1 କିନ୍ତୁ ଏହା ଜାଣିଥାଅ ଯେ,ଶେଷକାଳରେ ଭୀଷଣ ସମୟ ଉପସ୍ଥିତ ହେବ;
2 କାରଣ ଲୋକମାନେ ଆତ୍ମପ୍ରିୟ,ଧନଲୋଭୀ,ଆତ୍ମଗର୍ବୀ,ଅହଂକାରୀ,ନିନ୍ଦକ,ପିତାମାତାଙ୍କର ଅବାଧ୍ୟ,
3 ଅକୃତଜ୍ଞ,ଅପବିତ୍ର,ସ୍ନେହଶୁନ୍ୟ,ଅମିଳନପ୍ରିୟ,ଅପବାଦକ ଅଜିତେନ୍ଦ୍ରୀୟ,ପ୍ରଚଣ୍ଡ,ଉତ୍ତମ ବିଷୟର ଘୃଣାକାରୀ।
4 ବିଶ୍ୱାସଘାତକ,ଦୁଃସାହସୀ,ଦମ୍ଭିକ ହେବେ ଓ ଈଶ୍ୱରପ୍ରିୟ ନ ହୋଇ ବରଂ ବିଳାସପ୍ରିୟ ହେବେ;
5 ସେମାନେ ଭକ୍ତିର ଭେକ ଧରନ୍ତି,କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି;ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ |।
6 କାରଣ ଏମାନଙ୍କ ମଧ୍ୟରେ ଏପରି ଲୋକ ଅଛନ୍ତି,ଯେଉଁମାନେ ଘରେଘରେ ପଶି ପାପରେ ଭାରାକ୍ରାନ୍ତ ଓ ବିଭିନ୍ନ କୁଅଭିଳାଶରେ ଚାଳିତ ନିର୍ବୋଧ ସ୍ତ୍ରୀମାନଙ୍କୁ ଆପଣାର ବଶବର୍ତ୍ତୀ କରନ୍ତି;
7 ଏହି ସ୍ତ୍ରୀଲୋକମାନେ ସର୍ବଦା ଶିକ୍ଷା କରୁଥିଲେହେଁ ସତ୍ୟ ଜାଣିବା ପାଇଁ କଦାପି ସମର୍ଥ ହୁଅନ୍ତି ନାହିଁ |।
8 ଆଉ ଯେପରି ଯନ୍ନିସ୍ ଓ ଯମ୍ବ୍ରିସ୍ ମୋଶାଙ୍କର ପ୍ରତିରୋଧ କରିଥିଲେ,ସେହି ପରି ଏହି ପୁରୁଷମାନେ ମଧ୍ୟ ସତ୍ୟର ପ୍ରତିରୋଧ କରନ୍ତି,ଏମାନେ ଭ୍ରଷ୍ଟମନା ହୋଇ ବିଶ୍ୱାସ ସମ୍ବନ୍ଧରେ ପ୍ରମାଣସିଦ୍ଧ ନୁହନ୍ତି |।
9 କିନ୍ତୁ ସେମାନେ ଆଉ ଅଧିକ ଅଗ୍ରସର ହେବେ ନାହିଁ;କାରଣ ସେହି ଦୁଇ ଜଣଙ୍କର ମୁଢ଼ପଣ ଯେପରି ପ୍ରକାଶ ପାଇଥିଲା, ସେହିପରି ଏମାନଙ୍କର ମଧ୍ୟ ସମସ୍ତଙ୍କ ନିକଟରେ ସୁସ୍ପଷ୍ଟ ହେବ |।
10 କିନ୍ତୁ ତୁମ୍ଭେ ମୋହର ଶିକ୍ଷା, ଆଚାର ବ୍ୟବହାର, ସଙ୍କଳ୍ପ, ବିଶ୍ୱାସ, ସହିଷ୍ଣୁତା, ପ୍ରେମ, ଧୖୖେର୍ଯ୍ୟ, ତାଡ଼ନା ଓ ଦୁଃଖଭୋଗର ଅନୁଗାମୀ ହୋଇଅଚ୍ଛ |।
11 ଆନ୍ତିୟଖିଆ,ଇକନିୟ ଓ ଲୁସ୍ତ୍ରାରେ ମୋ ପ୍ରତି ସେପରି ତାଡ଼ନା ଘଟିଥିଲା;ମୁଁ ତାହା ସହ୍ୟ କରିଥିଲି,ଆଉ ପ୍ରଭୁ ମୋତେ ସେସବୁରୁ ଉଦ୍ଧାର କରିଥିଲେ |।
12 ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି,ସେମାନେ ତାଡ଼ନା ଭୋଗ କରିବେ।
13 କିନ୍ତୁ ଦୁଷ୍ଟ ଲୋକେ ଓ ପ୍ରବଞ୍ଚକମାନେ ଭ୍ରାନ୍ତି ଜନ୍ମାଇ ଓ ଭ୍ରାନ୍ତ ହୋଇ ଅଧିକରୁ ଅଧିକ ଦୁଷ୍ଟ ହୋଇ ଉଠିବେ |।
14 କିନ୍ତୁ ତୁମ୍ଭେ ଯାହା ଯାହା ଶିକ୍ଷା କରିଅଛ ଆଉ ଯେ ସମସ୍ତ ବିଷୟର ନିଶ୍ଚିତ ବୋଧ ପାଇଅଛ,ସେସବୁରେ ସ୍ଥିର ହୋଇ ରହିଥାଅ,କାରଣ ତୁମ୍ଭେ ଜାଣୁଅଛ,କେଉଁମାନଙ୍କଠାରୁ ସେହି ସବୁ ଶିକ୍ଷା କରିଅଚ୍ଛ;
15 ପୁଣି ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ,ତାହା ତୁମ୍ଭେ ବାଲ୍ୟ କାଳଠାରୁ ଜ୍ଞାତ ଅଛ |।
16 ସମସ୍ତ ଶାସ୍ତ୍ର ଈଶ୍ୱରନିଶ୍ୱଶିତ ଏବଂ ଶିକ୍ଷା,ଅନୁଯୋଗ,ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧିୟ ଶାସନ ନିମନ୍ତେ ଉପକାରୀ,
17 ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ|।