1 ଅନନ୍ତର ଏହୂଦ୍‍ଙ୍କର ମୃତୁ୍ୟ ଉତ୍ତାରେ, ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ।

2 ତହିଁରେ ସଦାପ୍ରଭୁ ହାତ୍‍ସୋରରେ ରାଜତ୍ୱକାରୀ କିଣାନୀୟ ରାଜା ଯାବୀନ୍‍ର ହସ୍ତରେ ସେମାନଙ୍କୁ ବିକ୍ରୟ କଲେନ୍ତ ଅନ୍ୟ ଦେଶୀୟମାନଙ୍କ ହାରୋଶୋତ୍‍-ନିବାସୀ ସୀଷରା ତାହାର ସେନାପତି ଥିଲା।

3 ଏଥିରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେନ୍ତ କାରଣ ତାହାର ନଅ ଶହ ଲୌହ ରଥ ଥିଲା; ପୁଣି ସେ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲ-ସନ୍ତାନଗଣ ପ୍ରତି କଠୋର ଦୌରାତ୍ମ୍ୟ କଲା।

4 ସେସମୟରେ ଲପ୍‍ପିଦୋତର ଭାର୍ଯ୍ୟା ଦବୋରା ଭବିଷ୍ୟଦ୍‍ବକ୍ତ୍ରୀ ଇସ୍ରାଏଲର ବିଚାର କଲେ।

5 ସେ ଇଫ୍ରୟିମର ପର୍ବତମୟ ଦେଶସ୍ଥିତ ରାମା ଓ ବୈଥେଲ୍‍ ମଧ୍ୟରେ ଥିବା ଦବୋରା ନାମକ ଖର୍ଜ୍ଜୁରବୃକ୍ଷ ମୂଳେ ବାସ କଲେନ୍ତ ପୁଣି ଇସ୍ରାଏଲ-ସନ୍ତାନଗଣ ବିଚାରାର୍ଥେ ତାହା ନିକଟକୁ ଗଲେ।

6 ଆଉ ସେ ଲୋକ ପଠାଇ କେଦଶ-ନପ୍ତାଲିରୁ ଅବୀନୋୟମର ପୁତ୍ର ବାରକ୍‍କୁ ଡକାଇ କହିଲେ, ସଦାପ୍ରଭୁ ଇସ୍ରାଏଲର ପରେମଶ୍ୱର କି ଆଜ୍ଞା ଦେଇ କହି ନାହାନ୍ତି, ଯେ ତାବୋର ପର୍ବତକୁ ଯାଅ, ପୁଣି ଆପଣା ସଙ୍ଗେ ନପ୍ତାଲି-ସନ୍ତାନ ଓ ସବୂଲୂନ୍‍-ସନ୍ତାନଗଣର ଦଶ ହଜାର ଲୋକଙ୍କୁ କଢ଼ାଇ ନିଅ?

7 ତହିଁରେ ଆମ୍ଭେ ଯାବୀନ୍‍ର ସେନାପତି ସୀଷରାକୁ ଓ ତାହାର ରଥ ଓ ଜନତାକୁ କୀଶୋନ୍‍ ନଦୀ କତିକି ତୁମ୍ଭ ନିକଟକୁ କଢ଼ାଇ ଆଣିବା ଓ ଆମ୍ଭେ ତାହାକୁ ତୁମ୍ଭ ହସ୍ତରେ ସମର୍ପଣ କରିବା।

8 ତହୁଁ ବାରକ୍‍ ତାଙ୍କୁ କହିଲା, ତୁମ୍ଭେ ଯେବେ ମୋ' ସଙ୍ଗେ ଯିବ, ତେବେ ମୁଁ ଯିବିନ୍ତ ମାତ୍ର ତୁମ୍ଭେ ମୋ' ସଙ୍ଗେ ନ ଗଲେ, ମୁଁ ଯିବି ନାହିଁ।

9 ତେବେ ସେ କହିଲେ, ମୁଁ ନିଶ୍ଚୟ ତୁମ୍ଭ ସଙ୍ଗେ ଯିବି; ତଥାପି ଏହି ଯାତ୍ରାରେ ତୁମ୍ଭର ଯଶ ହେବ ନାହିଁନ୍ତ କାରଣ ସଦାପ୍ରଭୁ ସୀଷରାକୁ ଏକ ସ୍ତ୍ରୀ ହସ୍ତରେ ବିକ୍ରୟ କରିବେ। ଏ ଉତ୍ତାରେ ଦବୋରା ଉଠି ବାରକ୍‍ ସଙ୍ଗରେ କେଦଶକୁ ଗଲେ।

10 ପୁଣି ବାରକ୍‍, ସବୂଲୂନ୍‍ ଓ ନପ୍ତାଲିକି ଏକତ୍ରରେ କେଦଶକୁ ଡକାଇଲାନ୍ତ ଏରୂପେ ସେ ଦଶ ହଜାର ପଦାତିକ ସୈନ୍ୟ ସଙ୍ଗରେ ଘେନି ଯାତ୍ରା କଲା ଓ ଦବୋରା ତାହା ସଙ୍ଗେ ଗଲେ।

11 ସେସମୟରେ କେନୀୟ ହେବର କେନୀୟମାନଙ୍କଠାରୁ, ଅର୍ଥାତ୍‍, ମୋଶାଙ୍କ ପନିୀ-ଭ୍ରାତା ହୋବବ୍‍ର ସନ୍ତାନମାନଙ୍କଠାରୁ ପୃଥକ୍‍ ହୋଇ କେଦଶ ନିକଟବର୍ତ୍ତୀ ସାନନ୍ନୀମରେ ଥିବା ଅଲୋନ ବୃକ୍ଷ ପର୍ଯ୍ୟନ୍ତ ତମ୍ବୁ ସ୍ଥାପନ କରିଥିଲା।

12 ଲୋକମାନେ ସୀଷରାକୁ କହିଲେ ଯେ, ବାରକ୍‍ ତାବୋର ପର୍ବତ ଉପରକୁ ଯାଇଅଛି।

13 ତହିଁରେ ସୀଷରା ଆପଣାର ନଅ ଶହ ଲୌହରଥ- ଯାକ ଓ ଅନ୍ୟ ଦେଶୀୟମାନଙ୍କ ହରୋଶୋତ୍‍ଠାରୁ କୀଶୋନ୍‍ ନଦୀ ପର୍ଯ୍ୟନ୍ତ ଆପଣା ସଙ୍ଗୀ ସମସ୍ତ ଲୋକଙ୍କୁ ଏକତ୍ର କଲା।

14 ସେତେବେଳେ ଦବୋରା ବାରକ୍‍କୁ କହିଲେ, ଉଠ, କାରଣ ଆଜି ସଦାପ୍ରଭୁ ସୀଷରାକୁ ତୁମ୍ଭ ହସ୍ତରେ ସମର୍ପଣ କରିବାର ଦିନନ୍ତ ସଦାପ୍ରଭୁ କି ତୁମ୍ଭର ଅଗ୍ରଗାମୀ ହୋଇଯାଇ ନାହାନ୍ତି? ତହିଁରେ ବାରକ୍‍ ଓ ତାହା ପଛେ ଦଶ ହଜାର ଲୋକ ତାବୋର୍‍ ପର୍ବତରୁ ଓହ୍ଲାଇ ଗଲେ।

15 ତହୁଁ ସଦାପ୍ରଭୁ ବାରକ୍‍ ସମ୍ମୁଖରେ ସୀଷରାକୁ ଓ ତାହାର ସମସ୍ତ ରଥ ଓ ତାହାର ସୈନ୍ୟସମୂହକୁ ଖଡ଼୍‍ଗ ମୁଖରେ ଅସ୍ତବ୍ୟସ୍ତ କଲେନ୍ତ ଏଥିରେ ସୀଷରା ରଥରୁ ଓହ୍ଲାଇ ପାଦଗତିରେ ପଳାଇଲା।

16 ମାତ୍ର ବାରକ୍‍ ଅନ୍ୟ ଦେଶୀୟମାନଙ୍କ ହରୋଶୋତ୍‍ ପର୍ଯ୍ୟନ୍ତ ସମସ୍ତ ରଥ ଓ ସୈନ୍ୟ ପଛେ ପଛେ ଗୋଡ଼ାଇଲା; ତହିଁରେ ସୀଷରାର ସମସ୍ତ ସୈନ୍ୟ ଖଡ଼୍‍ଗ ମୁଖରେ ପତିତ ହେଲେନ୍ତ ଜଣେ ହେଁ ଅବଶିଷ୍ଟ ରହିଲା ନାହିଁ।

17 ତଥାପି ସୀଷରା ପାଦଗତିରେ ପଳାଇ ସେହି କେନୀୟ ହେବରର ଭାର୍ଯ୍ୟା ଯାୟେଲର ତମ୍ବୁ ଆଡ଼କୁ ଗଲାନ୍ତ କାରଣ ସେସମୟରେ ହାତ୍‍ସୋରର ରାଜା ଯାବୀନ୍‍ ଓ କେନୀୟ ହେବର-ବଂଶ ମଧ୍ୟରେ ଐକ୍ୟ ଥିଲା।

18 ଏଥିରେ ଯାୟେଲ ସୀଷରାକୁ ଭେଟିବାକୁ ବାହାରେ ଯାଇ ତାହାକୁ କହିଲା, ହେ ମୋହର ପ୍ରଭୋ, ଭିତରକୁ ଆସନ୍ତୁ, ମୋହର କତିକି ଆସନ୍ତୁ, ଭୟ ନ କରନ୍ତୁନ୍ତ ତହିଁରେ ସେ ତାହା ଆଡ଼କୁ ଫେରି ତମ୍ବୁ ଭିତରକୁ ଯାଆନ୍ତେ, ସେ ଏକ କମ୍ବଳରେ ତାହାକୁ ଘୋଡ଼ାଇ ରଖିଲା;

19 ସେତେବେଳେ ସୀଷରା ତାହାକୁ କହିଲା, ମୋତେ ଟିକିଏ ଜଳ ପିଆଅନାନ୍ତ ମୁଁ ତୃଷିତ ଅଟେ। ତହିଁରେ ସେ ଦୁଗ୍‍ଧକୁମ୍ପା ଫିଟାଇ ପାନ କରିବାକୁ ଦେଇ ତାକୁ ଘୋଡ଼ାଇ ରଖିଲା।

20 ଏଉତ୍ତାରେ ସୀଷରା ତାହାକୁ କହିଲା, ତୁମ୍ଭେ ତମ୍ବୁ- ଦ୍ୱାରରେ ଛିଡ଼ା ହୋଇଥାଅ, ଯେବେ କେହି ଆସି ତୁମ୍ଭକୁ ପଚାରି କହେ, ଏଠାରେ କୌଣସି ମନୁଷ୍ୟ ଅଛି କି? ତେବେ ତୁମ୍ଭେ କହିବ, କେହି ନାହିଁ।

21 ଅନନ୍ତର ହେବରର ଭାର୍ଯ୍ୟା ଯାୟେଲ ତମ୍ବୁର ଗୋଟିଏ ମେଖ ଓ ହାତୁଡ଼ି ହାତରେ ନେଇ ଧୀରେ ଧୀରେ ତାହା ପାଖକୁ ଯାଇ ତାହାର କର୍ଣ୍ଣମୂଳରେ ସେହି ମେଖ ମାରନ୍ତେ, ତାହା ଫୁଟି ଭୂମିକି ଗଲା; କାରଣ ସେ ଘୋର ନିଦ୍ରାରେ ଥିଲାନ୍ତ ତେଣୁ ସେ ମୂର୍ଚ୍ଛିତ ହୋଇ ମଲା।

22 ଆଉ ଦେଖ, ବାରକ୍‍ ସୀଷରାର ପଛେ ପଛେ ଗୋଡ଼ାଉ ଗୋଡ଼ାଉ ଯାୟେଲ ତାହାକୁ ଭେଟିବା ପାଇଁ ବାହାରକୁ ଯାଇ କହିଲା, ଆସ, ତୁମ୍ଭେ ଯାହାକୁ ଖୋଜୁଅଛ, ମୁଁ ସେହି ମନୁଷ୍ୟକୁ ଦେଖାଇବି। ତହିଁରେ ସେ ତାହା ନିକଟକୁ ଆସିଲାନ୍ତଆଉ ଦେଖ, ସୀଷରା ମୃତ ହୋଇ ପଡ଼ିଅଛି, ଆଉ ତାହାର କର୍ଣ୍ଣ ମୂଳ ଭିତରେ ତମ୍ବୁ-ମେଖ ରହିଅଛି।

23 ଏହିରୂପେ ପରମେଶ୍ୱର ସେହି ଦିନ କିଣାନୀୟ ରାଜା ଯାବୀନ୍‍ଙ୍କୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ନତ କଲେ।

24 ଏ ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ କିଣାନୀୟ ରାଜା ଯାବୀନ୍‍ଙ୍କୁ ସଂହାର କରିବା ପର୍ଯ୍ୟନ୍ତ ସେହି କିଣାନୀୟ ରାଜା ଯାବୀନ୍‍ ବିରୁଦ୍ଧରେ ସେମାନଙ୍କ ହସ୍ତ ଆହୁରି ଆହୁରି ପ୍ରବଳ ହେଲା।