1 ଅରମ୍ଭାବଧି ଯେଉଁମାନେ ଚାକ୍ଷୁଷ ସାକ୍ଷୀ ଓ ବାକ୍ୟର ପରିଚାରକ, ସେମାନେ ଆମ୍ଭମାନଙ୍କ ସମର୍ପଣ କରିବା ଅନୁସାରେ।
2 ଆମ୍ଭମାନଙ୍କ ମଧ୍ୟରେ ସାଧିତ ଘଟଣାବଳିର ବିବରଣୀ ଅନେକ ସୃଙ୍ଖଳିତରୂପେ ଲିପିବଦ୍ଧ କରିବାକୁ ପ୍ରବୃତ ହୋଇଅଛନ୍ତି।
3 ଅତଏବ, ହେ ମାନ୍ୟବର ଥିୟଫିଲ୍, ଆଦ୍ୟରୁ ସମସ୍ତ ବିଷୟ ସୁକ୍ଷ୍ମରୂପେ ଅନୁସନ୍ଧାନ କରି ସେଥିର ଧାରାବାହିକ ବିବରଣ ଆପଣଙ୍କ ନିମନ୍ତେ ଲେଖିବାକୁ ମୁଁ ମଧ୍ୟ ବିହିତ କଲି,
4 ଯେପରି ଆପଣ ଯେ ସମସ୍ତ ବିଷୟ ଶିକ୍ଷା ପ୍ରାପ୍ତ ହୋଇଅଛନ୍ତି, ସେ ସବୁର ନିଶ୍ଚୟତା ଜ୍ଞାତ ହୋଇ ପାରନ୍ତି।
5 ଯିହୁଦା ଦେଶର ରାଜା ହେରୋଦଙ୍କ ସମୟରେ ଅବିୟଙ୍କ ଦଳର ଯିଖରିୟ ନାମରେ ଜଣେ ଯାଜକ ଥିଲେ; ତାହାଙ୍କ ଭାର୍ଯ୍ୟା ହାରୋଣ ବଂଶର କନ୍ୟା, ତାହାଙ୍କର ନାମ ଏଲିଶାବେଥ।
6 ସେମାନେ ଉଭୟେ ପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ବିଧି ଅନୁସାରେ ନିର୍ଦୋଷରୂପେ ଆଚରଣ କରି ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଥିଲି।
7 କିନ୍ତୁ ସେମାନଙ୍କର ସନ୍ତାନ ନଥିଲେ, କାରଣ ଏଲିଶାବେଥ ବନ୍ଧ୍ୟା ଥିଲେ, ପୁଣି ଉଭୟଙ୍କ ବୟସ ଅଧିକ ଥିଲା।
8 ସେ ଆପଣା ଦଳର ପାଳି ଅନୁସାରେ ଈଶ୍ୱରଙ୍କ।
9 ଛାମୁରେ ଯାଜକ କାର୍ଯ୍ୟ କରୁଥିବା ସମୟରେ ଯାଜକୀୟ କାର୍ଯ୍ୟର ରୀତି ଅନୁଯାୟୀ ଗୁଳିବାଣ୍ଟ ଦ୍ୱାରା ତାହାଙ୍କୁ ପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ଧୁପ ଦେବାକୁ ପଡ଼ିଲା,
10 ଆଉ ଧୁପ ଦେବା ସମୟରେ ସମସ୍ତ ଜନତା ପ୍ରାର୍ଥନା କରୁଥିଲେ।
11 ସେତେବେଳେ ପ୍ରଭୁଙ୍କର ଜଣେ ଦୂତ ଧୁପବେଦିର ଦକ୍ଷିଣ ପାର୍ଶ୍ୱରେ ଦଣ୍ଡାୟମାନହୋଇ ତାହାଙ୍କୁ ଦର୍ଶନ ଦେଲେ।
12 ଜିଖରିଅ ତାହାଙ୍କୁ ଦେଖି ଉଦ୍ବିଗ୍ନ ଓ ଭୟଗ୍ରସ୍ତ ହେଲେ।
13 କିନ୍ତୁ ଦୂତ ତାହାଙ୍କୁ କହିଲେ, ଜିଖରିୟ, ଭୟ କାରନାହିଁ, କାରଣ ତୁମ୍ଭର ନିବେଦନ ଶୁଣାଯାଇଅଛି, ଆଉ ତୁମ୍ଭର ଭାର୍ଯ୍ୟା ଏଲିଶାବେଥ୍ ତୁମ୍ଭ ନିମନ୍ତେ ଗୋଟେ ପୁତ୍ର ପ୍ରସବ କରିବେ, ପୁଣି ତିମ୍ଭେ ତାହାର ନାମ ଯୋହନ ଦେବ।
14 ସେ ତୁମ୍ଭର ଆନନ୍ଦ ଓ ଉଲ୍ଲାସର କାରଣ ହେବ, ପୁଣି ଅନେକେ ତାହାର ଜନ୍ମରେ ଆନନ୍ଦ କରିବେ।
15 ଯେଣୁ ସେ ପ୍ରଭୁଙ୍କ ଛାମୁରେ ମହାନ୍ ହେବ; ସେ ଦ୍ରାକ୍ଷାରସ କି ସୁରା କେବେହେଁ ପାନ କରିବ ନାହିଁ, ପୁଣି ମାତାର ଉଦରରୁ ସୁଦ୍ଧା ପବିତ୍ରା ଆତ୍ମାରେ ପୁର୍ଣ୍ଣ ହେବ,
16 ଆଉ ସେ ଇସ୍ରାୟେଲ ସନ୍ତାମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରଭୁ ସେମାନଙ୍କ ଇଶ୍ୱରଙ୍କ ପ୍ରତି ଫେରାଇବ।
17 ପିତାମାନଙ୍କ ହୃଦୟ ସନ୍ତାନମାନଙ୍କ ପ୍ରତି ଓ ଅବାଧ୍ୟମାନଙ୍କୁ ଧାର୍ମିକମାନଙ୍କ ଜ୍ଞାନରେ ଆଚରଣ କରିବା ନିମନ୍ତେ ଫେରାଇବାକୁ ଏବଂ ପ୍ରଭୁଙ୍କ ସକାଶେ ସୁସଜ୍ଜିତ ଗୋଟିଏ ପ୍ରଜାମଣ୍ଡଳୀ ପ୍ରସ୍ତୁତ କରିବାକୁ ସେ ଏଲିୟଙ୍କ ଆତ୍ମା ଓ ଶକ୍ତିରେ ତାହାଙ୍କ ଆଗରେ ଗମନ କରିବ।
18 ଏଥିରେ ଜିଖରିୟ ଦୁତଙ୍କୁ କହିଲେ, ମୁଁ କେଉଁ ଚିନ୍ନ ଦ୍ୱାରା ଏହା ଜାଣିବି କାରଣ ମୁଁ ତ ବୃଦ୍ଧ, ପୁଣି ମୋହର ଭାର୍ଯ୍ୟାଙ୍କ ବୟସ ଅଧିକ ହେଲାଣି।
19 ଦୂତ ତାହାଙ୍କୁ ଉତ୍ତର ଦେଲେ, ମୁଁ ଗାବ୍ରୀଏଲ, ମୁଁ ଇଶ୍ୱରଙ୍କ ସାକ୍ଷାତରେ ଉଭାହୋଇଥାଏ, ଆଉ ତୁମ୍ଭକୁ କହିବାକୁ ଓ ଏହି ସୁସମାଚାର ଜଣାଇବାକୁ ମୁଁ ପ୍ରେରିତ ହୋଇଅଛି।
20 ଦେଖ, ଏହିସମସ୍ତ ନ ଘରିବା ଦିନ ପର୍ଯ୍ୟନ୍ତ ତୁମ୍ଭେ ନିରବ ରହି କଥା କହି ପାରିବ ନାହିଁ, କାରଣ ମୋହର ଯେଉଁ ସବୁ ବାକ୍ୟ ଯଥା ସମୟରେ ସଫଳ ହେବ, ସେହିସବୁ ତୁମ୍ଭେ ବିଶ୍ୱାସ କଲ ନାହିଁ,
21 ଇତିମଧ୍ୟରେ ଲୋକମାନେ ଜିଖରିୟଙ୍କ ଅପେକ୍ଷାରେ ଥିଲେ, ଆଉ ମନ୍ଦିରରେ ତାହାଙ୍କ ବିଳମ୍ବ ଘଟିବାରେ ସେମାନେ ଚମତ୍କୃତ ହେଉଥିଲେ।
22 କିନ୍ତୁ ସେ ବାହାରି ଆସି ସେମାନଙ୍କୁ କଥା କହି ପାରିଲେ ନାହିଁ; ଏଥିରେ ସେ ମନ୍ଦିରରେ ଦର୍ଶନ ପାଇଛନ୍ତି ବୋଲି ସେମାନେ ବୁଝିଲେ, ଆଉ ସେ ସେମାନଙ୍କୁ ସଙ୍କେତ କରିବାକୁ ଲାଗିଲେ ଓ ମୁକ ହୋଇ ରହିଲେ।
23 ପରେ ତାହାଙ୍କ ସେବାପାଳିର ଦିନ ସବୁ ଶେଷ ହୁଅନ୍ତେ ସେ ଆପଣା ଗୃହକୁ ପ୍ରସ୍ଥାନ।
24 ଏଥିଉରେ ତାହାଙ୍କ ଭାର୍ଯ୍ୟା ଏଲିଶାବେଥ ଗର୍ଭବତୀ ହେଲେ, ଆଉ ସେ ପାଂଚ ମାସ ଗୋପନରେ ରହି କହିଲେ,
25 ଲୋକମାନଙ୍କ ମଧ୍ୟରେ ମୋହର ଅପମାନ ଦୂର କରିଵ ନିମନ୍ତେ ପ୍ରଭୁ କୃପାଦୃଷ୍ଟି କରି ମୋ ପ୍ରତି ଏପରି କରି ଅଛନ୍ତି।
26 ପରେ ଷଷ୍ଠ ମାସରେ ଗାବ୍ରୀୟେଲ ଦୂତ ଈଶ୍ୱରଙ୍କ ନିକଟରୁ ଗାଲିଲିର ନାଜରିତ ନାମକ ନଗରକୁ ଜଣେ କନ୍ୟା ନିକଟକୁ ପ୍ରେରିତ ହେଲ;
27 ଦାଉଦଙ୍କ ବଂଶର ଯୋସେଫ ନାମକ ଜଣେ ପୁରୁଷଙ୍କ ସହିତ ତାହାଙ୍କର ବିବାହନିର୍ବନ୍ଧ ହୋଇଥିଲା; ସେହି କନ୍ୟାଙ୍କ ନାମ ମରିୟମ।
28 ସେ ଗୃହରେ ପ୍ରବେଶ କରି ତାହାଙ୍କ ନିକଟକୁ ଆସି କହିଲେ, ଆଗୋ ଅନୁଗ୍ରହରପତ୍ରୀ, ତୁମ୍ଭର ମଙ୍ଖଳ ହେଉ, ପ୍ରଭୁ ତୁମ୍ଭର ସହବର୍ତ୍ତୀ।
29 କିନ୍ତୁ ସେ ଏହି ବାକ୍ୟରେ ଅତିଶୟ ଉଦବିଗ୍ନ ହୋଇ ଏହା କିପ୍ରକାର ସମ୍ଭାଷଣ ବୋଲି ମନରେ ଆନ୍ଦୋଳନ କରିବାକୁ ଲାଗିଲେ।
30 ସେଥିରେ ଦୂତ ତାହାଙ୍କୁ କହିଲେ, ଆଗୋ ମରିୟମ, ଭୟ କର ନାହିଁ, କାରଣ ତୁମ୍ଭେ ଈଶ୍ୱରଙ୍କ ଛାମୁରେ ଅନୁଗ୍ରହ ପ୍ରାପ୍ତ ହୋଇଅଛି।
31 ଆଉ ଦେଖ, ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ।
32 ସେ ମହାନ୍ ହେବ ଓ ପରାତ୍ପରଙ୍କ ପୁତ୍ର ବୋଲି ଖ୍ୟାତ ହେବେ; ପ୍ରଭୁ ଇଶ୍ୱର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ,
33 ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ରାଜତ୍ୱ କରିବେ, ପୁଣି ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ।
34 କିନ୍ତୁ ମରିୟମ ଦୂତଙ୍କୁ କହିଲେ, ଏହା କିପରି ହେବ ମୁଁ ତ ପୁରୁଷଙ୍କୁ ଜଣେ ନାହିଁ।
35 ଦୂତ ତାହାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ପରତ୍ପରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବ, ସେ ପବିତ୍ରା ଓ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବ।
36 ପୁଣି ଦେଖ, ତୁମ୍ଭର ଆତ୍ମୀୟା ଏଲିଶାବେଥ ମଧ୍ୟ ବୃଦ୍ଧାବୟସରେ ମଧ୍ୟ ଗୋଟିଏ ପୁତ୍ର ଗର୍ଭରେ ଧାରଣା କରିଅଛନ୍ତି। ସେ ବନ୍ଧ୍ୟା ବୋଲି ଖ୍ୟାତ, ତାହାର ଏବେ ଷଷ୍ଠ ମାସ ହେଲାଣି;
37 କାରଣ ଈଶ୍ୱରଙ୍କଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହେବ ନାହିଁ।
38 ଏଥିରେ ମରିୟମ କହିଲେ, ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ; ଆପଣଙ୍କ ବାକ୍ୟାନୁସାରେ ମୋ ପ୍ରତି ଘଟୁ। ତାହାପରେ ଦୂତ ତାହାଙ୍କ ନିକଟରୁ ପ୍ରସ୍ଥାନଲେ।
39 ଏହି ସମୟରେ ମରିୟମ ଉଠି ପର୍ବତିୟ ଅଂଚଳସ୍ଥ ଯିହୁଦା ପ୍ରଦେଶର ଗୋଟିଏ ନଗରକୁ ଶୀଘ୍ର ଗମନ କଲେ,
40 ପୁଣି ଜିଖରିୟଙ୍କ ଗୃହରେ ପ୍ରବେଶ କରି ଏଲିଶାବେଥଙ୍କୁ ନମସ୍କାର କଲେ।
41 ଆଉ ଏଲିଶାବେଥ ମରିୟମଙ୍କ ନମସ୍କାର ଶୁଣିବା ମାତ୍ରେ ଶିଶୁଟି ତାହାଙ୍କ ଗର୍ଭରେ ନାଚି ଉଠିଲା, ପୁଣି ଏଲିଶାବେଥ ପବିତ୍ର ଆତ୍ମାରେ ପୁର୍ଣ୍ଣ ହୋଇ।
42 . ଅତି ଉଚ ସ୍ୱରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମ୍ଭେ ଧନ୍ୟ, ପୁଣି ଧନ୍ୟ ତୁମ୍ଭର ଗର୍ଭର ଫଳ।
43 ଆଉ ମୋ ପ୍ରଭୁଙ୍କ ମାତା ଯେ ମୋ ନିକଟକୁ ଆସିବେ, ମୋହର ଏହି ସୌଭାଗ୍ୟ କେଉଁଠାରୁ ହେଲା।
44 କାରଣ ଦେଖ, ତୁମ୍ଭ ସମ୍ଭାଷଣର ସ୍ୱର ମୋ କର୍ଣ୍ଣରେ ପ୍ରବେଶ କରିବା ମାତ୍ରେ ଶିଶୁଟି ମୋ ଗର୍ଭରେ ଉଲ୍ଲାସରେ ନାଚି ଉଠିଲା।
45 ଯେ ବିଶ୍ୱାସ କଲେ, ସେ ଧନ୍ୟ, କାରଣ ପ୍ରଭୁଙ୍କ ଠାରୁ ତାହାଙ୍କୁ ଯାହା ଯାହା କୁହାଯାଇଅଛି, ସେହିସବୁ ସଫଳ ହେବ।
46 ଏଥିରେ ମରିୟମ କହିଲେ, ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି,
47 ପୁଣି ମୋହର ଆତ୍ମା ମୋ ତ୍ରଣକର୍ତ୍ତା ଈଶ୍ୱରଙ୍କଠାରେ ଉଲ୍ଳସିତ ହୋଇଅଛି;
48 କାରଣ ସେ ଆପଣ ଦାସୀର ଦିନାବସ୍ଥା ପ୍ରତି ଦୃଷ୍ଟିପାତ କରିଅଛନ୍ତି ଆଉ ଦେଖ, ଅଦ୍ୟାବଧି ପୁରୁଷାନୁକ୍ରମେ ସମସ୍ତେ ମୋତେ ଧନ୍ୟ ବୋଲି କହିବେ;
49 କାରଣ ଯେ ଶକ୍ତିମାନ୍, ସେ ମୋ ପ୍ରତି ମହତ୍ କର୍ମ କରିଅଛନ୍ତି; ତାହାଙ୍କର ନାମ ପବିତ୍ର,
50 ଆଉ ତାହାଙ୍କ ଭୟକାରିମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ।
51 ସେ ଆପଣା ବାହୁରେ ପରାକ୍ରମ ପ୍ରକାଶ କରିଅଛନ୍ତି, ଅହଂକାରୀମାନଙ୍କୁ ସେମାନଙ୍କ ହୃଦୟର କଳ୍ପନାରେ ଛିନ୍ନଭିନ୍ନ କରିଅଛନ୍ତି;
52 ସେ ବିକ୍ରମୀମାନଙ୍କୁ ସିଂହାସନଚ୍ୟୁତ କରିଅଛନ୍ତି, ଦିନହୀନ ମାନଙ୍କୁ ଉନ୍ନତ କରିଅଛନ୍ତି,
53 ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି, ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି।
54 ଆମ୍ଭମାନଙ୍କ ପିତୃପୁରୁଷଙ୍କ ପ୍ରତି ଉକ୍ତ ତାହାଙ୍କର ବାକ୍ୟାନୁସାରେ ସେ ଅବ୍ରାହାମ ଓ ତାହାଙ୍କ ସନ୍ତାନମାନଙ୍କ ପ୍ରତି।
55 ଯୁଗେ ଯୁଗେ ଦୟା ସ୍ମରଣ କରିବା ନିମନ୍ତେ ଆପଣ ଦାସ ଇସ୍ରାୟେଲର ଉପକାର କରିଅଛନ୍ତି।
56 ଆଉ ମରିୟମ ପ୍ରାୟ ତିନି ମାସ ତାହାଙ୍କ ସହିତ ରହି ଆପଣା ଗୃହକୁ ବାହୁଡ଼ିଗଲେ।
57 ପରେ ଏଲିଶାବେଥଙ୍କ ପ୍ରସବକାଳ ଉପସ୍ତିତ ହୁଅନ୍ତେ ସେ ଗୋଟିଏ ପୁତ୍ର ପ୍ରସବ କଲେ,
58 ଆଉ ପ୍ରଭୁ ଯେ ତାହାଙ୍କ ପ୍ରତି ମହା ଦୟା ପ୍ରକାଶ କରିଅଛନ୍ତି, ଏହା ଶୁଣି ତାହାଙ୍କ ପ୍ରତିବସୀ ଓ ଆତ୍ମୀୟମାନେ ତାହାଙ୍କ ସହିତ ଆନନ୍ଦ କରିବାକୁ ଲାଗିଲେ।
59 ଅଷ୍ଟମ ଦିନରେ ସେମାନେ ଶିଶୁକୁ ସୁନ୍ନତ କରିବାକୁ ଆସିଲେ ଓ ତାହାର ପିତାଙ୍କ ନାମ ଅନୁସାରେ ତାହାଙ୍କ ନାମ ଯିଖରିୟ ଦେବାକୁ ଇଛା କଲେ।
60 କିନ୍ତୁ ତାହାର ମାତା ଉତ୍ତର ଦେଲେ, ନାହିଁ, ତାହାର ନାମ ଯୋହନ ହେବ।
61 ସେମାନେ ତାହାଙ୍କୁ କହିଲେ, ତୁମ୍ଭମାନଙ୍କ ଆତ୍ମୀୟମାନଙ୍କ ମଧ୍ୟରେ ତ କାହାର ଏହି ନାମ ନାହିଁ।
62 ଏଥିରେ ତାହାକୁ କେଉଁ ନାମ ଦିଆଯିବ ବୋଲି ତାହାର ପିତା ଇଛା କରୁଛନ୍ତି ତାହା ସଙ୍କେତ କରି ପଚାରିବାକୁ ଲାଗିଲେ।
63 . ତହିଁରେ ସେ ଗୋଟିଏ ଲିପିଫଳକ ମାଗି ଏହା ଲେଖିଲେ, ତାହାର ନାମ ଯୋହନ। ଏଥିରେ ସମସ୍ତେ ଚମତ୍କୃତ ହେଲେ।
64 ଆଉ ତତକ୍ଷଣାତ୍ ତାହାର ମୁଖ ଓ ଜିହ୍ୱା ଫିଟିଗଲ ଏବଂ ସେ କଥା କହି ଈଶ୍ୱରଙ୍କ ସ୍ତବ କରିବାକୁ ଲାଗିଲେ।
65 ଏଥିରେ ସେମାନଙ୍କ ପ୍ରତିବାସୀ ସମସ୍ତେ ଭୟଗ୍ରସ୍ଥ ହେଲେ, ଆଉ ଏହି ସମସ୍ତ କଥା ଯିହୁଦା ପ୍ରଦେଶର ପାର୍ବତୀୟ ଅଞ୍ଚଳର ଲୋକେ କୁହାକୋହି ହେଲେ,
66 ପୁଣି ଶୁଣିବା ଲୋକ ସମସ୍ତେ ସେହିସବୁ ଆପଣ ଆପଣ ହୃଦୟରେ ରଖି କହିଲେ, ଏ ଶିଶୁଟି କ’ଣ ହେବ କାରଣ ପ୍ରଭୁଙ୍କ ହସ୍ତ ତାହାର ସହବର୍ତ୍ତୀ।
67 ଆଉ ତାହାର ପିତା ଜିଖରିୟ ପବିତ୍ରଆତ୍ମାରେ ପୁର୍ଣ୍ଣ ହୋଇ ଏହି ଭାବବାଣୀ କହିଲେ,
68 ଧନ୍ୟ ପ୍ରଭୁ, ଇସ୍ରାୟେଲର ଈଶ୍ୱର, କାରଣ ସେ କୃପାଦୃଷ୍ଟି କରି ଆପଣା ଲୋକଙ୍କ ନିମନ୍ତେ ମୁକ୍ତି ସାଧନ କରିଅଛନ୍ତି;
69 ସେ ଆପଣା ଦାସ ଦାଉଦଙ୍କ ବଂଶରେ ଆମ୍ଭମାନଙ୍କ ନିମନ୍ତେ ପରିତ୍ରାଣର ଶୃଙ୍ଗ ଉତ୍ଥାପନ କରି,
70 ପୁରାକାଳରୁ ଆପଣ ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ୟାରା ଯେପରି କହିଥୀଲେ,
71 ସେପରି ଆମ୍ଭମାନଙ୍କ ଶତ୍ରୁମାନଙ୍କଠାରୁ ଓ ଆମ୍ଭମାନଙ୍କ ସମସ୍ତ ଘୃଣାକାରୀଙ୍କ ହସ୍ତରୁ ପରିତ୍ରାଣ ସାଧନ କରିଅଛନ୍ତି,
72 ଯେପରି ସେ ଆମ୍ଭାମାନଙ୍କ ପିତୃପୁରୁଷଙ୍କ ପ୍ରତି ଦୟା ବ୍ୟବହାର କରନ୍ତି,
73 ଆମ୍ଭମାନଙ୍କ ପିତା ଅବ୍ରାହାମଙ୍କ ନିକଟରେ ଯେଉଁ ଶପଥ କରିଥିଲେ, ଆପଣାର ସେହି ପବିତ୍ର ନିୟମ ସ୍ମରଣ କରନ୍ତି,
74 ପୁଣି ଯେପରି ଶତ୍ରୁ ହସ୍ତରୁ ଉଦ୍ଧାର ପାଇ ନିର୍ଭୟରେ ଯାବଜ୍ଜୀବନ ତାହାଙ୍କ ଛାମୁରେ,
75 ସାଧୁତା ଓ ଧର୍ମିକତାରେ ତାହାଙ୍କର ଉପାସନା କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁଗ୍ରହ କରନ୍ତି।
76 ଆଉ ହେ ଶିଶୁ, ତୁ ମଧ୍ୟ ପରାତ୍ପରଙ୍କ ଭାବବାଦୀ ବୋଲି ଖ୍ୟାତ ହେବୁ;
77 କାରଣ ଅନ୍ଧକାର ଓ ମୃତ୍ୟୁଛାୟାରେ ବସିଥିବା ଲୋକଙ୍କୁ ଆଲୋକ ଦେବା ନିମନ୍ତେ,
78 ପୁଣି ଆମ୍ଭମାନଙ୍କ ପଦ ଶାନ୍ତିପଥକୁ ଆଣିବା ନିମନ୍ତେ ଆମ୍ଭମାନଙ୍କ ଈଶ୍ୱରଙ୍କର ଯେଉଁ ସ୍ନେହପୁର୍ଣ୍ଣ କରୁଣା ହେତୁ ଆମ୍ଭମାନଙ୍କ ପ୍ରତି ଊର୍ଦ୍ଧରୁ ସୂର୍ଯ୍ୟୋଦୟ ହେବ,
79 ସେହି ସ୍ନେହପୁର୍ଣ୍ଣ କରୁଣ ହେତୁ ପ୍ରଭୁଙ୍କ ଲୋକମାନଙ୍କୁ ସେମାନଙ୍କ ପାପମୋଚନ ଦ୍ୱାରା ପରିତ୍ରାଣ ଜ୍ଞାନ ଦେବା ନିମନ୍ତେ ତୁ ତାହାଙ୍କ ପଥ ପ୍ରସ୍ତୁତ କରିବାକୁ ତାହାଙ୍କର ଅଗ୍ରଗାମୀ ହେବୁ।
80 ପୁଣି ଶିଶୁ ବୁଦ୍ଧି ପାଇ ଆତ୍ମାରେ ଶକ୍ତିମାନ୍ ହେବାକୁ ଲାଗିଲେ ଏବଂ ଇସ୍ରାୟେଲ ନିକଟରେ ପ୍ରକାଶିତ ନ ହେବା ପର୍ଯ୍ୟନ୍ତ ପ୍ରାନ୍ତରରେ ରହିଲେ।