1 ହେ ଥୀୟଫିଲ, ଯେଉଁଦିନ ଯୀଶୁ ଆପଣା ମନୋନୀତ ପ୍ରେରିତମାନଙ୍କୁ ପବିତ୍ରଆତ୍ମାଙ୍କ ଦ୍ୱାରା ଆଜ୍ଞା ଦେଇ ଉର୍ଦ୍ଧ୍ୱରେ ଗୃହିତ ହେଲେ,
2 ସେହିଦିନ ପର୍ଯ୍ୟନ୍ତ ସେ ଯେ ଯେ କାର୍ଯ୍ୟ କରିବାକୁ ଓ ଶିକ୍ଷା ଦେବାକୁ ଆରମ୍ଭ କରିଥିଲେ,ସେସମସ୍ତ ବିଷୟ ଘେନି ମୁଁ ପ୍ରଥମ ପ୍ରବନ୍ଧଟି ଲେଖିଅଛି|।
3 ସେ ମଧ୍ୟ ଆପଣା ଦୁଃଖଭୋଗ ଉତ୍ତାରେ ଅନେକ ପ୍ରମାଣ ଦ୍ୱାରା ସେମାନଙ୍କ ନିକଟରେ ନିଜକୁ ସଜୀବ ଦେଖାଇଲେ, ପୁଣି ଚାଳିଶ ଦିନ ପର୍ଯ୍ୟନ୍ତ ବାରମ୍ବାର ସେମାନଙ୍କୁ ଦର୍ଶନ ଦେଇ ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟ ଗୁଡ଼ିକ କହିଲେ |।
4 ଥରେ ସେମାନଙ୍କ ସହିତ ଭୋଜନରେ ବସିବା ସମୟରେ ସେ ସେମାନଙ୍କୁ ଏହି ଆଜ୍ଞା ଦେଲେ, ତୁମ୍ଭେମାନେ ଯୀରୁଶାଲମରୁ ପ୍ରସ୍ଥାନ କର ନାହିଁ, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ମୋ,ଠାରୁ ଶୁଣିଅଛ, ସେଥିର ଅପେକ୍ଷାରେ ରହିଥାଅ;
5 କାରଣ ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ଅଳ୍ପ ଦିନ ମଧ୍ୟରେ ପବିତ୍ରଆତ୍ମାରେ ବାପ୍ତିଜିତ ହେବ |।
6 ଅତଏବ,ସେମାନେ ଏକତ୍ର ହୋଇ ତାହାଙ୍କୁ ପଚାରିବାକୁ ଲାଗିଲେ,ହେ ପ୍ରଭୁ, ଆପଣ କଣ ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁଅଛନ୍ତି।
7 ସେ ସେମାନଙ୍କୁ କହିଲେ, ଯେସମସ୍ତ କାଳ କି ସମୟ ପିତା ସ୍ୱକର୍ତ୍ତୃତ୍ୱର ଅଧୀନରେ ରଖିଅଛନ୍ତି, ତାହା ତୁମ୍ଭମାନଙ୍କ ଜାଣିବା ବିଷୟ ନୁହେଁ |।
8 କିନ୍ତୁ ପବିତ୍ରଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ,ତୁମ୍ଭେମାନେ ଶକ୍ତିପ୍ରାପ୍ତ ହେବ,ଆଉ ଯିରୁଶାଲମ, ସମସ୍ତ ଯିହୁଦା ପ୍ରଦେଶ ଓ ଶମିରୋଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ |।
9 ସେ ଏହି ସମସ୍ତ କଥା କହିବା ଉତ୍ତାରେ ଦେଖୁ ଦେଖୁ ସେ ଉର୍ଦ୍ଧ୍ୱକୁ ନୀତ ହେଲେ,ଆଉ ଖଣ୍ଡେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିଗୋଚୋରରୁ ଘେନିଗଲା |।
10 ସେ ଯାଉ ଯାଉ ସେମାନେ ଆକାଶ ଆଡ଼କୁ ଏକ ଦୃଷ୍ଟିରେ ଚାହିଁଅଛନ୍ତି, ଏପରି ସମୟରେ,ଶୁକ୍ଲବସ୍ତ୍ର ପରିହିତ ଦୁଇ ଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ,
11 ପୁଣି ସେମାନେ କହିଲେ, ହେ ଗାଲିଲୀୟ ଲୋକେ,କାହିଁକି ତୁମ୍ଭେମାନେ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଅଚ୍ଛସେହି ଯେଉଁ ଯୀଶୁ ତୁମ୍ଭମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ,ତାହାଙ୍କୁ ତୁମ୍ଭେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହିପ୍ରକାରେ ଆଗମନ କରିବେ |।
12 ଏଥିଉତ୍ତାରେ ଜୀତ ନାମକ ପର୍ବତରୁ ଯିରୁଶାଲମକୁ ବାହୁଡ଼ିଆସିଲେ | ସେହି ପର୍ବତ ଯିରୁଶାଲମ ପାଖରେ, ଗୋଟିଏ ବିଶ୍ରାମବାରର ବାଟ ଦୂରରେ |।
13 ସେମାନେ, ଅର୍ଥାତ୍ ପିତର,ଯୋହନ,ଯାକୁବ,ଆନ୍ଦ୍ରିୟ,ଫିଲିପ, ଥୋମା, ବର୍ଥଲମି,ମାଥିଉ,ଆଲଫିଙ୍କ ପୁତ୍ର ଯାକୁବ,ଉଦ୍ଯୋଗୀ' ଶିମନ ଓ ଯାକୁବଙ୍କ ପୁତ୍ର ଯିହୁଦା,ନଗରରେ ପ୍ରବେଶ କରି, ଯେଉଁ ଉପର କୋଠରୀରେ ସେମାନେ ବାସ କରୁଥିଲେ, ସେଠାକୁ ଗଲେ |।
14 ଏମାନେ ସମସ୍ତେ ସ୍ତ୍ରୀଲୋକମାନଙ୍କ ସହିତ ଏକଚିତ୍ତରେ ପ୍ରାର୍ଥନାରେ ନିବିଷ୍ଟ ହୋଇ ରହିଲେ |।
15 ସେହି ସମୟରେ ପିତର ଭାଇମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ (ସେତେବେଳେ ପ୍ରାୟ ଶଏ କୋଡ଼ିଏ ଜଣ ଏକତ୍ର ଥିଲେ),
16 ଭାଇମାନେ, ଯେଉଁ ଯିହୂଦା ଯୀଶୁଙ୍କୁ ଧରିବା ଲୋକମାଙ୍କୁ ବାଟ ଦେଖାଇଥିଲା, ତାହା ବିଷୟରେ ପବିତ୍ରଆତ୍ମା ପୂର୍ବରୁ ଦାଉଦଙ୍କ ମୁଖରେ ଯାହା କହିଥିଲେ, ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବା ଆବଶ୍ୟକ ଥିଲା;
17 କାରଣ ସେ ଆମ୍ଭମାନଙ୍କ ମଧ୍ୟରେ ଜଣେ ବୋଲି ଗଣାଯାଇଥିଲା ଓ ଏହି ସେବାପଦରେ ଅଂଶ ପ୍ରାପ୍ତ ହୋଇଥିଲା |।
18 ଏହି ଲୋକ ଅଧର୍ମର ମୁଲ୍ୟ ଦ୍ୱାରା କ୍ଷେତ ପାଇଲା, ପୁଣି, ସେ ମୁଣ୍ଡ ମାଡ଼ି ହୋଇ ପଡ଼ିବାରୁ ତାହାର ପେଟ ଫାଟିଗଲା ଓ ଅନ୍ତବୁଜୁଳି ବାହାରିପଡ଼ିଲା;
19 ଆଉ, ଏହା ଯିରୁଶାଲମ ନିବାସୀସମସ୍ତେ ଜ୍ଞାତ ହେବାରୁ ସେହି କ୍ଷେତ ସେମାନଙ୍କ ନିଜଭାଷାରେହକଲ୍ ଦମା', ଅର୍ଥାତ୍ ରକ୍ତକ୍ଷେତ୍ର ବୋଲି ଖ୍ୟାତ ହେଲା |।
20 ଆଉ, ଗୀତସଂହିତାରେ ଲେଖାଅଛି, ତାହାର ବାସସ୍ଥାନ ଶୂନ୍ୟ ହେଉ, ସେଠାରେ କେହି ବାସ ନ କରୁ | ଏବଂ ତାହାର ଅଧ୍ୟକ୍ଷପଦ ଅନ୍ୟ ଜଣେ ପ୍ରାପ୍ତହେଉ |।
21 ଅତଏବ, ଯୋହନ ବାପ୍ତିସ୍ମ ଦେବା ସମୟଠାରୁ ଆରମ୍ଭ କରି ଆମ୍ଭମାନଙ୍କ ମଧ୍ୟରେ ଗମନାଗମନ କରୁଥିଲେ,
22 ସେତେ ସମୟ ଯେଉଁ ଲୋକମାନେ ଆମ୍ଭମାନଙ୍କ ସଙ୍ଗୀ ହୋଇଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଆମ୍ଭମାନଙ୍କ ସହିତ ତାହାଙ୍କ ପୁନରୁତ୍ଥାନର ସାକ୍ଷୀ ହେବା ଆବଶ୍ୟକ |।
23 ସେଥିରେ ସେମାନେ ଦୁଇ ଜଣଙ୍କୁ, ଅର୍ଥାତ୍ ଯୋଷେଫଙ୍କୁ, ଯାହାକୁ ବର୍ଶବା ବୋଲି କହନ୍ତି ଓ ଯାହାଙ୍କ ଉପନାମ ଯୂସ୍ତ,ତାଙ୍କୁ ଓ ମଥିୟଙ୍କୁ ପୃଥକ୍ କରି ଏହି ପ୍ରାର୍ଥନା କଲେ,
24 ହେ ସର୍ବାନ୍ତର୍ଯ୍ୟାମୀ ପ୍ରଭୁ, ଯିହୁଦା ସ୍ୱସ୍ଥାନକୁ ଯିବାନିମନ୍ତେ ଏହି ଯେଉଁ ସେବା ଓ ପ୍ରେରିତ ପଦରୁ ପତିତ ହୋଇଅଛି |।
25 ସେହି ପଦ ଗ୍ରହଣ କରିବା ପାଇଁ ଏହି ଦୁଇ ଜଣଙ୍କ ମଧ୍ୟରୁ ତୁମ୍ଭେ କାହାକୁ ମନୋନୀତ କରିଅଛ, ତାହା ଦେଖାଇଦିଅ |।
26 ଆଉ,ସେମାନେ ସେହି ଦୁଇ ଜଣଙ୍କ ନିମନ୍ତେ ଗୁଲିବାଣ୍ଟ କଲେ,ପୁଣି ମଥିୟଙ୍କ ନାମରେ ଗୁଲି ଉଠିଲା; ସେଥିରେ ସେ ଏକାଦଶ ପ୍ରେରିତଙ୍କ ସହିତ ଗଣିତ ହେଲେ |।