1 ଆଦମଙ୍କଠାରୁ ଅବ୍ରହାମ ଆଦମ, ଶେଥ, ଈନୋଶ;
2 କୟିନାନ, ମହଲଲେଲ, ଯେରଦ;
3 ହନୋକ, ମଥୁଶେଲହ, ଲେମକ;
4 ନୋହ, ଶେମ, ହାମ ଓ ଯେଫତ୍।
5 ଯେଫତ୍ର ସନ୍ତାନ ଗୋମର ଓ ମାଗୋଗ ଓ ମାଦୟ ଓ ଯବନ ଓ ତୂବଲ ଓ ମେଶକ୍ ଓ ତୀରସ୍,
6 ପୁଣି, ଗୋମରର ସନ୍ତାନ ଅସ୍କିନସ୍ ଓ ଦୀଫତ୍ ଓ ତୋଗର୍ମ।
7 ଆଉ, ଯବନର ସନ୍ତାନ ଇଲୀଶା ଓ ତର୍ଶୀଶ୍ ଓ କିତ୍ତୀମ୍ ଓ ରୋଦାନିମ୍।
8 ହାମର ସନ୍ତାନ କୂଶ୍ ଓ ମିସର, ପୂଟ୍ ଓ କିଣାନ।
9 ପୁଣି, କୂଶ୍ର ସନ୍ତାନ ସବା ଓ ହବୀଲା ଓ ସପ୍ତା ଓ ରୟମା ଓ ସପ୍ତକା। ରୟମାର ସନ୍ତାନ ଶିବା ଓ ଦଦାନ୍।
10 ଆଉ, କୂଶ୍ ନିମ୍ରୋଦକୁ ଜାତ କଲାନ୍ତ ସେ ପୃଥିବୀରେ ପରାକ୍ରମୀ ହେବାକୁ ଲାଗିଲା।
11 ମିସର ଲୂଦୀୟ ଓ ଅନାମୀୟ ଓ ଲହାବୀୟ ଓ ନପ୍ତୂହୀୟ।
12 ଓ ପଥ୍ରୋଷୀୟ ଓ ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନଙ୍କୁ ଜାତ କଲା।
13 ପୁଣି, କିଣାନ ଆପଣା ପ୍ରଥମଜାତ ସୀଦୋନକୁ, ତହୁଁ ହେତକୁ ଜାତ କଲା;
14 ପୁଣି, ଯିବୂଷୀୟ ଓ ଇମୋରୀୟ ଓ ଗିର୍ଗାଶୀୟ।
15 ଓ ହିବ୍ବୀୟ ଓ ଅର୍କୀୟ ଓ ସୀନୀୟ।
16 ଓ ଅର୍ବଦୀୟ ଓ ସମାରୀୟ ଓ ହମାତୀୟମାନଙ୍କୁ ଜାତ କଲା।
17 ଶେମର ସନ୍ତାନଗଣ; ଏଲମ୍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୁଦ୍ ଓ ଅରାମ ଓ ଊସ୍ ଓ ହୂଲ ଓ ଗେଥର ଓ ମେଶକ୍।
18 ପୁଣି, ଅର୍ଫକ୍ଷଦ ଶେଲହକୁ ଜାତ କଲା ଓ ଶେଲହ ଏବରକୁ ଜାତ କଲା।
19 ପୁଣି, ଏବରର ଦୁଇ ପୁତ୍ର ଜାତ ହେଲେ; ଏକର ନାମ ପେଲଗ୍; କାରଣ ତାହାର ସମୟରେ ପୃଥିବୀ ବିଭକ୍ତ ହେଲା ଓ ତାହାର ଭ୍ରାତାର ନାମ ଯକ୍ତନ୍।
20 ପୁଣି, ଯକ୍ତନ୍ ଅଲ୍ମୋଦଦ ଓ ଶେଲଫ୍ ଓ ହତ୍ସର୍ମାବତ୍ ଓ ଯେରହ।
21 ଓ ହଦୋରାମ ଓ ଉସଲ ଓ ଦିକ୍ଲା।
22 ଓ ଓବଲ ଓ ଅବୀମାୟେଲ ଓ ଶିବା।
23 ଓ ଓଫୀର ଓ ହବୀଲା ଓ ଯୋବବକୁ ଜାତ କଲା। ଏମାନେ ଯକ୍ତନର ସନ୍ତାନ।
24 ଶେମ, ଅର୍ଫକ୍ଷଦ, ଶେଲହ;
25 ଏବର, ପେଲଗ୍, ରୀୟ;
26 ସରୁଗ୍, ନାହୋର, ତେରହ।
27 ଅବ୍ରାମ୍, ଅର୍ଥାତ୍ ଅବ୍ରହାମ।
28 ଅବ୍ରହାମଙ୍କର ପୁତ୍ର ଇସ୍ହାକ ଓ ଇଶ୍ମାଏଲ।
29 ଏମାନଙ୍କର ବଂଶାବଳୀ ଏହି; ଇଶ୍ମାଏଲର ପ୍ରଥମଜାତ ନବାୟୋତ୍; ତହିଁ ଉତ୍ତାରେ କେଦାର ଓ ଅଦ୍ବେଲ୍ ଓ ମିବ୍ସମ୍, ମିଶ୍ମ ଓ ଦୁମା, ମସା;
30 ହଦଦ୍ ଓ ତେମା, ଯିଟୂର, ନାଫୀଶ୍ ଓ କେଦମା;
31 ଏମାନେ ଇଶ୍ମାଏଲର ସନ୍ତାନ।
32 ଅବ୍ରହାମଙ୍କର ଉପପତ୍ନୀ କଟୂରାର ସନ୍ତାନଗଣ ଏହି; ସେ ସିମ୍ରନ୍ ଓ ଯକ୍ଷନ୍ ଓ ମଦାନ୍ ଓ ମିଦୀୟନ୍ ଓ ଯିଶ୍ବକ୍ ଓ ଶୂହକୁ ଜାତ କଲା। ଆଉ ଯକ୍ଷନ୍ର ସନ୍ତାନ ଶିବା ଓ ଦଦାନ୍।
33 ଆଉ ମିଦୀୟନର ସନ୍ତାନ ଐଫା ଓ ଏଫର ଓ ହନୋକ ଓ ଅବୀଦ ଓ ଇଲଦାୟା, ଏସମସ୍ତେ କଟୂରାର ସନ୍ତାନ।
34 ପୁଣି ଅବ୍ରହାମ ଇସ୍ହାକକୁ ଜାତ କଲେ। ସେହି ଇସ୍ହାକର ପୁତ୍ର ଏଷୌ ଓ ଇସ୍ରାଏଲ।
35 ଏଷୌର ସନ୍ତାନ ଇଲୀଫସ୍, ରୁୟେଲ ଓ ଯୀୟସ୍ ଓ ଯାଲମ୍ ଓ କୋରହ।
36 ଇଲୀଫସ୍ର ପୁତ୍ର ତୈମନ ଓ ଓମାର, ସଫୀ ଓ ଗୟିତମ୍, କନସ୍ ଓ ତିମ୍ନ ଓ ଅମାଲେକ।
37 ରୁୟେଲର ସନ୍ତାନ ନହତ୍, ସେରହ, ଶମ୍ମ ଓ ମିସା।
38 ଆଉ ସେୟିରର ସନ୍ତାନ ଲୋଟନ୍ ଓ ଶୋବଲ୍ ଓ ସିବୀୟୋନ୍ ଓ ଅନା ଓ ଦିଶୋନ୍ ଓ ଏତ୍ସର ଓ ଦୀଶନ୍।
39 ଲୋଟନ୍ର ସନ୍ତାନ ହୋରି ଓ ହୋମମ୍ ଓ ତିମ୍ନା ଲୋଟନ୍ର ଭଗିନୀ ଥିଲା।
40 ଶୋବଲର ସନ୍ତାନ ଅଲୀୟନ୍ ଓ ମାନହତ୍ ଓ ଏବଲ, ଶଫୀ ଓ ଓନମ୍। ଆଉ ସିବୀୟୋନର ପୁତ୍ର ଅୟା ଓ ଅନା।
41 ଅନାର ପୁତ୍ର ଦିଶୋନ୍। ଆଉ ଦିଶୋନ୍ର ପୁତ୍ର ହମ୍ରଣ ଓ ଇଶ୍ବନ୍ ଓ ଯିତ୍ରନ୍ ଓ କରାଣ।
42 ଏତ୍ସରର ପୁତ୍ର ବିଲ୍ହନ୍ ଓ ସାବନ୍, ଯାକନ୍। ଦୀଶନର ପୁତ୍ର ଊସ୍ ଓ ଅରାଣ।
43 ଇସ୍ରାଏଲ-ସନ୍ତାନଗଣ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବେ ଏହିସବୁ ରାଜା ଇଦୋମ ଦେଶରେ ରାଜତ୍ୱ କରିଥିଲେ; ବୀୟୋରର ପୁତ୍ର ବେଲା; ତାଙ୍କର ନଗରର ନାମ ଦିନ୍ହାବା।
44 ଆଉ ବେଲା ମଲେ, ତହୁଁ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍ ତାଙ୍କର ପଦରେ ରାଜ୍ୟ କଲେ।
45 ଆଉ ଯୋବବ୍ ମରନ୍ତେ, ତୈମନ୍ ଦେଶୀୟ ହୂଶମ୍ ତାଙ୍କର ପଦରେ ରାଜ୍ୟ କଲେ।
46 ପୁଣି ହୂଶମ୍ ମଲା ଉତ୍ତାରେ ବଦଦର ପୁତ୍ର ଯେଉଁ ହଦଦ୍ ମୋୟାବ-ପଦାରେ ମିଦୀୟନକୁ ପରାସ୍ତ କରିଥିଲେ, ସେ ତାଙ୍କ ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ଅବୀତ୍ ଥିଲା।
47 ଆଉ ହଦଦ୍ ମରନ୍ତେ, ମସ୍ରେକା ନିବାସୀ ସମ୍ଳ ତାଙ୍କର ପଦରେ ରାଜ୍ୟ କଲେ।
48 ପୁଣି ସମ୍ଳ ମରନ୍ତେ, (ଫରାତ୍) ନଦୀ ନିକଟସ୍ଥ ରହୋବତ୍ ନିବାସୀ ଶୌଲ୍ ତାଙ୍କର ପଦରେ ରାଜ୍ୟ କଲେ।
49 ପୁଣି ଶୌଲ୍ ମଲା ଉତ୍ତାରେ ଅକ୍ବୋରର ପୁତ୍ର ବାଲ୍ହାନନ୍ ତାଙ୍କର ପଦରେ ରାଜ୍ୟ କଲେ।
50 ଆଉ ବାଲ୍ହାନନ୍ ମରନ୍ତେ, ହଦଦ୍ ତାଙ୍କର ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ପାୟୀ ଓ ତାଙ୍କର ଭାର୍ଯ୍ୟାଙ୍କ ନାମ ମହେଟବେଲ୍, ସେ ମେଷାହବର ପୌତ୍ରୀ ମଟ୍ରେଦର କନ୍ୟା ଥିଲେ।
51 ଅନନ୍ତର ହଦଦ୍ ମଲେ। ଏମାନେ ଇଦୋମର ରାଜା ଥିଲେ, ଯଥା, ରାଜା ତିମ୍ନ, ରାଜା ଅଲୀୟା, ରାଜା ଯିଥେତ୍,
52 ରାଜା ଅହଲୀବାମା, ରାଜା ଏଲା, ରାଜା ପୀନୋନ୍;
53 ରାଜା କନସ୍, ରାଜା ତୈମନ୍, ରାଜା ମିବ୍ସର୍;
54 ରାଜା ମଗ୍ଦୀୟେଲ, ରାଜା ଈରମ୍। ଏମାନେ ଇଦୋମର ରାଜା ଥିଲେ।