1 ଶେମ, ହାମ, ଯେଫତ୍ ନାମକ ନୋହଙ୍କର ପୁତ୍ରମାନଙ୍କ ବଂଶାବଳୀ ଏହି। ଜଳପ୍ଳାବନ ଉତ୍ତାରେ ସେମାନଙ୍କର ଏହି ସମସ୍ତ ସନ୍ତାନ ଜନ୍ମିଥିଲେ।
2 ଗୋମର ଓ ମାଗୋଗ୍ ଓ ମାଦୟ ଓ ଯବନ ଓ ତୂବଲ ଓ ମେଶକ୍ ଓ ତିରସ, ଏମାନେ ଯେଫତ୍ର ସନ୍ତାନ।
3 ଅସ୍କିନସ୍ ଓ ରୀଫତ୍ ଓ ତୋଗର୍ମ, ଏମାନେ ଗୋମରର ସନ୍ତାନ।
4 ପୁଣି ଇଲୀଶା ଓ ତର୍ଶୀଶ ଓ କିତ୍ତୀମ ଓ ଦୋଦାନୀମ, ଏମାନେ ଯବନର ସନ୍ତାନ।
5 ଏମାନଙ୍କଠାରୁ ଅନ୍ୟଦେଶୀୟମାନଙ୍କର ଦ୍ୱୀପନିବାସୀଗଣ ଆପଣାମାନଙ୍କ ଦେଶବିଦେଶରେ ସ୍ୱ ସ୍ୱ ଭାଷାନୁସାରେ ବ୍ୟାପ୍ତ ହୋଇ ଆପଣା ଆପଣା ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲେ।
6 କୂଶ ଓ ମିସର ଓ ପୂଟ୍ ଓ କିଣାନ, ଏମାନେ ହାମର ସନ୍ତାନ।
7 ସବା ଓ ହବୀଲା ଓ ସପ୍ତା ଓ ରୟମା ଓ ସପ୍ତକା, ଏମାନେ କୂଶର ସନ୍ତାନ। ଶିବା ଓ ଦାଦାନ, ଏମାନେ ରୟମାର ସନ୍ତାନ।
8 ନିମ୍ରୋଦ୍ କୂଶର ପୁତ୍ର; ସେ ପୃଥିବୀ ମଧ୍ୟରେ ପରାକ୍ରମୀ ହେବାକୁ ଲାଗିଲା।
9 ସେ ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ହେଲା; ଏଣୁ ଲୋକମାନେ ଏପର୍ଯ୍ୟନ୍ତ ଏହି ଦୃଷ୍ଟାନ୍ତ କହନ୍ତି, ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ନିମ୍ରୋଦ୍ ତୁଲ୍ୟ।
10 ପୁଣି ଶିନୀୟର ଦେଶରେ ବାବିଲ ଓ ଏରକ ଓ ଅକ୍କଦ୍ ଓ କଲନୀ, ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା।
11 ସେହି ଦେଶରୁ ଅଶୂର ନିର୍ଗତ ହୋଇ ନୀନିବୀ ଓ ରହୋବୋତ୍ ପୁରୀ ଓ କେଲହ,
12 ପୁଣି ନୀନିବୀ ଓ କେଲହର ମଧ୍ୟସ୍ଥିତ ରେଷନ୍ ନଗର ସ୍ଥାପନ କଲା; ଏହି ରେଷନ୍ ମହାନଗର।
13 ପୁଣି ଲୁଦୀୟ ଓ ଅନାମୀୟ ଓ ଲହାବୀୟ ଓ ନପ୍ତୁହୀୟ।
14 ଓ ପଥ୍ରୋଷୀୟ ଓ ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନେ ମିସରର ସନ୍ତାନ।
15 ପୁଣି କିଣାନର ଜ୍ୟେଷ୍ଠ ପୁତ୍ର ସୀଦୋନ, ତାହା ଉତ୍ତାରେ ହେତ୍।
16 ଓ ଯିବୁଷୀୟ ଓ ଇମୋରୀୟ ଓ ଗୀର୍ଗାଶୀୟ।
17 ଓ ହିବ୍ବୀୟ ଓ ଅର୍କୀୟ ଓ ସିନୀୟ।
18 ଓ ଅର୍ବଦୀୟ ଓ ସମାରୀୟ ଓ ହମାତୀୟ; ଅନନ୍ତର କିଣାନୀୟମାନଙ୍କ ବଂଶ ବ୍ୟାପିଗଲେ।
19 ତହିଁରେ ସୀଦୋନଠାରୁ ଗରାର ଦିଗକୁ ଘସା ପର୍ଯ୍ୟନ୍ତ, ପୁଣି ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ (ବସତିର) ସୀମା ଥିଲା।
20 ଆପଣା ଆପଣା ଦେଶ ଓ ଗୋଷ୍ଠୀରେ ସେମାନଙ୍କ ବଂଶ ଓ ଭାଷାନୁସାରେ ଏସମସ୍ତେ ହାମର ସନ୍ତାନ।
21 ଯେଫତ୍ର ଜ୍ୟେଷ୍ଠ ଭ୍ରାତା ଶେମର ମଧ୍ୟ ସନ୍ତାନସନ୍ତତି ଥିଲେ, ଅର୍ଥାତ୍, ସେ ଏବରର ସନ୍ତାନମାନଙ୍କ ଆଦିପୁରୁଷ ଥିଲା।
22 ଶେମର ଏହି ସବୁ ସନ୍ତାନ, ଏଲମ୍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୂଦ ଓ ଅରାମ୍।
23 ଏହି ଅରାମର ସନ୍ତାନ ଊଷ୍ ଓ ହୂଲ ଓ ଗେଥର ଓ ମଶ୍।
24 ପୁଣି ଅର୍ଫକ୍ଷଦର ସନ୍ତାନ ଶେଲହ ଓ ଶେଲହର ସନ୍ତାନ ଏବର।
25 ଏହି ଏବରର ଦୁଇ ପୁତ୍ର; ଏକର ନାମ ପେଲଗ୍ (ବିଭାଗ), କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା; ତାହାର ଭ୍ରାତାର ନାମ ଯକ୍ତନ୍।
26 ପୁଣି ଯକ୍ତନ୍ର ପୁତ୍ର ଅଲମୋଦଦ ଓ ଶେଲପ୍ ଓ ହତ୍ସର୍ମାବତ୍ ଓ ଯେରହ।
27 ଓ ହଦୋରାମ ଓ ଊଷଲ ଓ ଦିକ୍ଳ।
28 ଓ ଓବଲ ଓ ଅବୀମାୟେଲ୍ ଓ ଶିବା।
29 ଓ ଓଫୀର ଓ ହବୀଲା ଓ ଯୋବବ୍, ଏହି ସମସ୍ତ ଯକ୍ତନର ସନ୍ତାନ।
30 ମେଷା ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ଯ୍ୟନ୍ତ ସେମାନଙ୍କର ବସତି ଥିଲା।
31 ଆପଣା ଆପଣା ଦେଶରେ ସେମାନଙ୍କର ବଂଶ ଓ ଭାଷା ଓ ଗୋଷ୍ଠୀ ଅନୁସାରେ ଏସମସ୍ତେ ଶେମର ସନ୍ତାନ।
32 ଆପଣା ଆପଣା ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ; ପୁଣି ଜଳପ୍ଳାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ।