1 ସେ ପର୍ବତରୁ ଓହ୍ଲାଇଆସନ୍ତେ ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଚାଲିଲେ |।
2 ଆଉ ଦେଖ, ଜଣେ କୁଷ୍ଠୀ ତାହାଙ୍କ ନିକଟକୁ ଆସି ପ୍ରଣାମ କରି କହିଲେ, ତାହା ହେଲେ ମୋତେ ଶୁଚି କରି ପାରନ୍ତି |।
3 ସେଥିରେ ସେ ହାତ ବଢ଼ାଇ ତାହାକୁ ଛୁଇଁ କହିଲେ, ମୁଁ ଇଛା କରୁଅଛି, ଶୁଚି ହୁଅ |।
4 ଆଉ ଯୀଶୁ ତାହାକୁ କହିଲେ, ସାବଧାନ, କାହାକୁ କୁହ ନାହିଁ, କିନ୍ତୁ ଯାଅ, ଯାଜକଙ୍କୁ ନିଜକୁ ଦେଖାଅ, ପୁଣି ମୋଶା ଯେଉଁ ନୈବେଦ୍ୟବିଷୟରେ ଆଦେଶ ଦେଇଅଛନ୍ତି, ତାହା ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ଉତ୍ସର୍ଗ କର |।
5 ସେ କଫର୍ନାହୂମରେ ପ୍ରବେଶ କରନ୍ତେ ଜଣେ ଶତସେନାପତି ତାହାଙ୍କ ନିକଟକୁ ଆସି ବିନତି କରି କହିଲେ,
6 ହେ ପ୍ରଭୁ, ମୋହର ଦାଶ ପକ୍ଷାଘାତରୋଗରେ ଅତିଶୟ ଯନ୍ତ୍ରଣା ପାଇ ଗୃହରେ ଶଯ୍ୟାଗତ ଅଛି |।
7 ସେ ତାହାକୁ କହିଲେ, ମୁଁ ଯାଇ ତାହାକୁ ଆରୋଗ୍ୟ କରିବି |।
8 କିନ୍ତୁ ଶତସେନାପତି ଉତ୍ତର ଦେଲେ, ପ୍ରଭୋ, ଆପଣ ଯେ ମୋ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ; କିନ୍ତୁ କେବଳ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ |।
9 କାରଣ ମୁନଂ ଅପରାଧୀନ ମନୁଷ୍ୟ ହେଲେ ସୁଦ୍ଧା ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି ମୋହର ଦାସକୁ ଏହା ଶୁଣି ଚମତୃତ୍କତ ହୋଇ ପଛରେ ଆସୁଥିବା ଲୋକଙ୍କୁ କହିଲେ,
10 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାୟେଲ ମଧ୍ୟରେ କାହାରିଠାରେ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ |।
11 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକେ ପୁର୍ବ ଓ ପଶ୍ଚିମରୁ ଆସି ଅବ୍ରାହାମ, ଯିସହାକ ଓ ଯାକୁବଙ୍କ ସହିତ ସ୍ୱର୍ଗରାଯ୍ୟରେ ଭୋଜନରେ ବସିବେ,
12 ମାତ୍ର ରାଜ୍ୟର ସନ୍ତାନମାନେ ବାହାର ଅନ୍ଧକାରରେ ପକାଯିବେ; ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ |।
13 ଆଉ ଯୀଶୁ ଶତସେନାପତିଙ୍କି କହିଲେ, ଯାଅ, ତୁମ୍ଭେ ଯେପରି ବିଶ୍ୱାସ କରୁଅଛ, ତୁମ୍ଭ ପ୍ରତି ସେହିପରି ଘଟୁ | ସେହି ଦଣ୍ଡରେ ଦାସଟି ସୁସ୍ଥ ହେଲା |।
14 ପରେ ଯୀଶୁ ପିତରଙ୍କ ଗୃହକୁ ଆସି ତାହାଙ୍କ ଶାଶୁଙ୍କୁ ଜ୍ୱରରେ ଶଯ୍ୟାଗତା ଥିବା ଦେଖିଲେ;
15 ସେଥିରେ ସେ ତାହାଙ୍କ ହସ୍ତ ସ୍ପର୍ଶ କଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲେ, ପୁଣି ସେ ଉଠି ତାହୟଙ୍କର ସେବା କରିବାକୁ ଲାଗିଲେ |।
16 ସନ୍ଧ୍ୟା ହୁଅନ୍ତେ ଲୋକମାନେ ଅନେକ ଭୂତଗ୍ରସ୍ତ ଲୋକଙ୍କୁ ତାହାଙ୍କ ନିକଟକୁ ଆଣିଲେ, ସେଥିରେ ସେ କଥା ମାତ୍ରକେ ଭୂତଗୁଡ଼ାକୁ ଛଡ଼ାଇଲେ ଏବଂ ସମସ୍ତ ପୀଡ଼ିତଲୋକଙ୍କୁ ସୁସ୍ଥ କଲେ,
17 ଯେପରି ଯିଶାୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ସେ ନିଜେ ଆମ୍ଭମାନଙ୍କର ଦୁର୍ବଳତାସବୁ ଗ୍ରହଣ କଲେ ଓ ବ୍ୟାଧିସବୁ ବହନ କଲେ |।
18 ଯୀଶୁ ଆପଣାର ଚାରିଆଡ଼େ ଲୋକସମୂହ ଦେଖି ଆରପାରିକି ଯିବା ପାଇଁ ଆଜ୍ଞା ଦେଲେ |।
19 ପୁଣି ଜଣେ ଶାସ୍ତ୍ରୀ ତାହାଙ୍କ ନିକଟକୁ ଆସି କହିଲେ, ହେ ଗୁରୁ, ଆପଣ ଯେ କୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି |।
20 ସେଥିରେ ଯୀଶୁ ତାହାକୁ କହିଲେ, କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ |।
21 ପୁଣି ମନୁଷ୍ୟମାନଙ୍କ ମଧ୍ୟରୁ ଆଉ ଜଣେ ତାହାଙ୍କୁ କହିଲେ, ହେ ପ୍ରଭୁ, ପ୍ରଥମେ ଯାଇ ମୋହର ପିତାଙ୍କୁ ସମାଧି ଦେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ |।
22 ଯୀଶୁ ତାହାଙ୍କୁ କହିଲେ, ମୋହର ଅନୁଗମନ କର, ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ |।
23 ସେ ନୌକାରେ ଚଢ଼ନ୍ତେ ତାହାଙ୍କର ଶିଷ୍ୟମାନେ ତାହାଙ୍କ ପଛେ ପଛେ ଗଲେ |।
24 ପୁଣି ଦେଖ, ସମୁଦ୍ରରେ ଏପରି ପ୍ରବଳ ଝଡ଼ ହଲା ଯେ, ତରଙ୍ଗରେ ନୌକାଟି ଆଛାଦିତ ହେବାକୁ ଲାଗିଲେ, ମାତ୍ର ସେ ଶୟନ କରିଥିଲେ |।
25 ଆଉ ସେମାନେ ନିକଟକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ପ୍ରଭୁ, ରକ୍ଷା କରନ୍ତୁ, ଆମେ ମଲୁଁ |।
26 ସେ ସେମାନଙ୍କୁ କହିଲେ, ହେ ଅଳ୍ପବିଶ୍ୱାସୀମାନେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ ସେତେବେଳେ ସେ ଉଠି ପବନ ଓ ସମୁଦ୍ରକୁ ଧମକ ଦେଲେ, ଆଉ ସବୁ ଧିରସ୍ଥିର ହେଲା |।
27 ସେଥିରେ ଲୋକମାନେ ଚମତ୍କୃତ ହୋଇ କହିଲେ, ଏ କିପରି ବ୍ୟକ୍ତି ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି |।
28 ପରେ ସେପାରିରେ ଗଦରୀୟମାନଙ୍କ ଅଞ୍ଚଳରେ ସେ ଉପସ୍ଥିତ ହୁଅନ୍ତେ ଦୁଇ ଜଣ ଭୁତଗ୍ରସ୍ତ ସମାଧିସ୍ଥାନରୁ ବାହାରି ତାହାଙ୍କୁ ଭେଟିଲେ | ସେମାନେ ଏପରି ଦୁର୍ଦ୍ଦାନ୍ତ ଥିଲେ ଯେ, ସେହି ବାଟ ଦେଇ କେହି ଯିବା ଆସିବା କରିପାରୁ ନ ଥିଲେ |।
29 ଆଉ ଦେଖ, ସେମାନେ ଚିତ୍କାର କରି କହିଲେ, ହେ ଈଶ୍ୱରଙ୍କ ପୁତ୍ର, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କ କଅଣ ଅଛି ସମୟ ନ ହେଉଣୁ ତୁମ୍ଭେ କି ଆମ୍ଭମାନଙ୍କୁ ଯନ୍ତ୍ରଣା ଦେବା ପାଇଁ ଏଠାକୁ ଆସିଲ?
30 ଆଉ ସେମାନଙ୍କଠାରୁ ଦୂରରେ ଗୋଟିଏ ବଡ଼ ଘୁଷୁରିପଲ ଚାରୁଥିଲା |।
31 ଏଥିରେ ଭୂତଗୁଡ଼ାକ ତାହାଙ୍କୁ ବିନତି କରି କହିବାକୁ ଲାଗିଲେ, ଯେବେ ଆମ୍ଭମାନଙ୍କୁ ଛାଡ଼ାଅ, ଟ୍ରବର୍ ଘୁଷୁରିପଲ ଭିତରକୁ ପଠାଇଦିଅ |।
32 ସେ ସେମାନଙ୍କୁ କହିଲେ, ଯାଅ | ସେଥିରେ ସେମାନେ ବାହାରି ଘୁଷୁରିଗୁଡ଼ାକ ଭିତରେ ପସିଲେ; ଆଉ ଦେଖ, ପଲଯାକ ଅତି ବେଗରେ ଦୌଡ଼ିଯାଇ ତିଖସ୍ଥାନ ଦେଇ ସମୁଦ୍ରରେ ପଡ଼ି ବୁଡ଼ିମଲେ |।
33 ପୁଣି ଚରାଉଥିବା ଲୋକମାନେ ପଳାଇଗଲେ ଏବଂ ନଗରକୁ ଯାଇ ସମସ୍ତ ବୃତ୍ତାନ୍ତ ଓ ଭୁତଗ୍ରସ୍ତ ଲୋକଙ୍କ ପ୍ରତି ଯାହା ଯାହା ଘଟିଥିଲା, ସେହିସବୁ ଜଣାଇଲେ |।
34 ଆଉ ଦେଖ, ନଗରର ସମସ୍ତ ଲୋକ ଯୀଶୁଙ୍କ ସହିତ ସାକ୍ଷାତ୍ କରିବା ପାଇଁ ବାହାରିଆସିଲେ, ପୁଣି ତାହାଙ୍କୁ ଦେଖି ସେମାନଙ୍କ ସୀମାରୁ ପ୍ରସ୍ଥାନ କରିବାକୁ ବିନତୀ କଲେ |।