1 ଯିହୁଦାର ସନ୍ତାନଗଣ; ପେରସ୍‍, ହିଷ୍ରୋଣ ଓ କର୍ମି ଓ ହୂର ଓ ଶୋବଲ।

2 ପୁଣି ଶୋବଲର ସନ୍ତାନ ରାୟା ଯହତ୍‍କୁ ଜାତ କଲା; ପୁଣି ଯହତ୍‍ ଅହୂମୟ ଓ ଲହଦକୁ ଜାତ କଲା। ଏମାନେ ସରିୟୀୟ ଗୋଷ୍ଠୀ।

3 ଐଟମ୍‍ର ପିତାର ସନ୍ତାନ ଯିଷ୍ରିୟେଲ ଓ ଯିଶ୍ମା ଓ ଯିଦ୍‍ବଶ; ଏମାନଙ୍କ ଭଗିନୀର ନାମ ହତ୍‍ସଲିଲ୍‍-ପୋନୀ ଥିଲା।

4 ଆଉ ଗଦୋରର ପିତା ପନୂୟେଲ ଓ ହୂଶର ପିତା ଏସର; ଏମାନେ ବୈଥ୍‍ଲେହମ୍‍ର ପିତା ଇଫ୍ରାଥାର ଜ୍ୟେଷ୍ଠ ପୁତ୍ର ହୂରର ସନ୍ତାନ।

5 ପୁଣି ତକୋୟର ପିତା ଅସ୍‍ହୂରର ହିଲା ଓ ନାରା ନାମ୍ନୀ ଦୁଇ ଭାର୍ଯ୍ୟା ଥିଲେ।

6 ନାରା ତାହାର ଔରସରେ ଅହୁଷମକୁ ଓ ହେଫରକୁ ଓ ତୈମିନିକି ଓ ଅହସ୍ତରିକି ପ୍ରସବ କଲା। ଏମାନେ ନାରାର ସନ୍ତାନ।

7 ଆଉ ହିଲାର ସନ୍ତାନ ସେରତ୍‍, ଯିତ୍‍ସୋହର ଓ ଇତ୍‍ନନ୍‍।

8 ପୁଣି ହକ୍‍କୋସ୍‍ ଆନୂବକୁ ଓ ସୋବେବାକୁ ଓ ହାରୁମ୍‍ର ପୁତ୍ର ଅହହେଲର ଗୋଷ୍ଠୀକି ଜାତ କଲା।

9 ପୁଣି ଯାବେଷ୍‍ ଆପଣା ଭ୍ରାତୃଗଣ ଅପେକ୍ଷା ଅଧିକ ସମ୍ଭ୍ରାନ୍ତ ଥିଲା; ତାହାର ମାତା ତାହାର ନାମ ଯାବେଷ୍‍ ରଖିଥିଲା, କାରଣ ସେ କହିଥିଲା, ଆମ୍ଭେ ଦୁଃଖରେ ଏହାକୁ ପ୍ରସବ କଲୁ।

10 ମାତ୍ର ଏହି ଯାବେଷ୍‍ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି କହିଲା, ଆହା, ଏହା ଯେପରି ଆମ୍ଭ ଦୁଃଖର କାରଣ ନ ହୁଏ, ଏଥିପାଇଁ ତୁମ୍ଭେ ଆମ୍ଭକୁ ନିତାନ୍ତ ଆଶୀର୍ବାଦ କର ଓ ଆମ୍ଭ ସୀମା ବୃଦ୍ଧି କର ଓ ତୁମ୍ଭ ହସ୍ତ ଆମ୍ଭର ସହାୟ ହେଉ, ପୁଣି ତୁମ୍ଭେ ଆମ୍ଭକୁ ମନ୍ଦରୁ ରକ୍ଷା କର। ତହିଁରେ ପରମେଶ୍ୱର ତାହାର ନିବେଦିତ ବିଷୟ ତାହାକୁ ପ୍ରଦାନ କଲେ।

11 ଶୂହର ଭ୍ରାତା କଲୂବ ମହୀରକୁ ଜାତ କଲା, ସେ ଇଷ୍ଟୋନ୍‍ର ପିତା।

12 ଇଷ୍ଟୋନ୍‍ ବୈଥ୍‍ରାଫା ଓ ପାସେହକୁ, ଆଉ ଈରନାହସର ପିତା ତହିନ୍ନକୁ ଜାତ କଲା। ଏମାନେ ରେକାର ଲୋକ।

13 କନସର ପୁତ୍ର ଅତ୍ନୀୟେଲ ଓ ସରାୟ; ଅତ୍ନୀୟେଲର ପୁତ୍ରମାନେ; ହଥତ୍‍।

14 ମିୟୋନୋଥୟ ଅଫ୍ରାକୁ ଜାତ କଲା; ପୁଣି ସରାୟ ଗିହରଷୀୟମାନଙ୍କ ପିତା ଯୋୟାବକୁ ଜାତ କଲା; ଏମାନେ ଶିଳ୍ପକାର ଥିଲେ।

15 ଆଉ ଯିଫୁନ୍ନିର ପୁତ୍ର କାଲେବ୍‍ଙ୍କର ସନ୍ତାନଗଣ; ଈରୁ, ଏଲା ଓ ନୟମ; ଆଉ ଏଲାର ସନ୍ତାନଗଣ ଓ କନସ।

16 ଯିହଲିଲେର ପୁତ୍ରଗଣ; ସୀଫ୍‍ ଓ ସୀଫା ଓ ତୀରୀୟ ଓ ଅସାରେଲ।

17 ଆଉ, ଏଜ୍ରାର ପୁତ୍ରଗଣ; ଯେଥର୍‍ ଓ ମେରଦ୍‍ ଓ ଏଫର୍‍ ଓ ଯାଲୋନ୍‍ (ମେରଦ୍‍ର) ଭାର୍ଯ୍ୟା ମରୀୟମ, ଶମ୍ମୟ ଓ ଇଷ୍ଟିମୋୟର ପିତା ଯିଶ୍‍ବହକୁ ପ୍ରସବ କଲା।

18 ଆଉ ତାହାର ଯିହୁଦୀୟା ଭାର୍ଯ୍ୟା, ଗଦୋରର ପିତା ଯେରଦକୁ ଓ ସୋଖୋର ପିତା ହେବରକୁ ଓ ସାନୋହର ପିତା ଯିକୂଥୀୟେଲକୁ ପ୍ରସବ କଲା। ମାତ୍ର ସେମାନେ ଫାରୋର କନ୍ୟା ବିଥୀୟାର ସନ୍ତାନ ଥିଲେ, ମେରଦ୍‍ ତାହାକୁ ବିବାହ କରିଥିଲା।

19 ନହମର ଭଗିନୀ, ହୋଦୀୟର ଭାର୍ଯ୍ୟାର ସନ୍ତାନ ଗର୍ମୀୟ କିୟୀଲାର ପିତା ଓ ମାଖାତୀୟ ଇଷ୍ଟିମୋୟ।

20 ଆଉ, ଶିମୋନର ସନ୍ତାନ ଅମ୍ନୋନ ଓ ରିଣ୍ଣ, ବିନ୍‍ହାନନ୍‍ ଓ ତୀଲୋନ୍‍। ଆଉ ଯିଶୟିର ସନ୍ତାନ ସୋହେତ୍‍ ଓ ବିନ୍‍-ସୋହେତ୍‍।

21 ଯିହୁଦାର ପୁତ୍ର ଶେଲାର ପୁତ୍ରଗଣ; ଲେକାର ପିତା ଏର୍‍ ଓ ମାରେଶାର ପିତା ଲାଦା, ଆଉ ଅସବେୟର ବଂଶ-ଜାତ କ୍ଷୌମବସ୍ତ୍ର-ପ୍ରସ୍ତୁତକାରୀ ସକଳ ଗୋଷ୍ଠୀ;

22 ପୁଣି, ଯୋକୀମ୍‍ ଓ କୋଷେବାର ଲୋକମାନେ ଓ ଯୋୟାଶ୍‍ ଓ ସାରଫ୍‍ ନାମକ ମୋୟାବର ଶାସନକର୍ତ୍ତା ଓ ଯାଶୂବିଲେହମ୍‍। ଏ ଅତି ପୁରାତନ କଥା।

23 ଏମାନେ କୁମ୍ଭକାର ଓ ନତାୟିମ ଓ ଗଦେରାରେ ବାସ କଲେ; ସେମାନେ ସେଠାରେ ରାଜା ସଙ୍ଗେ ତାହାର କାର୍ଯ୍ୟ ସକାଶେ ବାସ କଲେ।

24 ଶିମୀୟୋନର ସନ୍ତାନ ନମୂୟେଲ ଓ ଯାମୀନ୍‍, ଯାରୀବ୍‍, ସେରହ, ଶୌଲ୍;

25 ତାହାର ପୁତ୍ର ଶଲ୍ଲୁମ୍‍, ତାହାର ପୁତ୍ର ମିବ୍‍ସମ୍‍, ତାହାର ପୁତ୍ର ମିସ୍‍ମ।

26 ପୁଣି, ମିସ୍‍ମର ସନ୍ତାନ ହମୁୟେଲ, ତାହାର ସନ୍ତାନ ସକ୍‍କୁର୍‍, ତାହାର ପୁତ୍ର ଶିମୟି।

27 ଆଉ, ଶିମୟିର ଷୋଳ ପୁତ୍ର ଓ ଛଅ କନ୍ୟା ଥିଲେ; ମାତ୍ର ତାହାର ଭ୍ରାତୃଗଣର ଅନେକ ସନ୍ତାନ ନ ଥିଲେ, କିଅବା ସେମାନଙ୍କର ଗୋଷ୍ଠୀ ଯିହୁଦା-ସନ୍ତାନଗଣ ତୁଲ୍ୟ ବୃଦ୍ଧି ପାଇଲେ ନାହିଁ।

28 ଆଉ, ସେମାନେ ବେର୍‍ଶେବାରେ ଓ ମୋଲାଦାରେ ଓ ହତ୍‍ସରଶୁୟାଲ୍‍ରେ।

29 ଓ ବିଲାରେ ଓ ଏତ୍‍ସମରେ ଓ ତୋଲଦରେ।

30 ଓ ବଥୂୟେଲରେ ଓ ହର୍ମାରେ ଓ ସିକ୍ଲଗ୍‍ରେ।

31 ଓ ବୈଥ୍‍ମର୍କାବୋଦରେ ଓ ହତ୍‍ସର୍‍-ସୂଷୀମ୍‍ରେ ଓ ବୈଥ୍‍ବିରୀରେ ଓ ସାରୟିମ୍‍ରେ ବାସ କଲେ। ଦାଉଦଙ୍କର ରାଜତ୍ୱ ପର୍ଯ୍ୟନ୍ତ ଏସବୁ ନଗର ସେମାନଙ୍କର ଥିଲା।

32 ଆଉ, ଗ୍ରାମସୁଦ୍ଧା ଐଟମ୍‍ ଓ ଐନ୍‍, ରିମ୍ମୋନ୍‍ ଓ ତୋଖେନ୍‍ ଓ ଆଶନ୍‍, ଏହି ପାଞ୍ଚ ନଗର;

33 ପୁଣି ବାଲ୍‍ ପର୍ଯ୍ୟନ୍ତ ଏହି ନଗରର ଚତୁର୍ଦ୍ଦିଗସ୍ଥ ସମସ୍ତ ଗ୍ରାମ ସେମାନଙ୍କର ଥିଲା। ଏହିସବୁ ସେମାନଙ୍କର ନିବାସସ୍ଥାନ ଓ ସେମାନଙ୍କ ନିଜର ବଂଶାବଳୀ ଅଛି।

34 ଆଉ, ମଶୋବବ୍‍ ଓ ଯମ୍ଭେକ ଓ ଅମତ୍‍ସୀୟର ପୁତ୍ର ଯୋଶ।

35 ଓ ଯୋୟେଲ୍‍, ପୁଣି ଅସୀୟେଲର ପ୍ରପୌତ୍ର ସରାୟର ପୌତ୍ର ଯୋଶିବୀୟର ପୁତ୍ର ଯେହୂ;

36 ଇଲୀୟୋ-ଐନୟ ଓ ଯାକୋବା ଓ ଯିଶୋହାୟ ଓ ଅସାୟ ଓ ଅଦୀୟେଲ ଓ ଯିଶୀମିୟେଲ ଓ ବନାୟ;

37 ଆଉ, ଶମୟୀୟର ଅତି ବୃଦ୍ଧ ପ୍ରପୌତ୍ର ଶିମୀୟିର ବୃଦ୍ଧ ପ୍ରପୌତ୍ର ଯିଦାୟର ପ୍ରପୌତ୍ର ଆଲୋନର ପୌତ୍ର ଶିଫୀୟିର ପୁତ୍ର ସୀଷଃ;

38 ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ବ୍ୟକ୍ତ ହେଲା, ସେମାନେ ଆପଣା ଆପଣା ଗୋଷ୍ଠୀର ଅଧ୍ୟକ୍ଷ ଥିଲେ ଓ ସେମାନଙ୍କ ପିତୃବଂଶ ଅତିଶୟ ବୃଦ୍ଧି ପାଇଲେ।

39 ପୁଣି, ସେମାନେ ଆପଣାମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଅନ୍ୱେଷଣ କରିବାକୁ ଗଦୋରର ପ୍ରବେଶ-ସ୍ଥାନ, ଅର୍ଥାତ୍‍, ଉପତ୍ୟକାର ପୂର୍ବ ପାର୍ଶ୍ଵ ପର୍ଯ୍ୟନ୍ତ ଗଲେ।

40 ତହିଁରେ ସେମାନେ ପ୍ରଚୁର ଓ ଉତ୍ତମ ଚରାସ୍ଥାନ ପାଇଲେ, ଆଉ ଦେଶ ପ୍ରଶସ୍ତ ଓ ଶାନ୍ତ ଓ ନିର୍ବିରୋଧ ଥିଲା; କାରଣ ହାମ୍‍ବଂଶୀୟ ଲୋକମାନେ ପୂର୍ବରେ ସେହି ସ୍ଥାନରେ ବାସ କରୁଥିଲେ।

41 ପୁଣି, ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ଲିଖିତ ହେଲା, ସେମାନେ ଯିହୁଦାର ରାଜା ହିଜକୀୟର ସମୟରେ ଆସି ସେହି ଲୋକମାନଙ୍କ ତମ୍ବୁ ଓ ସେଠାରେ ପ୍ରାପ୍ତ ମିୟନୀୟମାନଙ୍କୁ ଆଘାତ କରି ବର୍ଜିତ ରୂପେ ବିନାଶ କଲେ, (ତାହା ଅଦ୍ୟାପି ସେପରି ଅଛି), ଆଉ ସେମାନଙ୍କ ବଦଳେ ବାସ କଲେ; କାରଣ ସେଠାରେ ସେମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଥିଲା।

42 ଆଉ, ସେମାନଙ୍କର କେତେକ ଲୋକ, ଅର୍ଥାତ୍‍, ଶିମୀୟୋନର ସନ୍ତାନଗଣ ମଧ୍ୟରୁ ପାଞ୍ଚ ଶହ ଜଣ ଯିଶୟିର ସନ୍ତାନ ପ୍ଳଟିୟକୁ ଓ ନିୟରୀୟକୁ ଓ ରଫାୟକୁ ଓ ଉଷୀୟେଲକୁ ସେନାପତି କରି ସେୟୀର୍‍ ପର୍ବତକୁ ଗଲେ।

43 ପୁଣି, ସେମାନେ ଅମାଲେକୀୟ ପଳାତକ ଅବଶିଷ୍ଟ ଲୋକମାନଙ୍କୁ ଆଘାତ କରି ସେଠାରେ ବାସ କଲେ, ଅଦ୍ୟାପି ସେମାନେ ସେଠାରେ ଅଛନ୍ତି।