1 ଅବ୍ରାହାମଙ୍କ ସନ୍ତାନ ଓ ଦାଉଦଙ୍କ ସନ୍ତାନ ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ।

2 ଅବ୍ରାହାମ ଯିସ୍ ହାକଙ୍କୁ ଜନ୍ମ ଦେଲେ, ଯିସ୍ ହାକ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ଯିହୂଦା ଓ ତାହାଙ୍କୁ ଭାଇମାନଙ୍କୁ ଜନ୍ମ ଦେଲେ,

3 ଯିହୂଦା ଥାମାରଙ୍କ ଗର୍ଭରୁ ଫେରସ ଓ ଜେରହଙ୍କୁ ଜନ୍ମ ଦେଲେ, ଫେରସ ହେସ୍ରୋଣଙ୍କୁ ଜନ୍ମ ଦେଲେ,

4 ହେସ୍ରୋଣ ଅରାମଙ୍କୁ ଜନ୍ମ ଦେଲେ, ଅରାମ ଅମ୍ମୀନାଦାବଙ୍କୁ ଜନ୍ମ ଦେଲେ, ଅମ୍ମୀନାଦାବ ନହଶୋନଙ୍କୁ ଜନ୍ମ ଦେଲେ, ନହଶୋନ ସଲ୍ମୋନଙ୍କୁ ଜନ୍ମ ଦେଲେ,

5 ସଲ୍ମୋନ ରାହାବଙ୍କ ଗର୍ଭରୁ ବୋୟଜଙ୍କୁ ଜନ୍ମ ଦେଲେ, ବୋୟଜ ରୂଥଙ୍କ ଗର୍ଭରୁ ଓବେଦଙ୍କୁ ଜନ୍ମ ଦେଲେ, ଓବେଦ ଯିଶୟଙ୍କୁ ଜନ୍ମ ଦେଲେ,

6 ଯିଶୟ ଦାଉଦ ରାଜାଙ୍କୁ ଜନ୍ମ ଦେଲେ। ଦାଉଦ ଉରିୟଙ୍କ ଭାର୍ଯ୍ୟାଙ୍କ ଗର୍ଭରୁ ଶଲମୋନଙ୍କୁ ଜନ୍ମ ଦେଲେ,

7 ଶଲମୋନ ରହବୟାମଙ୍କୁ ଜନ୍ମ ଦେଲେ, ରହବୟାମ ଅବିୟଙ୍କୁ ଜନ୍ମ ଦେଲେ,

8 ଅବିୟ ଆସାଙ୍କୁ ଜନ୍ମ ଦେଲେ, ଆସା ଯିହୋଶାଫାଟଙ୍କୁ ଜନ୍ମ ଦେଲେ, ଯିହୋଶାଫାଟ ଯୋରାମଙ୍କୁ ଜନ୍ମ ଦେଲେ, ଯୋରାମ ଉଜ୍ଜିୟଙ୍କୁ ଜନ୍ମ ଦେଲେ,

9 ଉଜ୍ଜିୟ ଯୋଥାମଙ୍କୁ ଜନ୍ମ ଦେଲେ, ଯୋଥାମ ଆହାଜଙ୍କୁ ଜନ୍ମ ଦେଲେ, ଆହାଜ ହିଜକିୟଙ୍କୁ ଜନ୍ମ ଦେଲେ,

10 ହିଜକିୟ ମନଶେହଙ୍କୁ ଜନ୍ମ ଦେଲେ, ମନଶେହ ଆମୋନଙ୍କୁ ଜନ୍ମ ଦେଲେ, ଆମୋନ ଯୋଶିୟଙ୍କୁ ଜନ୍ମ ଦେଲେ,

11 ବାବିଲୋନକୁ ନିର୍ବାସିତ ହେବା ସମୟରେ ଯୋଶିୟ ଯିଖନିୟ ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ।

12 ବାବିଲୋନକୁ ନିର୍ବାସିତ ହେବା ପରେ ଯିଖନିୟ ଶଅଲ୍ ଥୀୟେଲଙ୍କୁ ଜନ୍ମ ଦେଲେ, ଶଅଲ୍ ଥୀୟେଲ ଜିରୁବ୍ ବାବେଲଙ୍କୁ ଜନ୍ମ ଦେଲେ,

13 ଜିରୁବ୍ ବାବେଲ ଅବୀହୂଦଙ୍କୁ ଜନ୍ମ ଦେଲେ, ଅବୀହୂଦ ଏଲିୟାକୀମଙ୍କୁ ଜନ୍ମ ଦେଲେ, ଏଲିୟାକୀମ ଅଜ୍ଜୂରଙ୍କୁ ଜନ୍ମ ଦେଲ,

14 ଅଜ୍ଜୂର ସାଦୋକଙ୍କୁ ଜନ୍ମ ଦେଲେ, ସାଦୋକ ଯାଖୀନଙ୍କୁ ଜନ୍ମ ଦେଲେ, ଯାଖୀନ ଏଲୀହୂଦଙ୍କୁ ଜନ୍ମ ଦେଲେ,

15 ଏଲୀହୂଦ ଏଲୀଜାରଙ୍କୁ ଜନ୍ମ ଦେଲେ, ଏଲୀଜାର ମଥିାନଙ୍କୁ ଜନ୍ମ ଦେଲେ,

16 ମଥିାନ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ମରିୟମଙ୍କ ସ୍ୱାମୀ ଯୋସେଫଙ୍କୁ ଜନ୍ମ ଦେଲେ, ଏହି ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ, ତାହାଙ୍କୁ ଖ୍ରୀଷ୍ଟ କୁହାଯାଏ।

17 ଏହିପ୍ରକାରେ ସର୍ବସୁଦ୍ଧା ଅବ୍ରାହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ, ଆଉ ଦାଉଦଙ୍କ ଠାରୁ ବାବିଲୋନ ନିର୍ବାଚନ ପର୍ଯ୍ୟନ୍ତ ଚଉଦ ପୁରୁଷ, ପୁଣି ବାବିଲୋନ ନିର୍ବାଚନଠାରୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ।

18 ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହିପ୍ରକାରେ ହେଲା। ତାହାଙ୍କ ମାତା ମରିୟମଙ୍କର ଯୋସେଫଙ୍କ ସହିତ ବିବାହନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୁର୍ବେ ସେ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା।

19 ଏଥିରେ ତାହାଙ୍କ ସ୍ୱାମୀ ଯୋସେଫ ଧାର୍ମିକ ଥିବାରୁ ଏବଂ ତାହାଙ୍କୁ ପ୍ରକାଶରେ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ ଗୋପନରେ ତାହାଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ।

20 କିନ୍ତୁ ସେ ଏହା ମନସ୍ଥ କଲା ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ତାହାଙ୍କୁ ଦର୍ଶନ ଦେଇ କହିଲେ, ହେ ଦାଉଦଙ୍କ ସନ୍ତାନ ଯୋସେଫ, ତୁମ୍ଭର ଭାର୍ଯ୍ୟା ମରିୟମଙ୍କୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାହାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ହୋଇଅଛି।

21 ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣ ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।

22 ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟଯେପରି ସଫଳ ହୁଏ, ଏଥିନିମନ୍ତେ ଏସମସ୍ତ ଘଟିଲା,

23 ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମ୍ମାନୂୟେଲ ଦେବେ, ଏହି ନାମର ଅର୍ଥ ‘ଆମ୍ଭମାନଙ୍କ ସହିତ ଈଶ୍ୱର’।

24 ଏଥିରେ ଯୋସେଫ ନିଦ୍ରାରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେହିପରି କଲେ ଓ ନିଜ ଭାର୍ଯ୍ୟାଙ୍କୁ ଗ୍ରହଣ କଲେ;

25 କିନ୍ତୁ ସେ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ତାହାଙ୍କ ସହବାସ କଲେ ନାହିଁ, ଆଉ ସେ ପୁତ୍ରଙ୍କ ନାମ ଯୀଶୁ ଦେଲେ।