1 ମାତ୍ର ଯୂନସ ଏଥିରେ ମହା ଅସନ୍ତୁଷ୍ଟ ଓ କ୍ରୁଦ୍ଧ ହେଲେ।
2 ଆଉ, ସେ ସଦାପ୍ରଭୁଙ୍କର ନିକଟରେ ପ୍ରାର୍ଥନା କରି କହିଲେ, ହେ ସଦାପ୍ରଭୁ, ବିନତି କରେ, ମୁଁ ସ୍ୱଦେଶରେ ଥିବା ବେଳେ କି ଏହି କଥା କହି ନ ଥିଲି ଏଥିପାଇଁ ଶୀଘ୍ର କରି ତର୍ଶୀଶକୁ ପଳାଇଲି କାରଣ ତୁମ୍ଭେ ଯେ କୃପାମୟ, ସ୍ନେହଶୀଳ, କ୍ରୋଧରେ ଧୀର, ଦୟାରେ ମହାନ ଓ ଅମଙ୍ଗଳର ବିଷୟରେ ଅନିଚ୍ଛୁକ ପରମେଶ୍ୱର ଅଟ, ଏହା ମୁଁ ଜାଣିଲି।
3 ଏହେତୁ ହେ ସଦାପ୍ରଭୁ, ବିନତି କରେ, ଏବେ ମୋ' ପ୍ରାଣ ମୋ'ଠାରୁ ନିଅ କାରଣ ବଞ୍ଚିବା ଅପେକ୍ଷା ମୋର ମରିବାର ଭଲ।
4 ତହିଁରେ ସଦାପ୍ରଭୁ କହିଲେ, ତୁମ୍ଭେ କ୍ରୋଧ କରି କି ଭଲ କରୁଅଛ।
5 ତେବେ ଯୂନସ ନଗର ବାହାରକୁ ଯାଇ ନଗରର ପୂର୍ବ ଦିଗରେ ବସିଲେ, ପୁଣି ସେଠାରେ ଗୋଟିଏ କୁଟୀର ନିର୍ମାଣ କରି ନଗରର କି ଦଶା ହୁଅଇ, ଏହା ଦେଖିବା ପାଇଁ ତହିଁର ଛାୟା ତଳେ ବସିଲେ।
6 ତହିଁରେ ସଦାପ୍ରଭୁ ପରମେଶ୍ୱର ଗୋଟିଏ କଖାରୁ ଲତା ନିରୂପଣ କଲେ, ପୁଣି ଯୂନସଙ୍କୁ ତାଙ୍କ ଦୁର୍ଗତିରୁ ଉଦ୍ଧାର କରିବା ନିମନ୍ତେ ତାହା ଯେପରି ତାଙ୍କ ମସ୍ତକ ଉପରେ ଛାୟା କରିବ, ଏଥିପାଇଁ ସେ ଲତାକୁ ବଢ଼ାଇ ତାଙ୍କ ଉପରେ ଆଣିଲେ। ଏଥିରେ ଯୁନସ ସେହି କଖାରୁଲତା ସକାଶୁ ବଡ଼ ଆହ୍ଳାଦିତ ହେଲେ।
7 ମାତ୍ର ତହିଁ ଆର ଦିନ ଅରୁଣୋଦୟ ସମୟରେ ପରମେଶ୍ୱର ଏକ କୀଟ ନିରୂପଣ କଲେ, ସେହି କୀଟ କଖାରୁ ଲତାକୁ କାଟି ଦିଅନ୍ତେ, ତାହା ଶୁଷ୍କ ହୋଇଗଲା।
8 ପୁଣି, ସୂର୍ଯେ୍ୟାଦୟ ସମୟରେ ପରମେଶ୍ୱର ପୂର୍ବୀୟ ଝଞ୍ଜା ବାୟୁ ନିରୂପଣ କଲେନ୍ତ ଆଉ, ଯୂନସଙ୍କ ମସ୍ତକରେ ଏପରି ଖରା ଲାଗିଲା ଯେ, ସେ କ୍ଳାନ୍ତ ହୋଇ ଆପଣାର ମୃତୁ୍ୟ ପ୍ରାର୍ଥନା କରି କହିଲେ, ବଞ୍ଚିବା ଅପେକ୍ଷା ମୋର ମରିବାର ଭଲ।
9 ଏଥିରେ ପରମେଶ୍ୱର ଯୂନସଙ୍କୁ କହିଲେ, ତୁମ୍ଭେ କଖାରୁ ଲତା ସକାଶୁ କ୍ରୋଧ କରି କି ଭଲ କରୁଅଛ ତହିଁରେ ସେ କହିଲେ, ମରଣ ପର୍ଯ୍ୟନ୍ତ ହିଁ କ୍ରୋଧ କରିବାର ମୋର ଭଲ।
10 ପୁଣି, ସଦାପ୍ରଭୁ କହିଲେ, ଏହି କଖାରୁ ଲତା ପ୍ରତି ତୁମ୍ଭର ଦୟା ହୋଇଅଛି, ତହିଁ ପାଇଁ ତୁମ୍ଭେ ପରିଶ୍ରମ କରି ନାହଁ, କିଅବା ତାହା ବଢ଼ାଇ ନାହଁ ତାହା ଏକ ରାତ୍ରିରେ ଉକ୍ସଊନ୍ନ ହେଲା ଓ ଏକ ରାତ୍ରିରେ ବିନଷ୍ଟ ହେଲା।
11 ତେବେ ଯହିଁ ମଧ୍ୟରେ ଦକ୍ଷିଣ ଓ ବାମ ହସ୍ତର ପ୍ରଭେଦ ନ ଜାଣିବାର ଏକ ଲକ୍ଷ କୋଡ଼ିଏ ହଜାରରୁ ଅଧିକ ଲୋକ ଓ ଅନେକ ପଶୁ ଅଛନ୍ତି, ସେହି ନୀନିବୀ ମହାନଗର ପ୍ରତି ଆମ୍ଭେ କି ଦୟା ନ କରିବା।