1 ଯଦ୍ୟପି ଦର୍ପ କରିବା ହିତକର ନୁହେଁ, ତଥାପିମୋତେ ଦର୍ପ କରିବାକୁ ପଡ଼ୁଅଛି; ମୁଁ ପ୍ରଭୁଙ୍କଦର୍ଶନ ଓ ପ୍ରକାଶିତ ବିଷୟ କହିବି।

2 ମୁଁ ଖ୍ରୀଷ୍ଟାଶ୍ରିତ ଜଣେ ଲୋକକୁ ଜାଣେ, ସେ ଚଉଦବର୍ଷ ପୂର୍ବେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନୀତ ହେଲା, (ସେଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେନାହିଁନ୍ତ ଈଶ୍ୱର ଜାଣନ୍ତି)।

3 ହଁ, ମୁଁ ଏହିପରି ଜଣେ ଲୋକକୁ ଜାଣେ, ସେପାରଦୀଶକୁ ନୀତ ହେଲା (ସେ ଶରୀରରେ ଥିଲା କିଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ୱର ଜାଣନ୍ତି)।

4 ଆଉ ଯାହା ମନୁଷ୍ୟ ପକ୍ଷରେ କହିବା ବିଧେୟ ନୁହେଁ, ଏପରି ଅକଥନୀୟ ବାକ୍ୟ ଶ୍ରବଣ କଲା।

5 ଏହିପରି ଜଣକ ବିଷୟରେ ମୁଁ ଦର୍ପ କରିବି, କିନ୍ତୁମୋ' ନିଜ ବିଷୟରେ ମୋହର ଦୁର୍ବଳତା ବିନା ଆଉ କାହିଁରେଦର୍ପ କରିବି ନାହିଁ।

6 ଆଉ ଦର୍ପ କରିବାକୁ ଇଚ୍ଛା କଲେ ହେଁ ମୁଁ ନିର୍ବୋଧହେବି ନାହିଁ, ଯେଣୁ ମୁଁ ସତ୍ୟ କହିବି କିନ୍ତୁ କାଳେ କୌଣସିଲୋକ ମୋତେ ଯେପ୍ରକାର ଦେଖେ କିମ୍ବା ମୋ'ଠାରୁଯେପ୍ରକାର ଶୁଣେ, ମୋ' ପ୍ରତି ପ୍ରକାଶିିତ ବିଷୟରେ ଅତ୍ୟଧିକଶ୍ରେଷ୍ଠତା ହେତୁ ଯେପରି ମୋ' ବିଷୟରେ ଅଧିକ ବୋଧନ କରେ, ଏଥିପାଇଁ ମୁଁ କ୍ଷାନ୍ତ ହୋଇଥାଏ।

7 ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ, ଏଥିନିମନ୍ତେମୋତେ ପ୍ରହାର କରିବା ପାଇଁ ମୋହର ଶରୀରରେଶୟତାନର ଦୂତ ସ୍ୱରୂପ ଗୋଟିଏ କଣ୍ଟକ ଦିଆଗଲା, ହଁ,ଯେପରି ମୁଁ ଅତିଶୟ ଗର୍ବୀ ନ ହୁଏ, ଏଥିନିମନ୍ତେ ତାହାଦିଆଗଲା।

8 ଯେପରି ତାହା ମୋ'ଠାରୁ ଦୂର ହୁଏ, ଏଥିପାଇଁମୁଁ ପ୍ରଭୁଙ୍କୁ ସେ ବିଷୟରେ ତିନି ଥର ବିନତି କଲି।

9 ଆଉ, ସେ ମୋତେ କହିଅଛନ୍ତି, ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧହୁଏ | ଅତଏବ, ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଞ୍ଚ ମୋହର ଦୁର୍ବଳତାରେ ଦର୍ପ କରିବି |।

10 ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ, ଅପମାନରେ,ଦୁର୍ଦ୍ଦଶାରେ, ତାଡ଼ନାରେ, ସଙ୍କଟରେ ମୁଁ ସନ୍ତୁଷ୍ଟ ହୁଏ; କାରଣଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ବଳବାନ।

11 ମୁଁ ନିର୍ବୋଧ ହୋଇଅଛି, ତୁମ୍ଭେମାନେ ମୋତେ ବାଧ୍ୟକଲ, କାରଣ ମୋର ପ୍ରଶଂସା କରିବା ତୁମ୍ଭମାନଙ୍କର ଉଚିତ ଥିଲା; ଯେଣୁ ଯଦ୍ୟପି ମୁଁ କିଛି ନୁହେଁ, ତଥାପି କୌଣସିବିଷୟରେ ସେହି ଶ୍ରେଷ୍ଠତମ ପ୍ରେରିତମାନଙ୍କ ଅପେକ୍ଷା ଊଣା ନୁହେଁ।

12 ଯେସମସ୍ତ ଚିହ୍ନ ଓ ଅଦ୍ଭୁତ କର୍ମ ପୁଣି ଶକ୍ତିର କାର୍ଯ୍ୟପ୍ରେରିତଙ୍କ ଲକ୍ଷଣ ସ୍ୱରୂପ, ସେହିସବୁ ପ୍ରକୃତରେ ତୁମ୍ଭମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଧୈର୍ଯ୍ୟ ସହକାରେ ସାଧିତ ହୋଇଅଛି।

13 କାରଣ ମୁଁ ନିଜେ ଯେ ତୁମ୍ଭମାନଙ୍କର ଭାର ସ୍ୱରୂପହୋଇ ନାହିଁ, ଏହି ଗୋଟିଏ ବିଷୟ ଛଡ଼ା ଅବଶିଷ୍ଟମଣ୍ଡଳୀସମୂହଠାରୁ ତୁମ୍ଭେମାନେ କାହିଁରେ ନିକୃଷ୍ଟହୋଇଅଛ ମୋହର ଏହି ଦୋଷ କ୍ଷମା କର।

14 ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଏହିତୃତୀୟ ଥର ପ୍ରସ୍ତୁତ ଅଛି, ଆଉ ମୁଁ ତୁମ୍ଭମାନଙ୍କର ଭାରସ୍ୱରୂପ ହେବି ନାହିଁ, କାରଣ ମୁଁ ତୁମ୍ଭମାନଙ୍କର ଧନ ନ ଖୋଜିତୁମ୍ଭମାନଙ୍କୁ ଖୋଜୁଅଛି। ଯେଣୁ ସନ୍ତାନସନ୍ତତିମାନଙ୍କରପିତାମାତାମାନଙ୍କ ନିମନ୍ତେ ସଞ୍ଚୟ କରିବା ଉଚିତ ନୁହେଁ,ମାତ୍ର ସନ୍ତାନସନ୍ତତିମାନଙ୍କ ନିମନ୍ତେ ପିତାମାତାଙ୍କର ସଞ୍ଚୟକରିବା ଉଚିତ।

15 ଆଉ, ମୁଁ ତୁମ୍ଭମାନଙ୍କ ଆତ୍ମା ନିମନ୍ତେ ମହାନନ୍ଦରେବ୍ୟୟ କରିିବି, ହଁ, ମୋହର ପ୍ରାଣ ସୁଦ୍ଧା ବ୍ୟୟ କରିବି।ମୁଁ ତୁମ୍ଭମାନଙ୍କୁ ଅଧିକ ପ୍ରଚୁରଭାବେ ପ୍ରେମ କରୁଅଛି ବୋଲିିକଅଣ ଊଣା ପ୍ରେମ ପ୍ରାପ୍ତ ହେଉଅଛି।

16 କିନ୍ତୁ ଯାହା ହେଉ, ମୁଁ ନିଜେ ତୁମ୍ଭମାନଙ୍କୁ ଭାରଗ୍ରସ୍ତ କଲି ନାହିଁ, ମାତ୍ର ଧୂର୍ତ୍ତ ହୋଇ ମୁଁ ତୁମ୍ଭମାନଙ୍କୁ ଛଳରେଧରିଲି !

17 ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁମାନଙ୍କୁ ପଠାଇଅଛି,ସେମାନଙ୍କ ମଧ୍ୟରୁ କୌଣସି ଜଣକ ଦ୍ୱାରା କି ତୁମ୍ଭମାନଙ୍କଠାରୁ।

18 ମୁଁ ତୀତସଙ୍କୁ ଯିବା ନିମନ୍ତେ ଅନୁରୋଧ କରିଥିଲି,ପୁଣି ତାଙ୍କ ସହିତ ସେହି ଭାଇଙ୍କି ପଠାଇଥିଲି। ତୀତସ କିତୁମ୍ଭମାନଙ୍କଠାରୁ କିଛି ଲାଭ କରିଅଛନ୍ତି ଆମ୍ଭେମାନେ କଅଣଏକ ଆତ୍ମାରେ ଆଚରଣ କରି ନାହୁଁ ଆମ୍ଭେମାନେ କଅଣ ଏକ ପଦଚିହ୍ନରେ ଗମନ କରି ନାହୁଁ।

19 ଏପର୍ଯ୍ୟନ୍ତ ତୁମ୍ଭେମାନେ ଭାବୁଅଛ ଯେ, ଆମ୍ଭେମାନେତୁମ୍ଭମାନଙ୍କ ନିକଟରେ ଦୋଷ କଟାଉଅଛୁ। ଈଶ୍ୱରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କ ସେବକ ସ୍ୱରୂପେ ଆମ୍ଭେମାନେ କଥାକହୁଅଛୁ। କିନ୍ତୁ ହେ ପ୍ରିୟମାନେ, ସମସ୍ତ ବିଷୟ ତୁମ୍ଭମାନଙ୍କନିଷ୍ଠା ନିମନ୍ତେ କହୁଅଛୁ।

20 କାରଣ କାଳେ ଅବା ମୁଁ ଉପସ୍ଥିତ ହେଲେ,ତୁମ୍ଭମାନଙ୍କୁ ଯେପରି ଦେଖିବାକୁ ଇଚ୍ଛା କରୁଅଛି, ସେପରିତୁମ୍ଭମାନଙ୍କୁ ନ ଦେଖେ, ଆଉ, ତୁମ୍ଭେମାନେ ମୋତେ ଯେପରିଦେଖିବାକୁ ଇଚ୍ଛା ନ କର, ସେପରି ମୋତେ ଦେଖ, ଏଥିପାଇଁମୁଁ ଭୟ କରୁଅଛି; କାଳେ ଅବା ବିବାଦ, ଈର୍ଷା, କ୍ରୋଧ,ଦଳାଦଳି, ପରନିନ୍ଦା, କାନକୁହାକୋହି, ଦାମ୍ଭିକତା, ଗଣ୍ଡଗୋଳ ହୁଏ;

21 କାଳେ ମୁଁ ପୁନର୍ବାର ଉପସ୍ଥିତ ହେଲେ ମୋହରଈଶ୍ୱର ତୁମ୍ଭମାନଙ୍କ ସମ୍ବନ୍ଧରେ ମୋତେ ପୁନର୍ବାର ଅବନତକରନ୍ତି, ପୁଣି, ଯେଉଁମାନେ ପୂର୍ବରେ ପାପ କରିଅଛନ୍ତି,ଆଉ ଆପଣା ଆପଣା କୃତ ଅଶୁଚିତା, ବ୍ୟଭିଚାର ଓକାମୁକତା ସକାଶେ ଅନୁତାପ କରି ନାହାନ୍ତି, ଏପରି ଅନେକଲୋକଙ୍କ ନିିମନ୍ତେ ମୁଁ ଶୋକ କରେ।