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଠାରୁ ଲେବୀୟମାନଙ୍କୁ ପୃଥକ କରିବ ତହିଁରେ ଲେବୀୟମାନେ ଆମ୍ଭର ହେବେ।
15 ତହିଁ ଉତ୍ତାରେ ଲେବୀୟମାନେ ସେବା କରିବା ନିମନ୍ତେ ସମାଗମ-ତମ୍ବୁରେ ପ୍ରବେଶ କରିବେ ପୁଣି ତୁମ୍ଭେ ସେମାନଙ୍କୁ ଶୁଚି କରି ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କରିବ।
16 କାରଣ ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଆମ୍ଭ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ ଆମ୍ଭେ ଇସ୍ରାଏଲର ସନ୍ତାନଗଣ ମଧ୍ୟରୁ ସମସ୍ତ ପ୍ରଥମଜାତ ଗର୍ଭଫଳ ବଦଳେ ସେମାନଙ୍କୁ ଆପଣା ନିମନ୍ତେ ଗ୍ରହଣ କଲୁ।
17 ଯେହେତୁ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ମନୁଷ୍ୟ ଓ ପଶୁ, ଉଭୟର ସମସ୍ତ ପ୍ରଥମଜାତ ଆମ୍ଭର ମିସର ଦେଶର ସମସ୍ତ ପ୍ରଥମଜାତଙ୍କୁ ଆଘାତ କରିବା ଦିନ ଆମ୍ଭେ ସେମାନଙ୍କୁ ଆପଣା ନିମନ୍ତେ ପବିତ୍ର କଲୁ।
18 ପୁଣି ଇସ୍ରାଏଲ-ସନ୍ତାନଗଣର ସମସ୍ତ ପ୍ରଥମଜାତ ବଦଳେ ଆମ୍ଭେ ଲେବୀୟମାନଙ୍କୁ ଗ୍ରହଣ କଲୁ।
19 ଆଉ ଇସ୍ରାଏଲ-ସନ୍ତାନଗଣ ପବିତ୍ର ସ୍ଥାନ ନିକଟକୁ ଆସିବା ବେଳେ ଯେପରି ସେମାନଙ୍କ ମଧ୍ୟରେ ମାରୀ ଉପସ୍ଥିତ ନ ହୁଏ, ଏଥିପାଇଁ ଆମ୍ଭେ ସମାଗମ-ତମ୍ବୁରେ ଇସ୍ରାଏଲ-ସନ୍ତାନଗଣ ବଦଳେ ସେବା ଓ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ଦାନ ରୂପେ ହାରୋଣ ଓ ତାହାର ପୁତ୍ରଗଣଙ୍କୁ ଦେଲୁ।
20 ଏହିରୂପେ ମୋଶା ଓ ହାରୋଣ ଓ ଇସ୍ରାଏଲସନ୍ତାନଗଣର ସମସ୍ତ ମଣ୍ଡଳୀ ଲେବୀୟମାନଙ୍କ ପ୍ରତି କଲେନ୍ତ ସଦାପ୍ରଭୁ ଲେବୀୟମାନଙ୍କ ବିଷୟରେ ମୋଶାଙ୍କୁ ଯେସମସ୍ତ ଆଜ୍ଞା ଦେଇଥିଲେ, ତଦନୁସାରେ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କ ପ୍ରତି କଲେ।
21 ପୁଣି ଲେବୀୟମାନେ ଆପଣା ଆପଣାକୁ ପାପରୁ ପରିଷ୍କାର କଲେ ଓ ଆପଣା ଆପଣା ବସ୍ତ୍ର ଧୌତ କଲେ ତହୁଁ ହାରୋଣ ସେମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କଲେ ଆଉ ହାରୋଣ ସେମାନଙ୍କୁ ଶୁଚି କରିବା ନିମନ୍ତେ ପ୍ରାୟଶ୍ଚିତ୍ତ କଲେ।
22 ତହିଁ ଉତ୍ତାରେ ଲେବୀୟମାନେ ହାରୋଣର ସମ୍ମୁଖରେ ଓ ତାହାର ପୁତ୍ରଗଣ ସମ୍ମୁଖରେ ଆପଣା ଆପଣା ସେବାକର୍ମ କରିବା ନିମନ୍ତେ ସମାଗମ-ତମ୍ବୁରେ ପ୍ରବେଶ କଲେ ନ୍ତ ସଦାପ୍ରଭୁ ଲେବୀୟମାନଙ୍କ ବିଷୟରେ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତଦନୁସାରେ ସେମାନଙ୍କ ପ୍ରତି କଲେ।
23 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
24 ଲେବୀୟମାନଙ୍କ ବିଷୟରେ ଏହି ବ୍ୟବସ୍ଥା ପଚିଶ ବର୍ଷ ବୟସରୁ ଲେବୀୟମାନେ ସମାଗମ-ତମ୍ବୁରେ ସେବାକର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେବେ।
25 ପୁଣି ସେମାନେ ପଚାଶ ବର୍ଷ ବୟସ୍କ ହେଲେ, ସେବାକର୍ମରୁ ନିବୃତ୍ତ ହୋଇ ଆଉ ସେବା କରିବେ ନାହିଁ।
26 ତଥାପି ସେମାନେ ରକ୍ଷଣୀୟ ରକ୍ଷା କରିବାରେ ସମାଗମ-ତମ୍ବୁରେ ଆପଣା ଆପଣା ଭ୍ରାତା ସହିତ ସେବାକର୍ମ କରିବେ ଓ ଅନ୍ୟ ସେବା କରିବେ ନାହିଁ ଲେବୀୟମାନଙ୍କ ରକ୍ଷଣୀୟ ବିଷୟରେ ତୁମ୍ଭେ ସେମାନଙ୍କ ପ୍ରତି ଏରୂପ କରିବ।