1 ଏଥିମଧ୍ୟରେ କେତେକ ଲୋକ ଯିହୁଦା ପ୍ରଦେଶରୁ ଆସି ଭାଇମାନଙ୍କୁ ଏହି ଶିକ୍ଷା ଦେବାକୁ ଲାଗିଲେ,ମୋଶାଙ୍କ ବିଧି ଅନୁସାରେ ତୁମ୍ଭମାନଙ୍କର ସୁନ୍ନତ ନ ହେଲେ ପରିତ୍ରାଣ ପାଇ ପାରିବ ନାହିଁ |।

2 ଏଥିରେ ପାଉଲ ଓ ବର୍ଣ୍ଣବାଙ୍କର ସେମାନଙ୍କ ସାଙ୍ଗରେ ଅନେକ ବାଗ୍ ଯୁଦ୍ଧ ଓ ବାଦାନୁବାଦ ଙହେବାରୁ ଭାଇମାନେ ପାଉଲ,ବର୍ଣ୍ଣବବା ଓ ଆପଣାମାନଙ୍କ ମଧ୍ୟରୁ ଆଉ କେତେକ ଜଣ ଏହି ପ୍ରଶ୍ନ ଘେନି ଯିରୁଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ନିକଟକୁ ଯାଆନ୍ତୁ ବୋଲି ସ୍ଥିର କଲେ |।

3 ଅତଏବ ମଣ୍ଡଳୀ ସେମାନଙ୍କୁ ବାଟ ବଳାଇ ବିଦାୟ ଦେଲା ଉତ୍ତାରେ ସେମାନେ ଫୖେନୀକିଆ ଓ ଶମିରୋଣ ଦେଇ ଯାଉ ଯାଉ ବିଜାତିମାନଙ୍କ ମନପରିବର୍ତ୍ତନ ବିଷୟ ବର୍ଣ୍ଣନା କରି ସମସ୍ତ ଭାଇମାନଙ୍କର ମହାନନ୍ଦ ଜନ୍ମାଇଲେ |।

4 ପରେ ସେମାନେ ଯିରୁଶାଲମରେ ଉପସ୍ଥିତ ହୋଇ ମଣ୍ଡଳୀ ପୁଣି ପ୍ରେରିତ ଓ ପ୍ରାଚୀନମାନଙ୍କ ଦ୍ୱାରା ଅଭ୍ୟର୍ଥନା ପ୍ରାପ୍ତ ହେଲେ,ଆଉ ଈଶ୍ୱର ସେମାନଙ୍କ ସାଙ୍ଗରେ ଥାଇ ଯେ ସମସ୍ତ କାର୍ଯ୍ୟ କରିଥିଲେ,ସେହିସବୁ ବର୍ଣ୍ଣନା କଲେ |।

5 କିନ୍ତୁ ଫାରୁଶୀଦଳର କେତେକ ଜଣ ବିଶ୍ୱାସୀ ଉଠି କହିଲେ,ବିଜାତୀୟ ଶିଷ୍ୟମାନଙ୍କୁ ସୁନ୍ନତ୍ କରିବା ଓ ମୋଶାଙ୍କର ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ଆଜ୍ଞା ଦେବା ଆବଶ୍ୟକ |।

6 ପରେ ଏହି ବିଷୟ ଆଲୋଚନା କରିବା ନିମନ୍ତେ ପ୍ରେରିତ ଓ ପ୍ରାଚୀନ ମାନେ ସମବେତ ହେଲେ |।

7 ଅନେକ ତର୍କବିତର୍କ ହେଲା ଉତ୍ତାରେ ପିତର ଉଠି ସେମାନଙ୍କୁ କହିଲେ,ହେ ଭାଇମାନେ,ଆପଣମାନେ ଜାଣନ୍ତି ଯେ,ମୋହର ମୁଖ ଦ୍ୱାରା ବିଜାତିମାନେ ଯେପରି ସୁସମାଚାର ବାକ୍ୟ ଶୁଣି ବିଶ୍ୱାସ କରନ୍ତି,ଏଥିପାଇଁ ଅନେକ ଦିନ ପୁର୍ବେ ଈଶ୍ୱର ଆପଣମାନଙ୍କମଧ୍ୟରେୁ ମୋତେ ମନୋନୀତ କରିଥିଲେ |।

8 ଅନ୍ତର୍ଯ୍ୟାମୀ ଈଶ୍ୱର ଆମ୍ଭମାନଙ୍କୁ ଯେପରିପବିତ୍ର ଆତ୍ମା ଦାନ କରି ସେମାନଙ୍କ ପକ୍ଷରେ ସାକ୍ଷ୍ୟ ଦେଇଅଛନ୍ତି |।

9 ଆଉ ସେ ଆମ୍ଭ ମାନଙ୍କ ଓ ସେମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ନ ରଖି ବିଶ୍ୱାସ ଦ୍ୱାରା ସେମାନଙ୍କର ହୃଦୟ ଶୁଚି କରିଅଛନ୍ତି |।

10 ଏଣୁ ଯେଉଁ ଯୁଆଳି ଆମ୍ଭମାନଙ୍କ ପିତୃପୁରୁଷ ଓ ଆମ୍ଭେମାନେ ବହିବାକୁ ଅକ୍ଷମ ହେଲୁ,ସେହି ଜୁଆଳି ଶିଷ୍ୟମାନଙ୍କ କାନ୍ଧରେ ଦେଇ କାହିଁକି ଆପଣମାନେ ଈଶ୍ୱରଙ୍କ ପରୀକ୍ଷା କରୁଅଛନ୍ତି।

11 କିନ୍ତୁ ସେମାନେ ଯେ ପ୍ରକାର ପ୍ରଭୁ ଯୀଶୁଙ୍କ ଅନୁଗ୍ରହରେ ପରିତ୍ରା ପାଇବୁ ବୋଲି ବିଶ୍ୱାସ କରୁଅଛୁ |।

12 ଏଥିରେ ସଭାସ୍ଥାସମସ୍ତେ ନିରବ ରହିଲେ,ଆଉ ବର୍ଣ୍ଣବା ଓ ପାଉଲଙ୍କ ଦ୍ୱାରା ବିଜାତିମାନଙ୍କ ମଧ୍ୟରେ ଈଶ୍ୱର ଯେ ସମସ୍ତ ଲକ୍ଷଣ ଓ ଅଦ୍ଭୁତ କର୍ମମାନ ସାଧନ କରିଥିଲେ,ସେମାନଙ୍କଠାରୁ ସେଥିର ବୃତ୍ତାନ୍ତ ଶ୍ରବଣ କରିବାକୁ ଲାଗିଲେ |।

13 ସେମାନଙ୍କ କଥା ଶେଷ ହେଲା ଉତ୍ତାରେ ଯାକୁବ ଉତ୍ତର ଦେଇ କହିଲେ,ହେ ଭାଇମାନେ ମୋହର କଥା ଶୁଣନ୍ତୁ |।

14 ଈଶ୍ୱର ଆପଣା ନାମ ନିମନ୍ତେ ବିଜାତିମାନଙ୍କ ମଧ୍ୟରୁ ଦଳେ ଲୋକ ଗ୍ରହଣ କରିବା ପାଇଁ କିପ୍ରକାରେ ପ୍ରଥମେ ସେମାନଙ୍କ ପ୍ରତି କୃପାଦୃଷ୍ଟି କରିଥିଲେ,ତାହା ଶିମିୟନ ବର୍ଣ୍ଣନା କରିଅଛନ୍ତି |।

15 ପୁଣି ଭାବବାଦୀମାନଙ୍କର ବାକ୍ୟ ଏହା ସହିତ ମିଶୁଅଛି,ଯେପରି ଲେଖାଅଛି,

16 ଏଥିଉତ୍ତାରେ ଆମ୍ଭେ ବାହୁଡ଼ିଆସି ଦାଉଦର ପତିତ ଆବାସ ପୁନଃ ନିର୍ମାଣ କରିବା,ପୁଣି ତାହାର ଧ୍ୱଂସସ୍ଥାନସବୁ ପୁନଃ ନିର୍ମାଣ କରି ତାହା ପୁନଃ ସ୍ଥାପନ କରିବା,

17 ଯେପରି ଅବଶିଷ୍ଟ ଲୋକେ ଓ ଯେ ସମସ୍ତ ବିଜାତି ଆମ୍ଭ ନାମରେ ଖ୍ୟାତ,ସେମାନେ ପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି,ସର୍ବ ସାଧନକର୍ତ୍ତା ପ୍ରଭୁ ଏହା କହନ୍ତି |।

18 ଯୁଗ ଆରମ୍ଭରୁ ଈଶ୍ୱର ଆପଣାର ସମସ୍ତ କର୍ମ ଜ୍ଞାତ ଅଟନ୍ତି |।

19 ଅତଏବ ମୋହର ବିଚାର ଏହି,ବିଜାତି ମାନଙ୍କ ମଧ୍ୟରୁ ଯେଉଁମାନେ ଈଶ୍ୱରଙ୍କ ପ୍ରତି ଫେରନ୍ତି,ସେମାନଙ୍କୁ ଆମ୍ଭେମାନେ ଭାରଗ୍ରସ୍ତ କରିବା ନାହିଁ;

20 କିନ୍ତୁ ପ୍ରତିମାସମ୍ବନ୍ଧୀୟ ଅଶୁଚିତା,ପରଦାର,ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀ ଓ ରକ୍ତରୁ ପୃଥକ୍ ରହିବା ନିମନ୍ତେ ଆମ୍ଭେମାନେ ସେମାନଙ୍କୁ ଲେଖୁ |।

21 କାରଣ ପ୍ରାଚୀନକାଳରୁ ପ୍ରତି ନଗରରେ ମୋଶାଙ୍କର ପ୍ରଚାରକମାନେ ଅଛନ୍ତି,ଯେଣୁ ପ୍ରତି ବିଶ୍ରାମବାରରେ ସମାଜଗୃହସମୁହରେ ତାହାଙ୍କ ବ୍ୟବସ୍ଥା ପାଠ କରାଯାଉଅଛି |।

22 ସେତେବେଳେ ପ୍ରେରିତ ଓ ପ୍ରାଚୀନମାନେ ସମସ୍ତ ମାଣ୍ଡଳୀ ସହିତ ଆପଣାମାନଙ୍କ ମଧ୍ୟରୁ ଲୋକ,ଅର୍ଥାତ୍ ଭ୍ରାତ୍ରୁବୃନ୍ଦଙ୍କ ମଧ୍ୟରେ ଅଗ୍ରଗନଣ୍ୟ ବର୍ଣ୍ଣବା ନାମରେ ଖ୍ୟାତ ଯିହୁଦା ଓ ଶୀଲାଙ୍କୁ ମନୋନୀତ କରି ପାଉଲ ଓ ବର୍ଣ୍ଣବାଙ୍କ ସହିତ ଆନ୍ତିୟଖିଆକୁ ପଠାଇବାକୁ ବିହିତ ବୁଝିଲେ,

23 ଆଉ ସେମାନେ ସେମାନଙ୍କ ହାତରେ ଏହା ଲେଖି ପଠାଇଲେ,ଆନ୍ତିୟଖିଆ, ସୁରିଆ ଓ କିଲିକିଆସ୍ଥ ବିଜାତିୟ ଭ୍ରାତୃବୃନ୍ଦଙ୍କର ନମସ୍କାର |।

24 ଆମ୍ଭେମାନେ ଶୁଣିଅଛୁ ଯେ,ଆମ୍ଭେମାନେ ଯେଉଁ ଲୋକମାନଙ୍କୁ କୌଣସି ଆଜ୍ଞା ଦେଇ ନାହୁଁ, ଆମ୍ଭମାନଙ୍କ ମଧ୍ୟରୁ ଏପ୍ରକାର କେତକ ଲୋକ କଥା ଦ୍ୱାରା ଆପଣମାନଙ୍କର ମନକୁ ଅସ୍ଥିର କରି ଆପଣମାନଙ୍କୁ ଉଦ୍ ବିଘ୍ନ କରିଅଛନ୍ତି;

25 ଏଥିନିମନ୍ତେ ଆମ୍ଭମାନଙ୍କର ପ୍ରିୟପାତ୍ର ଯେଉଁ ବର୍ଣ୍ଣବା ଓ ପାଉଲ ଆମ୍ଭମାନଙ୍କ ପ୍ରଭୁଯିଶୁ ଖ୍ରୀଷ୍ଟଙ୍କ ନାମ ନିମନ୍ତେ ପ୍ରାଣପଣ କରିଅଛନ୍ତି,

26 ଆମ୍ଭେମାନେ ଏକମତ ହୋଇ କେତକ ଲୋକଙ୍କୁ ମନୋନୀତ କରି ସେମାନଙ୍କ ସହିତ ଆପଣମାନଙ୍କ ନିକଟକୁ ପଠାଇବା ବିହିତ ବୁଝିଲୁଁ |।

27 ଏଣୁ ଆମ୍ଭେମାନେ ଯିହୁଦା ଓ ଶୀଲାଙ୍କୁ ପଠାଇଲୁଁ, ଏମାନେ ମଧ୍ୟ ମୁଖରେ ଆପଣମାନଙ୍କୁ ସେହି ସମସ୍ତ କଥା ଜଣାଇଦେବେ |।

28 କାରଣ ପ୍ରତିମା ନିକଟରେ ଉତ୍ସର୍ଗିକୃତ ପ୍ରସାଦ, ରକ୍ତ,ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଓ ପରଦାରରୁ ପୃଥକ୍ ରହିବା, ଏହି କେତୋଟି ଆବଶ୍ୟକୀୟ ବିଷୟ ବ୍ୟତିତ ଆପଣମାନଙ୍କ ଉପରେ ଆଉ ଅଧିକ ଭାର ନ ଦେବାକୁ ପବିତ୍ର ଆତ୍ମା ଓ ଆମ୍ଭମାନଙ୍କ ଦୃଷ୍ଟିରେ ବିହିତ ବୋଧ ହେଲା;

29 ଏହି ସବୁରୁ ଆପଣା ଆପଣାକୁ ଯତ୍ନ ସହ ରକ୍ଷା କଲେ ଆପଣମାନଙ୍କର ଭଲ ହେବ | ଆପଣମାନଙ୍କର ମଙ୍ଗଳ ହେଉ |।

30 ସେମାନେ ବିଦାୟ ହୋଇ ଆନ୍ତିୟଖିଅାକୁ ଶୀଲା ଆସିଲେ ଆଉ ଶିଷ୍ୟସମୁହକୁ ଏକତ୍ର କରି ପତ୍ର ଖଣ୍ଡିକ ଦେଲେ |।

31 ସେମାନେ ତାହା ପାଠ କରି ଅଶ୍ୱାସନା ପାଇ ଆନନ୍ଦିତ ହେଲେ |।

32 ପୁଣି ଯିହୁଦା ଓ ଶୀଲା ନିଜେ ନିଜେ ମଧ୍ୟ ଭାବବାଦୀ ଥିବାରୁ ଅନେକ କଥା ଦ୍ୱାରା ଭାଇମାନଙ୍କୁ ଉତ୍ସାହ ଦେଇ ସେମାନଙ୍କୁ ସୁସ୍ଥିର କଲେ |।

33 ଆଉ ସେମାନେ ସେଠାରେ କେତେକ କାଳ ଯାପନ କଲ ଉତ୍ତାରେ ସେମାନଙ୍କୁ ପ୍ରେରଣ କରିଥିବା ଲୋକମାନଙ୍କ ନିକଟକୁ ବାହୁଡ଼ିଯିବାକୁ ଭାଇମାନଙ୍କଠାରୁ ଶାନ୍ତିରେ ବିଦାୟ ନେଲେ,

34 (କିନ୍ତୁ ସେଠାରେ ରହିବା ଉତ୍ତମ ବୋଧ କଲେ |)।

35 ପୁଣି ପାଉଲ ଓ ବର୍ଣ୍ଣବା ଆନ୍ତିୟଖିଆରେ ରହି ଅନ୍ୟାନ୍ୟ ଅନେକଲୋକଙ୍କ ସହିତ ମଧ୍ୟ ପ୍ରଭୁଙ୍କ ବାକ୍ୟ ଶିକ୍ଷା ଦେଇ ସୁସମାଚାର ପ୍ରଚାର କରିବାକୁ ଲାଗିଲେ |।

36 କେତେକ ଦିନ ପରେ ପାଉଲ ବର୍ଣ୍ଣବାଙ୍କୁ କହିଲେ, ଆସ, ଆମ୍ଭେମାନେ ଯେଉଁ ସବୁ ନଗରରେ ପ୍ରଭୁଙ୍କର ବାକ୍ୟ ପ୍ରଚାର କରି ଥିଲୁଁ, ସେହି ସମସ୍ତ ନଗରକୁ ଏବେ ବାହୁଡି ଯାଇ ଭାଇମାନଙ୍କ ଶାକ୍ଷତ କରି, ସେମାନେ କିପ୍ରକାରେ ଅଛନ୍ତି ଦେଖିବା |।

37 ସେଥିରେ ମାର୍କ ନାମରେ ଖ୍ୟାତ ଯୋହନଙ୍କୁ ମଧ୍ୟ ସାଙ୍ଗରେ ଘେନିଯିବା ପାଇଁ ବର୍ଣ୍ଣବାଙ୍କର ଇଚ୍ଛା ଥିଲା,

38 କିନ୍ତୁ ଯେ ସେମାନଙ୍କୁ ଛାଡ଼ି ଫଫୁଲିଆରୁ ଚାଲି ଆସିଥିଲେ ଓସେମାନଙ୍କ ସହିତ କାର୍ଯ୍ୟକୁ ଯାଇ ନ ଥିଲେ,ତାହାଙ୍କୁ ସାଙ୍ଗରେ ନେବାକୁ ପାଉଲ ଉଚିତ୍ ମନେ କଲେ ନାହିଁ |।

39 ସେଥିରେ ଘୋର ବିବାଦ ଘଟିବାରୁ ସେମାନେ ସେମାନେ ପରସ୍ପରଠାରୁ ପୃଥକ୍ ହେଲେ,ବର୍ଣ୍ଣବା ମାର୍କଙ୍କୁ ସାଙ୍ଗରେ ଘେନି ଯାହାଜରେ କୁପ୍ରକୁ ଗମନ କଲେ,

40 କିନ୍ତୁ ପାଉଲ ଶୀଲାଙ୍କୁ ମନୋନୀତ କରି ଭାଇମାନଙ୍କ ଦ୍ୱାରା ପ୍ରଭୁଙ୍କ ଅନୁଗ୍ରହରେ ସମର୍ପିତ ହୋଇ ପ୍ରସ୍ଥାନ କଲେ,

41 ଆଉ ସେ ସୁରିଆ ଓ କିଲିକିଆ ଦେଇ ଯାଉଁ ଯାଉଁ ମଣ୍ଡଳୀସମୁହଙ୍କୁ ସୁସ୍ଥିର କଲେ |।